ETV Bharat / sports

ଦିବା-ରାତ୍ର ଟେଷ୍ଟ: ଭାରତର କିଏ କେଉଁଥିରେ ପ୍ରଥମ - ଭାରତର କିଏ କେଉଁଥିରେ ପ୍ରଥମ

କୋଲକାତାରେ ଖେଳାଯାଇଥିବା ପ୍ରଥମ ଦିବା-ରାତ୍ର ଟେଷ୍ଟରେ କେଉଁ ଭାରତୀୟ ଖେଳାଳିଙ୍କ ନାଁରେ କେଉଁ ରେକର୍ଡ ରହିଛି ତା ଉପରେ ପକାଇବା ନଜର । ଅଧିକ ପଢ଼ନ୍ତୁ...

ଦିବା-ରାତ୍ର ଟେଷ୍ଟ: ଭାରତର କିଏ କେଉଁଥିରେ ପ୍ରଥମ
author img

By

Published : Nov 25, 2019, 10:38 AM IST

ହାଇଦ୍ରାବାଦ: ରବିବାର ସରିଛି କୋଲକାତା ଇଡେନ ଗାର୍ଡେନରେ ଖେଳାଯାଇଥିବା ଭାରତର ପ୍ରଥମ ଐତିହାସିକ ଦିବା-ରାତ୍ର ଟେଷ୍ଟ ମ୍ୟାଚ । ଭାରତ ଓ ବାଂଲାଦେଶ ମଧ୍ୟ ଖେଳାଯାଇଥିବା ଏହି ମ୍ୟାଚକୁ ଗୋଟିଏ ଇନିଂସ ଓ 46 ରନରେ ଜିତି ନେଇଥିଲା ଭାରତ । ଏହାସହ ସିରିଜ ବିଜୟ ମଧ୍ୟ ହାସଲ କରିଥିଲେ ବିରାଟ ବାହିନୀ । ତେବେ ଏହି ମ୍ୟାଚରେ ସୃଷ୍ଟି ହୋଇଥିଲା ଅନେକ ରେକର୍ଡ । କ୍ରମାଗତ ଚାରୋଟି ଟେଷ୍ଟ ମ୍ୟାଚରେ ଗୋଟିଏ ଇଂନିସରେ ବିଜୟୀ ହୋଇଛି ଭାରତ । ତେବେ ଆସନ୍ତୁ ଏହି ମ୍ୟାଚରେ କେଉଁ ଭାରତୀୟ ଖେଳାଳି କେଉଁଥିରେ ପ୍ରଥମ ହୋଇଛନ୍ତି ତାହା ଉପରେ ନଜର ପକାଇବା ।

ଇଶାନ୍ତ ଶର୍ମା, ବିରାଟ କୋହଲି, ଉମେଶ ଯାଦବ, ରୋହିତ ଶର୍ମା ଆଜି ଖେଳାଳିଙ୍କ ନାଁରେ ରହିଛି ପ୍ରଥମ ପିଙ୍କ ବଲ ଟେଷ୍ଟର ରେକର୍ଡ । ପ୍ରଥମେ ବୋଲିଂ କରିଥିବା ଖେଳାଳି ହୋଇଥିଲେ ଇଶାନ୍ତ ଶର୍ମା । ପ୍ରଥମ ମେଡେନ ଓଭର ନେବାର ରେକର୍ଡ ମଧ୍ୟ କରିଥିଲେ ଇଶାନ୍ତ । କେବଳ ସେତିକି ନୁହେଁ ଭାରତ ପକ୍ଷରୁ ପ୍ରଥମ ୱିକେଟ ଓ 5ଟି ୱିକେଟ ନେବାରେ ମଧ୍ୟ ଇଶାନ୍ତ ପ୍ରଥମ । ପ୍ରଥମ ଦିବା-ରାତ୍ର ଟେଷ୍ଟର ମ୍ୟାନ ଅଫ ଦ ମ୍ୟାଚ ମଧ୍ୟ ହୋଇଛନ୍ତି ଇଶାନ୍ତ ଶର୍ମା । ପ୍ରଥମ ଡକ କରିଥିଲେ ଉମେଶ ଯାଦବ ।

ଭାରତ ପକ୍ଷରୁ ମ୍ୟାଚର ପ୍ରଥମ ରନ କରିଥିଲେ ମୟଙ୍କ ଅଗ୍ରୱାଲ । ପ୍ରଥମ ଚଉକା ମଧ୍ୟ ମାରିଥିଲେ ମୟଙ୍କ । ପ୍ରଥମ ଛକା ସହ ପ୍ରଥମ କ୍ୟାଚ ନେଇଥିଲେ ରୋହିତ । ପ୍ରଥମ ଅର୍ଦ୍ଧ ଶତକ କରିଥିଲେ ଚେତେଶ୍ବର ପୂଜାରା । ପ୍ରଥମ ଶତକ କରିବାର ରେକର୍ଡ ଅଧିନାୟକ ବିରାଟଙ୍କ ନାଁରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.