ETV Bharat / sports

ଦ୍ବିତୀୟ ଟି-20: କୋହଲିଙ୍କ ଧମକା, ବିଜୟରୁ ଘରୋଇ ସିଜିନ ଆରମ୍ଭ କଲା ଭାରତ

author img

By

Published : Sep 18, 2019, 10:54 PM IST

ଦ୍ବିତୀୟ ଟି-20କୁ 7 ୱିକେଟରେ ଜିତି ନେଇଛି ଘରୋଇ ଦଳ । କ୍ୟାପ୍ଟେନ କୋହଲିଙ୍କ 72ରନ ପାଳି ବଳରେ ଏହି ସହଜ ବିଜୟ ପାଇଛି ବିରାଟଙ୍କ ୟଙ୍ଗ ଟିମ୍‌ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ମୋହାଲି: ଧର୍ମାଶାଳା ଟି-20 ଧୋଇଗଲା ପରେ ମୋହାଲିର ମାହୋଲ ବଦଳାଇଲା ଟିମ ଇଣ୍ଡିଆ । ଦ୍ବିତୀୟ ଟି-20କୁ 7 ୱିକେଟରେ ଜିତି ନେଇଛି ଘରୋଇ ଦଳ । କ୍ୟାପ୍ଟେନ କୋହଲିଙ୍କ 72ରନର ଦମଦାର ପାଳି ବଳରେ ଏହି ସହଜ ବିଜୟ ପାଇଛି ବିରାଟଙ୍କ ୟଙ୍ଗ ଟିମ୍‌ । ଏଥି ସହିତ 3 ମ୍ୟାଚ ବିଶିଷ୍ଟ ସିରିଜରେ 1-0ରେ ଆଗୁଆ ରହିଛି ମେନ ଇନ ବ୍ଲୁ ।

ପ୍ରଥମେ ବ୍ୟାଟିଂ କରି ଅତିଥି ଦକ୍ଷିଣ ଆଫ୍ରିକା ଦେଇଥିବା 150ରନର ବିଜୟ ଲକ୍ଷକୁ ମାତ୍ର 3 ୱିକେଟ ହରାଇ ହାସଲ କରି ନେଇଛି ଘରୋଇ ଦଳ । ଦଳ ପାଇଁ ବିଜୟ ମୁଣ୍ଡି ମାରିଛନ୍ତି ଅଧିନାୟକ କୋହଲି ଓ ଶ୍ରେୟସ ଆୟର ।

ମୋହାଲି ଗ୍ରାଉଣ୍ଡର ସ୍ଥିତିକୁ ଭଲ ଭାବେ ପରଖି ଥିବା ଅଧିନାୟକ କୋହିଲ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଯୁବ ପେସ ଆଟାକ ୱାସିଂଟନ ସୁନ୍ଦର, ଚହର ଓ ସାଇନ ଅଧିନାୟକଙ୍କୁ ନିରାସ କରି ନଥିଲେ । ଯୁବ ପେସ ବୋଲର ଚହର 22ରନ ବ୍ୟୟରେ ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ସାଇନ, ଜାଡେଜା ଓ ପାଣ୍ଡ୍ୟା ଗୋଟିଏଁ ଲେଖାଏଁ ୱିକେଟ ଅକ୍ତିଆର କରି ଦକ୍ଷିଣ ଆଫ୍ରିକା ଦଳକୁ ପାଣି ପିଆଇ ଦେଲେ । ଅତିଥି ଦଳ ପକ୍ଷରୁ ଅଧିନାୟକ କ୍ବଣ୍ଟିନ୍‌ ଡି କକ୍‌ ସର୍ବାଧିକ 52 ରନ କରିଛନ୍ତି ।

ତେବେ 150ରନ ଜବାବରେ ଦଳକୁ ଭଲ ଆରମ୍ଭ ମିଳିନଥିଲା । ମାତ୍ର 12ରନ କରି ରୋହିତ ଆଉଟ ହୋଇଯାଇଥିବା ବେଳେ ଧୱନ ମଧ୍ୟ ଅର୍ଦ୍ଧତକରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପଟେ ପୁଣିଥରେ ଖରାପ ପ୍ରଦର୍ଶନ କରିଛନ୍ତି ଋଷବ ପନ୍ତ । ତେବେ ଯୁବ ବ୍ୟାଟ୍ସମ୍ୟାନ ଆୟର 14 ବଲରୁ 2ଟି ଚୌକା ମାଧ୍ୟମରେ 16ରନ କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.