ETV Bharat / sports

ଆଇପିଏଲକୁ ଆଉ 19 ଦିନ: ଖେଳସୂଚୀ କେବେ?

author img

By

Published : Aug 30, 2020, 9:42 PM IST

ବୋର୍ଡ ଅଧିକାରୀଙ୍କ ରଙ୍ଗୀନ ସ୍ବପ୍ନ କେବଳ ଆଇପିଏଲ୍‍ର ୧୩ତମ ସଂସ୍କରଣର ତାରିଖ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ରେ ସୀମିତ ରହିଯାଇଛି । ଧନୀ ଲିଗକୁ ମାତ୍ର ଆଉ 19 ଦିନ ସମୟ ବାକି ଥିବା ବେଳେ ଏପର୍ଯ୍ୟନ୍ତ ଖେଳସୂଚୀ ଘୋଷଣା ହୋଇପାରିନାହିଁ । ତେବେ ଖେଳସୂଚୀ ଘୋଷଣାକୁ ଚାତକ ପରି ଚାହିଁ ରହିଛନ୍ତି ଉଭୟ ଫ୍ୟାନ୍ସ ଓ ଫ୍ରାଞ୍ଚାଇଜ୍‌ ।

ଆଇପିଏଲକୁ ଆଉ 19 ଦିନ: ଖେଳସୂଚୀ କେବେ?
ଆଇପିଏଲକୁ ଆଉ 19 ଦିନ: ଖେଳସୂଚୀ କେବେ?

ହାଇଦ୍ରାବାଦ: ବହୁ ଉତ୍‌ଥାନ-ପତନ ଓ ବହୁ ପ୍ରତୀକ୍ଷାର ଅନ୍ତ ପରେ ଆରମ୍ଭ ହେବାକୁ ଯାଉଛି ଦେଶର ବିତ୍ତଶାଳୀ ଲିଗ୍‌ ଆଇପିଏଲ । ତେବେ କୋରୋନା ମହାମାରୀ କାରଣରୁ ଚଳିତ ସିଜିନକୁ ବିଦେଶ ମାଟିରେ ଆୟୋଜନ କରିବାକୁ ବିସିସିଆଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛି । ମାତ୍ର ବୋର୍ଡ ଅଧିକାରୀଙ୍କ ଏହି ରଙ୍ଗୀନ ସ୍ବପ୍ନ କେବଳ ଆଇପିଏଲ୍‍ର ୧୩ତମ ସଂସ୍କରଣର ତାରିଖ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ରେ ସୀମିତ ରହିଯାଇଛି । ଧନୀ ଲିଗକୁ ମାତ୍ର ଆଉ 19 ଦିନ ସମୟ ବାକି ଥିବା ବେଳେ ଏପର୍ଯ୍ୟନ୍ତ ଖେଳସୂଚୀ ଘୋଷଣା ହୋଇପାରିନାହିଁ । ତେବେ ଖେଳସୂଚୀ ଘୋଷଣାକୁ ଚାତକ ପରି ଚାହିଁ ରହିଛନ୍ତି ଉଭୟ ଫ୍ୟାନ୍ସ ଓ ଫ୍ରାଞ୍ଚାଇଜ୍‌ ।

ଦୁବାଇରେ ପ୍ରାୟତଃ ସମସ୍ତ ଦେଶୀ ତଥା ବିଦେଶୀ ଖେଳାଳି ପହଁଚି ଅଭ୍ୟାସ ଆରମ୍ଭ କରିସାରିଲେଣି । ଗତକାଲି (ଶନିବାର) ତାଲିକା ପ୍ରକାଶ ପାଇବାର ଥିଲା ମାତ୍ର କୌଣସି କାରଣ ବସତଃ ସ୍ଥଗିତ ରଖାଗଲା । ତେବେ ଆଜି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାଇ ଆଇପିଏଲର କିଛି ଫ୍ରାଞ୍ଜାଇଜ୍‌ମାନେ ଯଥାଶୀଘ୍ର ଖେଳସୂଚୀ ଘୋଷଣା କରିବା ପାଇଁ ବିସିସିଆଇ ପାଖରେ ଦାବି ଉପସ୍ଥାପନା କରିଛନ୍ତି ।

ଆଇପିଏଲକୁ ଆଉ 19 ଦିନ: ଖେଳସୂଚୀ କେବେ?
ଆଇପିଏଲକୁ ଆଉ 19 ଦିନ: ଖେଳସୂଚୀ କେବେ?

ତେବେ ଖେଳସୂଚୀ ଘୋଷଣା ପୂର୍ବରୁ ସମସ୍ତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ବିଚାର କରାଯାଉଛି ବୋଲି କହିଛି ବିସିସିଆଇ । କୋରୋନା ସଂକ୍ରମଣ ଯୋଗୁଁ ବିସିସିଆଇ ଖେଳସୂଚୀ ପ୍ରସ୍ତୁତିରେ ସତର୍କତା ଅବଲମ୍ବନ କରୁଛି । କାରଣ ଯଦି ଜଣେ ଖେଳାଳି ପଜିଟିଭ୍‌ ଚିହ୍ନଟ ହେଉଛି । ତେବେ ସେ ଏବଂ ସାଥୀ ଖେଳାଳି ୧୪ ଦିନ ସଂଗରୋଧରେ ରହିବେ କିମ୍ବା ଉକ୍ତ ଖେଳାଳିଙ୍କୁ ଛାଡ଼ି ଫ୍ରାଞ୍ଚାଇଜିର ଜୈବ ନିରାପତ୍ତା ପରିଧି ମଧ୍ୟରେ ଥିବା ସମସ୍ତଙ୍କୁ ୬ ଦିନ ସଂଗରୋଧରେ ରହି ୩ ଥର କୋଭିଡ୍‍ ପରୀକ୍ଷା ଦେବାକୁ ପଡ଼ିବ । ତେଣୁ ଏହି ୬/୭ ଦିନ ଉକ୍ତ ଫ୍ରାଞ୍ଚାଇଜି ମ୍ୟାଚ୍‍ ଖେଳିପାରିବ ନାହିଁ । ତେଣୁ ଖେଳସୂଚୀ ଏପରି ପ୍ରସ୍ତୁତ ହେବ; ଯାହା ଦ୍ବାରା ଏକ ଫ୍ରାଞ୍ଚାଇଜିର ସମସ୍ତ ମ୍ୟାଚ ଖେଳି ପାରିବେ ।

ଆଇପିଏଲକୁ ଆଉ 19 ଦିନ: ଖେଳସୂଚୀ କେବେ?
ଆଇପିଏଲକୁ ଆଉ 19 ଦିନ: ଖେଳସୂଚୀ କେବେ?

ଉଲ୍ଲେଖଥାଉ କି, ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଦଳର 13 ଜଣ ସଦସ୍ୟ କୋରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି । ଏଥି ମଧ୍ୟରେ ଦୁଇ ଖେଳାଳି ରହିଛନ୍ତି । ସେହିପରି ବ୍ୟକ୍ତିଗତ କାରଣ ପାଇଁ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.