ETV Bharat / sports

ସ୍ୱଦେଶ ଫେରିଲେ ଅଷ୍ଟ୍ରେଲିଆ ଖେଳାଳି, କୃତଜ୍ଞତା ଜଣାଇଲା କ୍ରିକେଟ ଅଷ୍ଟ୍ରେଲିଆ

author img

By

Published : May 17, 2021, 5:24 PM IST

ମାଳଦୀପରୁ ସୁରକ୍ଷିତ ଭାବରେ ସିଡନୀରେ ପହଞ୍ଚିଲେ ଆଇପିଏଲରେ ଯୋଗ ଦେଇଥିବା ସମସ୍ତ ଅଷ୍ଟ୍ରେଲିଆ ଖେଳାଳି । ଏହାକୁ ନେଇ ବିସିସିଆଇକୁ ଧନ୍ୟବାଦ ଦେଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ସିଇଓ ନିକ ହକଲି । ଅଧିକ ପଢ଼ନ୍ତୁ...

ସ୍ୱଦେଶ ଫେରିଲେ ଅଷ୍ଟ୍ରେଲିଆ ଖେଳାଳି, କୃତଜ୍ଞତା ଜଣାଇଲା କ୍ରିକେଟ ଅଷ୍ଟ୍ରେଲିଆ
ସ୍ୱଦେଶ ଫେରିଲେ ଅଷ୍ଟ୍ରେଲିଆ ଖେଳାଳି, କୃତଜ୍ଞତା ଜଣାଇଲା କ୍ରିକେଟ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ମାଳଦୀପରୁ ସୁରକ୍ଷିତ ଭାବରେ ସିଡନୀରେ ପହଞ୍ଚିଲେ ଆଇପିଏଲର ଯୋଗ ଦେଇଥିବା ସମସ୍ତ ଅଷ୍ଟ୍ରେଲିଆ ଖେଳାଳି । ଏହାକୁ ନେଇ ବିସିସିଆଇକୁ ଧନ୍ୟବାଦ ଦେଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ସିଇଓ ନିକ ହକଲି । ଆଇପିଏଲର 14ତମ ସଂସ୍କରଣରେ ଏକାଧିକ ଖେଳାଳି କୋରୋନା ସଂକ୍ରମିତ ହେବାପରେ ଟୁର୍ଣ୍ଣାମେଣ୍ଟକୁ ଅଧାରୁ ସ୍ଥଗିତ କରାଯାଇଥିଲା । ତେବେ ଭାରତରୁ ଅଷ୍ଟ୍ରେଲିଆକୁ ବିମାନ ଯାତ୍ରା ଉପରେ କଟକଣା ଜାରି ହୋଇଥିବାରୁ ଅଷ୍ଟ୍ରେଲିଆ ସମସ୍ତ ଖେଳାଳି ମାଳଦୀପ ଗସ୍ତ କରିଥିଲେ ।

ଆଇପିଏଲରେ ମୋଟ 38 ଜଣ ଅଷ୍ଟ୍ରେଲିଆ ଖେଳାଳି ଓ ସପୋର୍ଟ ଷ୍ଟାଫ ଯୋଗ ଦେଇଥିଲେ । ମାଳଦୀପରେ କ୍ବାରେଣ୍ଟିନ ଅବଧି ଶେଷ କରିଥିଲେ ସମସ୍ତ ଖେଳାଳି । ସେପଟେ ମେ 15 ତାରିଖ ଯାଏଁ ଅଷ୍ଟ୍ରେଲିଆକୁ ବିମାନ ଯାତ୍ରା କଟକଣା ଲାଗିଥିଲା । ଏହି ଅବଧି ଶେଷ ହେବାପରେ ପରେ ଅଷ୍ଟ୍ରେଲିଆ ଯାତ୍ରା କରିଥିଲେ ସମସ୍ତ ଖେଳାଳି । ଏହି ତାଲିକାରେ ଡେଭିଡ ୱାର୍ଣ୍ଣର, ପ୍ୟାଟ କମିନ୍ସ, ଷ୍ଟିଭ ସ୍ମିଥ, ଗ୍ଲେନ ମାକ୍ସୱେଲ ଓ ଚେନ୍ନାଇ ସୁପର କିଙ୍ଗ୍ସର କୋଚ ମାଇକେଲ ହସି ମଧ୍ୟ ସାମିଲ ଥିଲେ ।

ଅଷ୍ଟ୍ରେଲିଆ ଖେଳାଳି ସିଡନୀରେ ପହଞ୍ଚିବରେ ଏହାକୁ ନେଇ ଖୁସି ବ୍ୟକ୍ତ କରିବା ସହ ବିସିସିଆଇକୁ କୃତଜ୍ଞତା ଜଣାଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ସିଇଓ ନିକ ହକଲି । ସେ କହିଛନ୍ତି ଯେ, "ଆଇପିଏଲରେ ଯୋଗ ଦେଇଥିବା ସମସ୍ତ ଅଷ୍ଟ୍ରେଲିଆ ଖେଳାଳି ଶୀଘ୍ର ଓ ସୁରକ୍ଷିତ ପହଞ୍ଚିବା ଆମେ ଆଶ୍ବସ୍ତ ଅଛୁ । ସେମାନଙ୍କ ସୁରକ୍ଷା ଦାୟିତ୍ବ ନେଇଥିବାରୁ ଆମେ ବିସିସାଇକୁ ଧନ୍ୟବାଦ ଦେଉଛୁ । ଅଷ୍ଟ୍ରେଲିଆ ଖେଳାଳିଙ୍କ ସହ ମୁଁ କଥା ହୋଇନାହିଁ । କିନ୍ତୁ ମେସେଜ ଜରିଆରେ ସେମାନଙ୍କ ସହ ମୁଁ ଯୋଗାଯୋଗରେ ରହିଥିଲି ।"

ଦୁଇଟି ପର୍ଯ୍ୟାୟରେ ଭାରତରୁ ଅଷ୍ଟ୍ରେଲିଆ ଖେଳାଳି ମାଳଦୀପ ଗସ୍ତ କରିଥିଲେ । ତେବେ ମାଇଲେକ ହସି କୋରୋନା ସଂକ୍ରମଣରୁ ସୁସ୍ଥ ହେବାପରେ ମାଳଦୀପ ଗସ୍ତ କରିଥିଲେ । ବର୍ତ୍ତମାନ ସୁଦ୍ଧା ଆଇପିଏଲରେ କୋରୋନା ସଂକ୍ରମିତ ହୋଇଥିବା ସମସ୍ତ ଖେଳାଳି ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସନରାଇଜର୍ସ ହାଇଦ୍ରାବାଦର ରିଦ୍ଧିମାନ ଶାହା ସୁସ୍ଥ ହୋଇ ନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.