ETV Bharat / sports

ଆଇସିସି ଟି-20 ବିଶ୍ବକପ: ୟୁଏଇ, ଶ୍ରୀଲଙ୍କା ବିକଳ୍ପ ଭେନ୍ୟୁ

ଭାରତରେ ହେବାକୁ ଥିବା ଆଇସିସି ଟି-20 ବିଶ୍ବକପ ପାଇଁ ଶ୍ରୀଲଙ୍କା ଓ ୟୁନାଇଟେଡ ଆରବ ଏମିରେଟସ(UAE) ଦୁଇଟି ବିକଳ୍ପ ଭେନ୍ୟୁ ରହିଛି ।

2021 T20 World Cup: UAE, Sri Lanka among back-up venues for tournament
ଆଇସିସି ଟି-20 ବିଶ୍ବକପ: ୟୁଏଇ, ଶ୍ରୀଲଙ୍କା ବିକଳ୍ପ ଭେନ୍ୟୁ
author img

By

Published : Aug 13, 2020, 6:25 PM IST

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଆଇସିସି ଟି-20 ବିଶ୍ବକପ ପାଇଁ ଶ୍ରୀଲଙ୍କା ଓ ୟୁନାଇଟେଡ ଆରବ ଏମିରେଟସ(UAE) ଦୁଇଟି ବିକଳ୍ପ ଭେନ୍ୟୁ ରହିଛି ।

ଏକ ସ୍ପୋର୍ଟ୍ସ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତରେ ଏହି ମେଗା ଟୁର୍ଣ୍ଣାମେଣ୍ଟ ଆୟୋଜନ ସମ୍ଭବ ନହେଲେ, ଦୁଇ ଦେଶକୁ ବିକଳ୍ପ ଭାବେ ବ୍ୟବହାର କରାଯିବ ।

2021 ସଂସ୍କରଣର ଟି-20 ବିଶ୍ବକପ ଆୟୋଜନ ଭାରତ ହେବ ବୋଲି, ଗତ ସପ୍ତାହରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-20 ବିଶ୍ବକପ 2022ରେ ଖେଳାଯିବ ।

ଭାରତରେ ମହାମାରୀ କୋରୋନା ଭାଇରସ ଯୋଗୁଁ, ଗତ ମାର୍ଚ୍ଚ ମାସରୁ କ୍ରିକେଟ ବନ୍ଦ ରହିଛି । ମାର୍ଚ୍ଚ 29ରୁ ଆରମ୍ଭ ହେବାକୁ ଥିବା, 2020 ସଂସ୍କରଣର ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ପ୍ରଥମେ ଏପ୍ରିଲ 15 ଓ ପରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା । ତେବେ ଆଗାମୀ ସେପ୍ଟେମ୍ବର 19ରୁ ଯୁଏଇରେ ଏହି ମେଗା ଟି-20 ଲିଗ ଖେଳାଯିବା ନେଇ ସ୍ଥିର ହୋଇଛି । ତେବେ ଘରୋଇ କ୍ରିକେଟ ଆରମ୍ଭ ନେଇ ଏବେସୁଦ୍ଧା ଚିତ୍ର ଅସ୍ପଷ୍ଟ ରହିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଭାକସିନ ଉପଲବ୍ଧ ନହେଲେ, ଘରୋଇ କ୍ରିକେଟର ଅଧିଂକାଶ ଭାଗ ପ୍ରଭାବିତ ହେବ ବୋଲି କହିଛନ୍ତି, ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ରାହୁଲ ଦ୍ରାବିଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.