ETV Bharat / sports

ଭାରତ-ଇଂଲଣ୍ଡ ସିରିଜ ସୂଚୀ: ମୋଟେରାରେ ପିଙ୍କ୍ ଟେଷ୍ଟ, ପୁନେରେ ଦିନିକିଆ - ବିସିସିଆଇ ସମ୍ପାଦକ ଜୟ ସାହା

ଗୁଜୁରାଟ କ୍ରିକେଟ ଆସୋସିଏସନର ଇନଡୋର ଏକାଡେମୀ ଉଦଘାଟନ ସହ ମୋଟେରା ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଦିବାରାତ୍ର ଟେଷ୍ଟ ଖେଳାଯିବ । ବିସିସିଆଇ ସମ୍ପାଦକ ଜୟ ସାହା ଏନେଇ ଗୁରୁବାର ଘୋଷଣା କରିଛନ୍ତି ।

2 Tests including D/N for Motera; Chennai to host 2 Tests, 3 ODIs for Pune
ଭାରତ-ଇଂଲଣ୍ଡ ସିରିଜ ସୂଚୀ: ମୋଟେରାରେ ପିଙ୍କ୍ ଟେଷ୍ଟ, ପୁନେରେ ଦିନିକିଆ
author img

By

Published : Dec 10, 2020, 6:07 PM IST

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ପ୍ରତିକ୍ଷୀତ ଦିବାରାତ୍ର ଟେଷ୍ଟ ଅହମ୍ମଦାବାଦରେ ଖେଳାଯିବ । ଆସନ୍ତା ବର୍ଷ ଫେବୃଆରୀ 24 ରେ ଏହି ମ୍ୟାଚ ଖେଳାଯିବ । ସେହିପରି ନବନିର୍ମିତ ମୋଟେରା ଷ୍ଟାଡିୟମରେ ଅନ୍ୟଏକ ଟେଷ୍ଟ ଓ 5ଟି ଟି-20 ମ୍ୟାଚ ଖେଳାଯିବାନେଇ ସ୍ଥିର ହୋଇଛି । ଏନେଇ ବିସିସିଆଇ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି ।

ଚେନ୍ନାଇରେ ଟେଷ୍ଟ ସିରିଜର ପ୍ରଥମ ଓ ଦ୍ବିତୀୟ ଟେଷ୍ଟ ଖେଳାଯିବ । ପ୍ରଥମ ଟେଷ୍ଟ ଫେବୃଆରୀ 5ରୁ ଆରମ୍ଭ ହେବ । ପୁନେରେ ମାର୍ଚ୍ଚ 23ରୁ 28 ମଧ୍ୟରେ 3ଟି ଦିନିକିଆ ମ୍ୟାଚ ଖେଳାଯିବ । ଗୁଜୁରାଟ କ୍ରିକେଟ ଆସୋସିଏସନର ଇନଡୋର ଏକାଡେମୀ ଉଦଘାଟନ ସହ ମୋଟେରା ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଦିବାରାତ୍ର ଟେଷ୍ଟ ଖେଳାଯିବ । ବିସିସିଆଇ ସମ୍ପାଦକ ଜୟ ସାହା ଏନେଇ ଗୁରୁବାର ଘୋଷଣା କରିଛନ୍ତି । ଘରୋଇ ପରିବେଶରେ ଏହା ଭାରତର ଦ୍ବିତୀୟ ପିଙ୍କ୍ ବଲ ଟେଷ୍ଟ ହେବ । ଗତବର୍ଷ ଇଡେନ ଗାର୍ଡେନ କୋଲକାତାରେ ବାଂଲାଦେଶ ବିପକ୍ଷରେ ଘରୋଇ ପରିବେଶରେ ପ୍ରଥମ ପିଙ୍କ୍ ବଲ ଟେଷ୍ଟ ଖେଳିଥିଲା ଭାରତ ।

2 Tests including D/N for Motera; Chennai to host 2 Tests, 3 ODIs for Pune
ମୋଟେରା ଷ୍ଟାଡିୟମ

ମୋଟେରା ଷ୍ଟାଡିୟମ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ । ଏଥିରେ 110,000 ଦର୍ଶକ କ୍ଷମତା ରହିଛି । ଟେଷ୍ଟ ସିରିଜ ପରେ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ସମସ୍ତ ମ୍ୟାଚ ଅହମ୍ମଦାବାଦରେ ଖେଳାଯିବ ।

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ 3ଟି ଭେନ୍ୟୁରେ ଜୈବ ସୁରକ୍ଷା ବଳୟର ବ୍ୟବସ୍ଥା କରାଯାଇଛି । ଗୋଟିଏ ଭେନ୍ୟୁରୁ ପରବର୍ତ୍ତୀ ମ୍ୟାଚ ପାଇଁ ଅନ୍ୟ ଏକ ଭେନ୍ୟୁକୁ ଯାତ୍ରା କରିବାକୁ ପଡିଥାଏ । ତେବେ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଅଧିକ ଯାତ୍ରାକୁ ବାରଣ ସହ 3ଟି ଭେନ୍ୟୁରେ ସମସ୍ତ ମ୍ୟାଚ ଖେଳାଯିବାକୁ ବିସିସିଆଇ ପକ୍ଷରୁ ସୂଚୀ ପ୍ରସ୍ତୁତ କରାଯାଇଛି ।

ଟେଷ୍ଟ ସିରିଜ

ପ୍ରଥମ ଟେଷ୍ଟ: 5ରୁ 9 ଫେବୃଆରୀ(ଚେନ୍ନାଇ)

ଦ୍ବିତୀୟ ଟେଷ୍ଟ: 13ରୁ 17 ଫେବୃଆରୀ(ଚେନ୍ନାଇ)

ତୃତୀୟ ଟେଷ୍ଟ: 24ରୁ 28 ଫେବୃଆରୀ(ଅହମ୍ମଦାବାଦ)

ଚତୁର୍ଥ ଟେଷ୍ଟ: 4ରୁ 8 ମାର୍ଚ୍ଚ(ଅହମ୍ମଦାବାଦ)

ଟି-20 ସିରିଜ

ପ୍ରଥମ ଟି-20: 12ମାର୍ଚ୍ଚ(ଅହମ୍ମଦାବାଦ)

ଦ୍ବିତୀୟ ଟି-20: 14 ମାର୍ଚ୍ଚ(ଅହମ୍ମଦାବାଦ)

ତୃତୀୟ ଟି-20: 16 ମାର୍ଚ୍ଚ(ଅହମ୍ମଦାବାଦ)

ଚତୁର୍ଥ ଟି-20: 18 ମାର୍ଚ୍ଚ(ଅହମ୍ମଦାବାଦ)

ପଞ୍ଚମ ଟି-20: 20 ମାର୍ଚ୍ଚ(ଅହମ୍ମଦାବାଦ)

ଦିନିକିଆ ସିରିଜ

ପ୍ରଥମ ଦିନିକିଆ: 23ମାର୍ଚ୍ଚ(ପୁନେ)

ଦ୍ବିତୀୟ ଦିନିକିଆ: 26 ମାର୍ଚ୍ଚ(ପୁନେ)

ତୃତୀୟ ଦିନିକିଆ: 28ମାର୍ଚ୍ଚ(ପୁନେ)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.