ETV Bharat / sports

2ୟ ଆସେସ ଟେଷ୍ଟ: ଇଂଲଣ୍ଡର ପ୍ରଥମ ଇନିଂସ 258ରେ ଶେଷ - ହେଜଲଉଡ

2ୟ ଆସେସ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଇଂନିସ 258ରେ ଶେଷ ହୋଇଛି । ଏହା ସହିତ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ଗୋଟିଏ ଓ୍ବିକେଟ ବିନିମୟରେ 30 ରନ ସ୍କୋର କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)
author img

By

Published : Aug 15, 2019, 11:45 PM IST

ଲର୍ଡ୍ସ: 2ୟ ଆସେସ ଟେଷ୍ଟର ପ୍ରଥମ ଦିନ ବର୍ଷା ଯୋଗୁଁ ଧୋଇଯାଇଥିଲା । ତେବେ 2ୟ ଦିନରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି 258 ରନରେ ଅଲଆଉଟ ହୋଇଛି । ଦଳ ପକ୍ଷରୁ ସର୍ବାଧିକ 53 ରନ ଓପନର ରରି ବର୍ଣ୍ଣସ କରିଛନ୍ତି । ବେୟାରଷ୍ଟୋ ମଧ୍ୟ 52 ରନର ଅର୍ଧଶତକୀୟ ପାଳି ଖେଳିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଜୋ ଡେନଲି 30 ଓ କ୍ରିସ ୱିକ୍ସ 32 ରନ କରିଛନ୍ତି । ତେବେ ଜେସନ ରୟ ଶୂନରେ ଆଉଟ ହୋଇଥିବା ବେଳେ କ୍ୟାପଟେନ ରୁଟ ମାତ୍ର 14 ରନ କରିଥିଲେ । ବଟଲର 12 ଓ ଷ୍ଟୋକ୍ସ 13 ରନ କରି ଶୀଘ୍ର ଆଉଟ ହୋଇଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ହେଜଲଉଡ, କମିନ୍ସ ଓ ନାଥନ ଲାୟନ 3ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ପାଟିନସନଙ୍କ ସ୍ଥାନରେ ଖେଳୁଥିବା ହେଜଲଉଡ ଚମତ୍କାର ବୋଲିଂ କରିଥିଲେ । 3ଟି ୱିକେଟ ନେବାସହ ରନ ଉପରେ ମଧ୍ୟ ଅଂକୁଶ ଲଗାଇଥିଲେ । ପିଟର ସିଡଲଙ୍କୁ ଗୋଟିଏ ୱିକେଟ ମିଳିଛି ।

ତେବେ ଶେଷ ଖବର ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ପାଳି ଆରମ୍ଭ କରି 30 ରନ ସ୍କୋର କରି ଗୋଟିଏ ଓ୍ବିକେଟ ହରାଇଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.