ପୁନେ: ଡେବ୍ୟୁ ମ୍ୟାଚରେ ଆଉ ଜଣେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଚୂଡାନ୍ତ ଏକାଦଶରେ କ୍ରୁଣାଳ ପାଣ୍ଡ୍ୟା ଓ ପ୍ରସିଦ୍ଧ କ୍ରୀଷ୍ଣାଙ୍କ ରୂପରେ ଦୁଇ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇଥିଲା ।
ସିନିୟର ପାଣ୍ଡ୍ୟା 26 ବଲ୍ରୁ ଦମଦାର ଅର୍ଦ୍ଧଶତକ ହାସଲ କରିବା ସହ କେଏଲ ରାହୁଲଙ୍କ ସହ ମିଶି ଷଷ୍ଠ ୱିକେଟ ଯୋଡିରେ 112ରନ୍ର ଭାଗିଦାରୀ କରିଥିଲେ । କ୍ରୁଣାଳ 31 ବଲ୍ରୁ 7 ଚୌକା ଓ 2 ଛକା ସହାୟତାରେ 58 ରନ୍ର ଅପରାଜିତ ବିସ୍ଫୋରକ ଇଂନିସ ଖେଳିଥିଲେ । ଏହା ଅନ୍ତର୍ଜାତୀୟ ଦିନିକିଆରେ ଡେବ୍ୟୁମ୍ୟାଚରେ ଦ୍ରୁତତମ ଅର୍ଦ୍ଧଶତକ ।
କ୍ରୁଣାଳ ଓ ରାହୁଲଙ୍କ ଅପରାଜିତ ଭାଗିଦାରୀ ବଳରେ ଭାରତ, ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ପ୍ରଥମ ବ୍ୟାଟିଂ କରି 317 ରନର ବଡ ବିଜୟ ଲକ୍ଷ୍ୟ ରଖିଛି ।
ପୂର୍ବରୁ ଓପନର ଧାୱନ 106 ବଲ୍ରୁ 98 ରନର ଦମଦାର ଇଂନିସ ଖେଳିଥିଲେ ମଧ୍ୟ ମାତ୍ର ଦୁଇ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ଏଥିସହ କ୍ୟାପଟେନ ବିରାଟ କୋହଲିଙ୍କ ସହ ମିଶି 105 ରନ୍ର ଭାଗିଦାରୀ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ