ETV Bharat / sports

କ୍ରିକେଟ ପାଇଁ କ୍ୟାନସରକୁ ହରାଇଥିଲେ ଯୁବରାଜ - hero

କ୍ରିକେଟ ହିଁ ମୋତେ ଲଢିବା ଶିଖାଇଛି । ପଡିଲେ କେମିତି ଉଠିବାକୁ ହେବ କ୍ରିକେଟରୁ ପ୍ରେରଣା ପାଇଛି । ଅବସର ଘୋଷଣା ସମୟରେ ଏହା କହିଛନ୍ତି ଯୁବରାଜ ସିଂହ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର)
author img

By

Published : Jun 10, 2019, 8:40 PM IST

ହାଇଦ୍ରାବାଦ: 2011 ବିଶ୍ବକପ ମ୍ୟାଚ ବେଳେ ପଡିଆରେ ହଠାତ ଅସୁସ୍ଥତା ଅନୁଭବ କରିଥିଲେ ଯୁବରାଜ । ପରୀକ୍ଷା ପରେ ଜଣାପଡିଥିଲା ସେ କ୍ୟାନସରରେ ପୀଡିତ । କିନ୍ତୁ ସେ ଭାଙ୍ଗି ପଡି ନଥିଲେ । ମନୋବଳ ଦୃଢ କରି କ୍ୟାନସର ଭଳି ମାରାତ୍ମକ ରୋଗ ସହିତ ଲଢିଥିଲେ ।

ନିଜର ଅଗଣିତ ପ୍ରଶଂସକଙ୍କ ଭଲପାଇବା ଓ କ୍ରିକେଟକୁ ଫେରିବାର ଲଢୁଆ ମନୋବଳ ବଳରେ ସେ କ୍ୟାନସର ଭଳି ଦୁସାଧ୍ୟ ରୋଗକୁ ହରାଇଥିଲେ । ସୁସ୍ଥହେବା ପରେ ଯୁବରାଜ କହିଥିଲେ କ୍ରିକେଟ ହିଁ ତାଙ୍କୁ ଲଢିବା ଶିଖାଇଛି । ଥରେ ପଡିଗଲେ କେମିତି ଉଠିବାକୁ ହେବ ତାହା ସେ କ୍ରିକେଟରୁ ପ୍ରେରଣା ପାଇଛନ୍ତି ।

କ୍ରିକେଟ ଭାରତୀୟଙ୍କ ହୃଦୟର ଖେଳ । କ୍ରିକେଟ ଖେଳାଳି କୋଟିକୋଟି ଭାରତୀୟଙ୍କ ପସନ୍ଦର ମଣିଷ । ଯେବେ କେହି ଖେଳାଳି କ୍ରିକେଟକୁ ଅଲବିଦା କୁହେ, ସେବେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟିହୁଏ । ଆନ୍ତଜାର୍ତିକ କ୍ରିକେଟରୁ ଭେଟେରାନ ଅଲରାଉଣ୍ଡର ଯୁବରାଜ ସିଂହ ଅବସର ଘୋଷଣା କରିଛନ୍ତି । ଭାରତୀୟ ଜର୍ସିରେ ଓ କ୍ରିକେଟ ମୈଦାନରେ ଯୁବରାଜଙ୍କୁ ଆଉ ଦେଖିବାକୁ ମିଳିବନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.