ଚେନ୍ନାଇ: ବହୁ ପ୍ରତିକ୍ଷୀତ ଆଇପିଏଲ ନିଲାମ ପାଇଁ ପଞ୍ଜୀକରଣ କରିଛନ୍ତି 1097 ଖେଳାଳି । ଫେବ୍ରୁଆରୀ 18ରେ ଅନୁଷ୍ଠିତ ହେବ ବିତ୍ତଶାଳୀ ଟି-20 ଲିଗ୍ର ହାଇଭୋଲଟେଜ ନିଲାମ ପ୍ରକ୍ରିୟା ।
-
NEWS 🚨: 1097 players register for IPL 2021 Player Auction
— IndianPremierLeague (@IPL) February 5, 2021 " class="align-text-top noRightClick twitterSection" data="
More details👉 https://t.co/DSZC5ZzTWG pic.twitter.com/BLSAJcBhES
">NEWS 🚨: 1097 players register for IPL 2021 Player Auction
— IndianPremierLeague (@IPL) February 5, 2021
More details👉 https://t.co/DSZC5ZzTWG pic.twitter.com/BLSAJcBhESNEWS 🚨: 1097 players register for IPL 2021 Player Auction
— IndianPremierLeague (@IPL) February 5, 2021
More details👉 https://t.co/DSZC5ZzTWG pic.twitter.com/BLSAJcBhES
ପଞ୍ଜୀକରଣ କରିଥିବା ଖେଳାଳିଙ୍କ ମଧ୍ୟରୁ ସର୍ବାଧିକ 56 ଜଣ ୱେଷ୍ଟଇଣ୍ଡିଜର ରହିଛନ୍ତି । ପରେ ଅଷ୍ଟ୍ରେଲିଆରୁ 42 ଓ ଦକ୍ଷିଣ ଆଫ୍ରିକାରୁ 38 ଜଣ ପଞ୍ଜୀକରଣ କରିଛନ୍ତି ।
ଗୁରୁବାର ପଞ୍ଜୀକରଣର ଶେଷଦିନ ରହିଥିଲା । ଧାର୍ଯ୍ୟଦିନ ଶେଷ ହେବାପରେ ପଞ୍ଚୀକରଣ କରିଥିବା ଖେଳାଳିଙ୍କ ମଧ୍ୟରେ 21 ଜଣ ଭାରତୀୟ ଖେଳାଳିଙ୍କ ସମେତ, 207 ଜଣ ଅନ୍ତର୍ଜାତୀୟ ଖେଳାଳି ରହିଛନ୍ତି ।
ତାଲିକାରେ ଥିବା 863 ଅନକ୍ୟାପ୍ କ୍ରିକେଟରଙ୍କ ମଧ୍ୟରୁ 743 ଜଣ ଭାରତୀୟ ଓ 68 ଜଣ ବିଦେଶୀ ଖେଳାଳି ରହିଛନ୍ତି ।
ପ୍ରତ୍ୟେକ ଫ୍ରାଞ୍ଚାଇଜ ସର୍ବାଧିକ 25 ଖେଳାଳିଙ୍କୁ ସ୍କ୍ବାଡରେ ରଖିପାରିବେ । 61ଜଣ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ ବିକ୍ରି ହେବେ । ଏହି ସଂଖ୍ୟା ମଧ୍ୟରୁ ପ୍ରାୟ 22ଜଣ ବିଦେଶୀ ଖେଳାଳି ରହିବେ ।
ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଟେଷ୍ଟର ଶେଷ ପରେ ଅପରାହ୍ନ 3ଟାରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବାନେଇ ସୂଚୀ ଘୋଷଣା କରିଛି ଆଇପିଏଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ