ETV Bharat / sports

ସାଣ୍ଡ୍ ପେପର ଗେଟ ବିବାଦ: ବ୍ୟାନକ୍ରଫ୍ଟଙ୍କ ମନ୍ତବ୍ୟ ପରେ ତଥ୍ୟ ମାଗୁଛି ଅଷ୍ଟ୍ରେଲିଆ ବୋର୍ଡ

author img

By

Published : May 16, 2021, 5:00 PM IST

ପୁଣି ଚର୍ଚ୍ଚାରେ ରହିଛି ଅଷ୍ଟ୍ରେଲିଆ କ୍ରିକେଟରଙ୍କ ସାଣ୍ଡ୍ ପେପର ଗେଟ ବିବାଦ । 2018ରେ ହୋଇଥିବା ଏହି ବଲ ଟାମ୍ପରିଂ ବିବାଦକୁ ନେଇ କାହା ପାଖରେ କୌଣସି ତଥ୍ୟ ଥିଲେ ପ୍ରକାଶ କରିବାକୁ କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ । ଅଧିକ ପଢ଼ନ୍ତୁ...

ସାଣ୍ଡ୍ ପେପର ଗେଟ ବିବାଦ: ବ୍ୟାନକ୍ରଫ୍ଟଙ୍କ ମନ୍ତବ୍ୟ ପରେ ତଥ୍ୟ ମାଗୁଛି ଅଷ୍ଟ୍ରେଲିଆ ବୋର୍ଡ
ସାଣ୍ଡ୍ ପେପର ଗେଟ ବିବାଦ: ବ୍ୟାନକ୍ରଫ୍ଟଙ୍କ ମନ୍ତବ୍ୟ ପରେ ତଥ୍ୟ ମାଗୁଛି ଅଷ୍ଟ୍ରେଲିଆ ବୋର୍ଡ

ସିଡନୀ: ପୁଣି ଚର୍ଚ୍ଚାରେ ରହିଛି ଅଷ୍ଟ୍ରେଲିଆ କ୍ରିକେଟରଙ୍କ ସାଣ୍ଡ୍ ପେପର ଗେଟ ବିବାଦ । 2018ରେ ହୋଇଥିବା ଏହି ବଲ ଟାମ୍ପରିଂ ବିବାଦକୁ ନେଇ କାହା ପାଖରେ କୌଣସି ତଥ୍ୟ ଥିଲେ ପ୍ରକାଶ କରିବାକୁ କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ । ଏହି ବିବାଦରେ କ୍ରିକେଟରୁ ବ୍ୟାନ ହୋଇଥିବା ଅଷ୍ଟ୍ରେଲିଆର ବ୍ୟାଟସମ୍ୟାନ କ୍ୟାମେରନ ବ୍ୟାନକ୍ରଫ୍ଟ । ତେବେ ତାଙ୍କର ଆଉ ଏକ ମନ୍ତବ୍ୟ ପରେ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛି ଏହି ବିବାଦ ।

ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ସମୟରେ ହୋଇଥିବା ଏହି ବଲ ଟ୍ୟାମ୍ପରିଂ ବିଷୟରେ ଅଷ୍ଟ୍ରେଲିଆର ବୋଲରମାନେ ଅବଗତ ଥିଲେ ବୋଲି କହିଛନ୍ତି କ୍ୟାମେରନ ବ୍ୟାନକ୍ରଫ୍ଟ । ଏହାକୁ ନେଇ ଯୋଜନା କରାଯାଇଥିବା ବୋଲି ଖୁଲାସା କରିଛନ୍ତି ଏହି ବିବାଦୀୟ କ୍ରିକେଟର । ଏହାପରେ ଏହି ବିବାଦକୁ ନେଇ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ମଧ୍ୟ ପୁଣି ସାମ୍ନାକୁ ଆସିଛି ।

ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, " ସାଣ୍ଡ୍ ପେପର ଗେଟ ବିବାଦକୁ ନେଇ ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି । ଏହି ବିବାଦକୁ ନେଇ କାହା ପାଖରେ କିଛି ବି ତଥ୍ୟ ଅଛି ଦେବାକୁ କୁହାଯାଇଛି । କେପଟାଉନ ଟେଷ୍ଟ ମ୍ୟାଚରେ ହୋଇଥିବା ଏହି ବିବାଦକୁ ନେଇ ଅତି ନିରପେକ୍ଷ ଭାବରେ ଯାଞ୍ଚ କରାଇଥିଲା । ଏହାପରେ ଆମ ପାଖକୁ ଆଉ କୌଣସି ତଥ୍ୟ ମିଳିନାହିଁ।"

2018ରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ବଲ ଟ୍ୟାମ୍ପରିଂ କରିଥିଲେ କ୍ୟାମେରନ ବ୍ୟାନକ୍ରଫ୍ଟ । ଏହି ମାମଲାରେ ଡେଭିଡ ୱାର୍ଣ୍ଣର ଓ ଷ୍ଟିଭ ସ୍ମିଥଙ୍କୁ ଏକ ବର୍ଷ ପାଇଁ କ୍ରିକେଟରୁ ବ୍ୟାନ କରାଯାଇଥିବା ବେଳେ କ୍ୟାମେରନ ବ୍ୟାନକ୍ରଫ୍ଟଙ୍କୁ 9 ମାସ ପାଇଁ କ୍ରିକେଟରୁ ବ୍ୟାନ କରାଯାଇଥିଲା ।

ଏହି ବିବାଦକୁ ନେଇ ଏକ ସାକ୍ଷାତକାରରେ କ୍ୟାମେରନ ବ୍ୟାନକ୍ରଫ୍ଟ କହିଛନ୍ତ ଯେ, "ମୁଁ ଯାହା ବି କରିଥିଲି ଭୁଲ କରିଥିଲି । କିନ୍ତୁ ଏହାଦ୍ବାରା ଆମ ବୋଲରଙ୍କୁ ପାଇଦା ମିଳିଥିଲା । ମୋତେ ଲାଗୁଛି ଏହାକୁ ନେଇ ଆମ ସମସ୍ତ ବୋଲର ଅବଗତ ଥିଲେ । କାରଣ ବଲ ସେପ୍ ପରିବର୍ତ୍ତନ ହେଲେ ବୋଲରଙ୍କୁ ଫାଇଦା ମିଳେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.