ETV Bharat / sports

ମାନହାନୀ ମାମଲାରେ ଧୋନୀଙ୍କ ବିଜୟ, ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀଙ୍କୁ ଜେଲ୍‌ ପଠାଇଲେ କୋର୍ଟ - ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ୍‌

MS Dhoni: ଧୋନୀଙ୍କ ଅଭିଯୋଗ ଉପରେ ଶୁଣାଣି କରି ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ୍‌ ଦଣ୍ଡ ଶୁଣାଇଲେ ମାଡ୍ରାସ ହାଇକୋର୍ଟ । ଆଇପିଏଲ୍‌ ୨୦୧୩ ସମୟରେ ଏକ ବେଟିଂ ମାମଲାରେ ସେ ଧୋନୀଙ୍କ ନାମ ଅନ୍ତର୍ଭୁକ୍ତ କରିଥିଲେ । ଅଧିକ ପଢ଼ନ୍ତୁ

ମାନହାନୀ ମାମଲାରେ ଧୋନୀଙ୍କ ବିଜୟ
ମାନହାନୀ ମାମଲାରେ ଧୋନୀଙ୍କ ବିଜୟ
author img

By ETV Bharat Odisha Team

Published : Dec 15, 2023, 10:58 PM IST

ଚେନ୍ନାଇ: ଧୋନୀଙ୍କ ଅଭିଯୋଗ ଉପରେ ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ୍‌ ଦଣ୍ଡ ଶୁଣାଇଲେ ମାଡ୍ରାସ ହାଇକୋର୍ଟ । ଏମ୍‌ଏସ୍‌ ଧୋନୀଙ୍କ ଅବମାନନା ଯାଚିକା ଉପରେ ଶୁଣାଣି କରି ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ । ତେବେ ଏହି ଦଣ୍ଡାଦେଶ ବିରୋଧରେ ଆବେଦନ ପାଇଁ ମଧ୍ୟ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ସମ୍ପତ କୁମାରଙ୍କୁ ସମୟ ୩୦ ଦିନ ମିଳିଛି ।

୨୦୧୩ରେ ସମ୍ପତ କୁମାର ତାମିଲନାଡୁ ପୋଲିସରେ ଜଣେ ସିଆଇଡି ଅଧିକାରୀ ଥିଲେ । ସେହି ସମୟରେ ଆଇପିଏଲ୍‌ ସହ ଜଡ଼ିତ ଏକ ବେଟିଂ ମାମଲା ଉଠାଇବା ପାଇଁ ଅଧିକାରୀ ଜଣକ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଫଳରେ ତାଙ୍କୁ ଏହି ମାମଲାରୁ ହଟାଇ ଦିଆଯାଇଥିଲା । ସେହି ସମୟରେ ଆଇପିଏଲ୍‌ରେ ଏକ ବେଟିଂ ମାମଲାରେ ସେ ଧୋନୀଙ୍କ ନାମ ଅନ୍ତର୍ଭୁକ୍ତ କରିଥିଲେ । ଏହାପରେ ୨୦୧୪ରେ ଧୋନୀ ଏକ ମାନହାନୀ ମୋକଦ୍ଦମା ଦାୟର କରିଥିଲେ । ଆଇପିଏସ୍‌ ଅଧିକାରୀ ସମ୍ପତ କୁମାରଙ୍କ ସମେତ ଏକ ଟେଲିଭିଜନ ଚ୍ୟାନେଲ ଗ୍ରୁପ୍ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ଦାୟର କରିଥିଲେ ଧୋନୀ । ସମ୍ପତଙ୍କ ବିରୋଧରେ କୋର୍ଟ ଅବମାନନା ପିଟିସନ ମଧ୍ୟ ଦାୟର କରିଥିଲେ ସିଏସ୍‌କେ ଅଧିନାୟକ ।

ଏହା ମଧ୍ୟ ପଢ଼ନ୍ତୁ...ଅବସର ନେଲା ଜର୍ସି ନମ୍ବର 7, ମାହିଙ୍କ ଜର୍ସି ପିନ୍ଧି ପାରିବେନି ଖେଳାଳି

ଜଷ୍ଟିସ୍‌ ଏସ୍‌ଏସ୍‌ ସୁନ୍ଦର ଏବଂ ଜଷ୍ଟିସ୍‌ ସୁନ୍ଦର ମୋହନଙ୍କ ଦ୍ବାରା ହୋଇଥିବା ଶୁଣାଣି ସମୟରେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ସମ୍ପତ କୁମାର ସନ୍ତୋଷଜନକ ଉତ୍ତର ପ୍ରଦାନ କରିବାରେ ବିଫଳ ହୋଇଥିଲେ । ଫଳସ୍ବରୂପ, ବିଚାରପତିମାନେ ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ସମ୍ପତଙ୍କ ଓକିଲଙ୍କ ଦ୍ବାରା ହୋଇଥିବା ପରବର୍ତ୍ତୀ ଆବେଦନକୁ ମଧ୍ୟ ମଞ୍ଜୁର କରିଥିଲେ କୋର୍ଟ । ବିଚାରପତିମାନେ ସମ୍ପତଙ୍କ ଗିରଫଦାରୀ ଉପରେ ୩୦ ଦିନ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି । ଏହି ମାମଲା କ୍ରୀଡା, ଗଣମାଧ୍ୟମ ଏବଂ ଆଇନ ବ୍ୟବସ୍ଥାକୁ ଆଲୋକପାତ କରି ସମ୍ଭାବ୍ୟ କ୍ଷତିକାରକ ଅଭିଯୋଗ ଆଣିବାରେ ଜନପ୍ରତିନିଧି ତଥା ଗଣମାଧ୍ୟମର ଦାୟିତ୍ବବୋଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରକାଶଯୋଗ୍ୟ, ବିଶ୍ବର ସବୁଠାରୁ ଦାମୀ ପ୍ରିମିୟର ଲିଗ୍‌ ଭାବେ ପରିଚିତ ଆଇପିଏଲ୍‌ରେ ପୂର୍ବରୁ ମ୍ୟାଚ୍‌ ଫିକ୍ସିଂ ମାମଲା ମଧ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ରାଜସ୍ଥାନ ରୟାଲ୍ସ ଦୁଇ ଦଳକୁ ଦୁଇଟି ସଂସ୍କରଣ ଆଇପିଏଲ୍‌ ୨୦୧୬ ଓ ଆଇପିଏଲ୍‌ ୨୦୧୭ ପାଇଁ ବ୍ୟାନ୍‌ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.