ETV Bharat / sports

CWG 2022: 100 ପଦକ ହାସଲ ସମ୍ଭାବନା ! - 100 ପଦକ ହାସଲ ସମ୍ଭାବନା

ଜୁଲାଇ 28 ତାରିଖରୁ ବର୍ମିଂହାମରେ ଆରମ୍ଭ ହେବାକୁ ଯାଉଥିବା କମନ ୱେଲଥ ଗେମ୍ସରେ ଭାରତୀୟ ପ୍ରତିଯୋଗୀଙ୍କଠାରେ ଉତ୍ସାହ ଦେଖିବାକୁ ମିଳିଛି । ଖାଲି ପ୍ରତିଯୋଗୀ ନୁହଁନ୍ତି କ୍ରୀଡାପ୍ରେମୀଙ୍କ ଠାରେ ମଧ୍ୟ ଏନେଇ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

CWG 2022 : 100 ପଦକ ହାସଲ ସମ୍ଭାବନା !
CWG 2022 : 100 ପଦକ ହାସଲ ସମ୍ଭାବନା !
author img

By

Published : Jul 26, 2022, 9:59 PM IST

ହାଇଦ୍ରାବାଦ: ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା । ଜୁଲାଇ 28 ତାରିଖରୁ ବର୍ମିଂହାମରେ ଆରମ୍ଭ ହେବାକୁ ଯାଉଥିବା କମନ ୱେଲଥ ଗେମ୍ସରେ ଭାରତୀୟ ପ୍ରତିଯୋଗୀଙ୍କଠାରେ ଉତ୍ସାହ ଦେଖିବାକୁ ମିଳିଛି । ଖାଲି ପ୍ରତିଯୋଗୀ ନୁହଁନ୍ତି କ୍ରୀଡାପ୍ରେମୀଙ୍କ ଠାରେ ମଧ୍ୟ ଏନେଇ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି ।

ଭାରତ 2018 ମସିହା କମନ ୱେଲଥ ଗେମ୍ସରେ 66 ଟି ପଦକ ହାସଲ କରି ପଦକ ତାଲିକାରେ ତୃତୀୟ ସ୍ଥାନରେ ରହିଥିଲା । 66 ଟି ପଦକରୁ 26 ଟି ସ୍ବର୍ଣ୍ଣ ପଦକ, 20 ଟି ରୌପ୍ୟ ପଦକ, ଏବଂ 20 ଟି ବ୍ରୋଞ୍ଜ ପଦକ ରହିଥିଲା । ଚଳିତ ସଂସ୍କରଣରେ ଭାରତ ପୁରୁଣା ତ୍ରୁଟିକୁ ସୁଧାରି 100 ପଦକ ହାସଲ କରିବାରେ ସକ୍ଷମ ହେବ କି । ସେହିପରି ଚଳିତ ବର୍ଷ ବର୍ମିଂହାମରେ ଆରମ୍ଭ ହେବାକୁ ଯାଉଥିବା କମନ ୱେଲଥ ଗେମ୍ସରେ ଭାରତ ତରଫରୁ 200ରୁ ଅଧିକ ଆଥଲେଟିକ୍ସ ଭାଗ ନେବାକୁ ଯାଉଛନ୍ତି । ତେବେ କମନ ୱେଲଥ ଗେମ୍ସ ଆରମ୍ଭ ହେବା ପୂର୍ବରୁ ସୁଟିଂକୁ ପ୍ରତିଯୋଗିତାରୁ ବାଦ ଦିଆଯାଇଛି । ଯାହା ଭାରତ ପାଇଁ ପଦକ ହାସଲ କରିବାର ଏକ ମାଧ୍ୟମ ରହିଥିଲା । ତେବେ କେଉଁ କେଉଁ ଖେଳରେ ଭାରତ ପଦକ ହାସଲ କରିବାର ସମ୍ଭାବନା ରହିଛି ଆସନ୍ତୁ ନଜର ପକାଇବା ।

ବ୍ୟାଡମିଣ୍ଟନ: ଏଥିରେ ଭାରତ ଚାରୋଟି ପଦକ ହାସଲ କରିବ ବୋଲି ଆଶା କରାଯାଉଛି । କାରଣ ଦୁଇ ଥର ଅଲମ୍ପିକ ପଦକ ବିଜେତା ପିଭି ସିନ୍ଧୁ ନିଶ୍ଚିତ ଭାବରେ ସ୍ବର୍ଣ୍ଣ ପଦକ ହାସଲ କରିବାକୁ ଆଶାବାଦୀ । ବର୍ତ୍ତମାନ ସେ ଦମଦାର ଫର୍ମରେ ରହିଛନ୍ତି । ନିକଟରେ ଖେଳାଯାଇଥିବା ସିଙ୍ଗାପୁର ଓପନ ଟୁର୍ଣ୍ଣାମେଣ୍ଟ ଟାଇଟଲ ପିଭି ସିନ୍ଧୁ ହାସଲ କରିଛନ୍ତି । ସେହିପରି ଲକ୍ଷ୍ୟ ସେନ, କିଦାମ୍ବି ଶ୍ରୀକାନ୍ତ, ଚିରାଗ ସେଟ୍ଟୀ ଏବଂ ସାତ୍ତ୍ବିକଙ୍କ ପାଖରୁ ପଦକ ନିଶ୍ଚିତ ଭାବରେ ଆଶା କରାଯାଇପାରେ ।

ବକ୍ସିଂ: ୱମେନ୍ସ ୱଲ୍ଡ ବକ୍ସିଂ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ନିକହତ ଜରିନ ଏବେ ଉତ୍ତମ ଫର୍ମରେ ରହିଛନ୍ତି । ତେବେ ତାଙ୍କ ପାଖରୁ ଦେଶ ସ୍ବର୍ଣ୍ଣ ପଦକ ଆଶା ରଖିଛି । ସେହିପରି ଟୋକିଓ ଅଲମ୍ପିକରେ ବ୍ରୋଞ୍ଜ ପଦକ ବିଜେତା ଲଭଲିନା ବୋରଗୋହେନ ଦେଶକୁ ପଦକ ଭେଟି ଦେବେ ବୋଲି ଆଶା ରଖାଯାଇଛି । ବିଶ୍ବ ଚମ୍ପିଆନସିପରେ ରୌପ୍ୟ ପଦକ ବିଜେତା ଅମିତ ପଂଘାଲ, ଏସିଆଇ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ବିଜେତା ସଞ୍ଜିତ କୁମାରଙ୍କୁ ଦେଶ ନିଶ୍ଚିତ ରୁପରେ ପଦକ ଭେଟି ଦେବେ ବୋଲି ସମ୍ବାବନା ରଖାଯାଇଛି ।

ଟେବୁଲ ଟେନିସ: 2018ସଂସ୍କରଣରେ ଟେବୁଲ ଟେନିସ ତାରକା ମନିକା ବାତ୍ରା ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ତେବେ ମହିଳା ଡବଲସ ଏବଂ ମହିଳା ସିଙ୍ଗଲସ ଟେବୁଲ ଟେନିସରେ ଭାରତ ମନିକା ବାତ୍ରାଙ୍କ ଠାରୁ ପଦକ ଆଶା ରଖିଛି । ସେହିପରି ପୁରୁଷ ବିଭାଗରେ ସାଥିୟାନା ଗଣଶେଖରନ ଏବଂ ଶରତ କମଲଙ୍କ ପାଖରୁ ପଦକ ମିଳିବାର ସମ୍ଭାବନା ରହିଛି ।

ୱେଟଲିଫଟିଂ(ଭାରତ୍ତୋଳନ): ଟୋକିଓ ଅଲମ୍ପିକରେ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ଦେଶକୁ ଏଥର କମନ ୱେଲଥ ଗେମରେ ସ୍ବର୍ଣ୍ଣ ପଦକ ଭେଟି ଦେଇପାରନ୍ତି ବୋଲି ଆଶା କରାଯାଉଛି । ସେହିପରି 2021 ମସିହା ବିଶ୍ବ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ବିଜେତା ବିଦ୍ୟାରାଣୀ ଦେବୀଙ୍କ ପାଖରୁ ପଦକ ଆଶା ରଖିଛି ଭାରତ ।

କୁସ୍ତି: ଟୋକିଓ ଅଲମ୍ପିକରେ ରୌପ୍ୟ ପଦକ ବିଜେତା ରବି କୁମାର ଦହିୟା ଏବଂ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆଙ୍କ ପାଖରୁ ଦଳ ନିଶ୍ଚିତ ଭାବରେ ସ୍ବର୍ଣ୍ଣ ପଦକ ଆଶା ରଖିଛି । ସେହିପରି ଦୀପକ ପୁନିଆ, ବିନେଶ ଫୋଗଟ, ସାକ୍ଷୀ ମଲ୍ଲିକ ଏବଂ 2021 ଏସିଆଇ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ବିଜେତା ଦିବ୍ୟା କାକରାନ ମଧ୍ୟ ଦେଶକୁ ପଦକ ଭେଟି ଦେବାର ଦାବିଦାର ହୋଇଛନ୍ତି ।

ସେହିପରି ଦୌଡରେ ଦୂତୀ ଚାନ୍ଦ ଏବଂ ହିମା ଦାସ ପାଖ ଦେଶକୁ ପଦକ ଭେଟି ଦେବାର ସମ୍ଭାବନା ରହିଛି । ହକି ଏବଂ କ୍ରିକେଟରେ ମଧ୍ୟ ଭାରତ ପଦକ ହାସଲ କରିବ ବୋଲି ଆଶା ରଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.