ସୁରତ: ଭାରତୀୟ ମହିଳା କ୍ରିକେଟ ଦଳରେ ସ୍ଥାନ ପାଇଲେ 15ବର୍ଷୀୟା ଶେଫାଳି ବର୍ମା । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି20ରେ ଡେବ୍ୟୁ କରିଛନ୍ତି ସେଫାଳି । ନିଜର ପ୍ରତିଭା ଓ କ୍ରିକେଟ ପ୍ରତି ନିଷ୍ଠା ଯୋଗୁଁ ସେ 15 ବର୍ଷ ବୟସରେ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି ।
ତେବେ କ୍ୟାରିୟରର ପ୍ରଥମ ମ୍ୟାଚ ଖେଳୁଥିବା ସେଫାଳି ଶୂନରେ ଆଉଟ ହୋଇଛନ୍ତି । ଓପନର ଭାବେ ସେ ଭାରତ ପାଇଁ ଇଂନିସ ଆରମ୍ଭ କରିବାକୁ ପଡିଆକୁ ଆସିଥିଲେ । 4ଟି ବଲର ସମ୍ମୁଖୀନ ହୋଇ କୌଣସିସ ରନ କରିବା ପୂର୍ବରୁ ଆଉଟ ହୋଇଥିଲେ ।
ତେବେ ଦିପ୍ତି ଶର୍ମାଙ୍କ ଘାତକ ବୋଲିଂରେ ଭାରତ 11ରନରେ ପ୍ରଥମ ଟି20କୁ ଜିତିନେଇଛି । ଦିପ୍ତି 4ଓଭରରେ 3ଓଭର ମେଡେନ ବୋଲିଂ କରିଥିଲେ । ମାତ୍ର 8ରନ ବ୍ୟୟ କରି 3ଟି ୱିକେଟ ଅକ୍ତିଆର କରିଥିଲେ । ଦକ୍ଷିଣ ଆଫ୍ରିକାକୁ 131ରନର ଟାର୍ଗେଟ ଭାରତ ଦେଇଥିବା ବେଳେ, 119 ରନରେ ସମସ୍ତ ୱିକେଟ ହରାଇଥିଲା ଭ୍ରମଣକାରୀ ଦଳ ।