ETV Bharat / sports

ଏଥର ବ୍ୟାଟ୍ସମ୍ୟାନଙ୍କ ବିଶ୍ବକପ ! - not

ବିଶ୍ବକପ ହେବ ବ୍ୟାଟ୍ସମ୍ୟାନଙ୍କର । ଇଂଲଣ୍ଡର ପିଚ ପାଲଟିବ ବ୍ୟାଟ୍ସମ୍ୟାନଙ୍କର ସ୍ବର୍ଗ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 16, 2019, 9:50 PM IST

ଇଲଣ୍ଡ: ଏଥର ବିଶ୍ବକପ ହେବ ବ୍ୟାଟ୍ସମ୍ୟାନଙ୍କର । ବୃଷ୍ଟିହେବ ଛକା ଆଉ ଚୌକା । ଇଂଲଣ୍ଡର ପିଚ ପାଲଟିବ ବ୍ୟାଟ୍ସମ୍ୟାନଙ୍କ ପାଇଁ ସ୍ବର୍ଗ । ଦର୍ଶକ ଦେଖିବେ ଶ୍ରେଷ୍ଠ ଦଳର ଧୁଆଁଧାର ବ୍ୟାଟିଂ। ରନର ପାହାଡ ଠିଆହେବ ପ୍ରତିପକ୍ଷଙ୍କ ସାମ୍ନାରେ । ଏମିତି କିଛି ସଂକେତ ମିଳୁଛି ବିଶ୍ବକପ ପାଇଁ ।

ଏହାର ସଦ୍ୟ ଉଦାହରଣ ହେଉଛି ମେ 14ରେ ପାକିସ୍ତାନ ବନାମ ଇଂଲଣ୍ଡ ମ୍ୟାଚ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି 358 ରନ କରିଥିଲା । କିନ୍ତୁ 359 ରନର ଲକ୍ଷ୍ୟକୁ ମାତ୍ର 4 ୱିକେଟ ହରାଇ, 45 ଓଭରରେ ଜିତି ନେଇଥିଲା ଇଂଲଣ୍ଡ । ତେଣୁ ମେ 30 ରୁ ଆରମ୍ଭ ହେବ ବିଶ୍ବକପ । 300 ରୁ ଅଧିକ ରନ ମଧ୍ୟ ବିଜୟ ପାଇଁ ଯଥେଷ୍ଟ ହେବନାହିଁ । ଏମିତି କିଛି ମତ ଦେଲେଣି ଅଭିଜ୍ଞ କ୍ରିକେଟର ।

2015 ବିଶ୍ବକପ ପରଠାରୁ ଆଜି ପର୍ଯ୍ୟନ୍ତ 469ଟି ମ୍ୟାଚ ଖେଳା ସରିଛି । ଏଥିରୁ 128ଟି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ 300ରୁ ଅଧିକ ରନ କରିଛନ୍ତି । ତନ୍ମଧ୍ୟରୁ 99ଟି ମ୍ୟାଚରେ ସେହି ଦଳଙ୍କୁ ବିଜୟ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.