ETV Bharat / sports

Team India for Asia Cup: ଧୂଆଁଧାର ରେକର୍ଡ ସତ୍ତ୍ବେ ଧାୱନଙ୍କୁ ଅଣଦେଖା, କାରଣ କହିଲେ ଚୟନକର୍ତ୍ତା - ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର୍‌

ଏସିଆ କପ୍‌ ୨୦୨୩ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । ତେବେ ଏଥର ମଧ୍ୟ ଭେଟେରାନ ଓପନର ଶିଖର ଧାୱନଙ୍କୁ ଅଣଦେଖା କରାଯାଇଛି । ତେବେ ରୋହିତ ଶର୍ମା, ଶୁଭମନ ଗିଲ ଓ ଈଶାନ କିଶାନ ବର୍ତ୍ତମାନ ସମୟରେ ପ୍ରିୟ ଓପନର ରହିଥିବାରୁ ଧାୱନଙ୍କ ପାଇଁ ଏବେ ସ୍ଥାନ ନଥିବା କହିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର୍‌ । ଅଧିକ ପଢ଼ନ୍ତୁ

ଧୂଆଁଧାର ରେକର୍ଡ ସତ୍ତ୍ବେ ଧାୱନଙ୍କୁ ଅଣଦେଖା
ଧୂଆଁଧାର ରେକର୍ଡ ସତ୍ତ୍ବେ ଧାୱନଙ୍କୁ ଅଣଦେଖା
author img

By

Published : Aug 21, 2023, 10:08 PM IST

ମୁମ୍ବାଇ: ବହୁ ମାନସ ମନ୍ଥନ ପରେ ଏସିଆ କପ୍‌ ପାଇଁ ୧୭ ଜଣିଆ ଭାରତୀୟ କ୍ରିକେଟ୍‌ ଦଳ ଘୋଷଣା କରାଯାଇଛି । ଆଜି (ସୋମବାର) ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଚଳିତ ମାସ ୩୦ ତାରିଖରେ ଆରମ୍ଭ ହେବାକୁଥିବା ଏସିଆ କପ୍‌ ପାଇଁ ଟିମ୍‌ ଇଣ୍ଡିଆ ସ୍କ୍ବାଡ୍‌ ଘୋଷଣା କରିଛି । ମାତ୍ର ସବୁଠାରୁ ବଡ଼ ଖବର ହେଉଛି ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆରୁ ବାହାରେ ଥିବା ଭେଟେରାନ ଓପନର୍‌ ଶିଖର ଧାୱନଙ୍କୁ ପୁଣିଥରେ ଅଣଦେଖା କରାଯାଇଛି । ଦୀର୍ଘଦିନରୁ ଅଣଦେଖାର ଶିକାର ହୋଇଆସୁଥିବା ଧାୱନ ଏସିଆ କପ୍‌ରେ ଦଳକୁ ଫେରିବେ ବୋଲି ଆଶା ରଖିଥିବା ପ୍ରଶଂସକମାନେ ମଧ୍ୟ ନିରାଶା ହୋଇଛନ୍ତି । ତେବେ ଏବେ ଧାୱନଙ୍କ ପାଇଁ ଓପନିଂରେ ସ୍ଥାନ ନଥିବା କହିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର୍‌ ।

'ଏବେ ଧାୱନଙ୍କ ପାଇଁ ସ୍ଥାନ ନାହିଁ': ଶିଖର ଧାୱନଙ୍କୁ ଏସିଆ କପ୍‌ ପାଇଁ ଦଳରେ ସାମିଲ ନକରାଇବା ନେଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର୍‌ ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, "ରୋହିତ ଜଣେ ଭଲ ଓପନର୍, ଶୁଭମନ ଗିଲ ଏବଂ ଇଶାନ କିଶନ ବର୍ତ୍ତମାନ ସମୟରେ ପ୍ରିୟ ଓପନର୍ । ଧାୱନ ଦୀର୍ଘ ଦିନରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନାହାନ୍ତି । ଡିସେମ୍ବରରେ ସେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ । ସେବେଠାରୁ ସେ କୌଣସି ମ୍ୟାଚ୍ ଖେଳି ନାହାନ୍ତି । ସେ ଭାରତ ପାଇଁ ଜଣେ ଭଲ ଖେଳାଳି ହୋଇଛନ୍ତି, କିନ୍ତୁ ବର୍ତ୍ତମାନ ସମୟରେ ଓପନିଂରେ ଆମର ସ୍ଥାନ ନାହିଁ ।" ତେବେ ଏସିଆନ ଗେମ୍ସ ପାଇଁ ଘୋଷଣା ହୋଇଥିବା ଦଳରେ ମଧ୍ୟ ଧାୱନଙ୍କୁ ସ୍ଥାନ ମିଳିନାହିଁ । ଏହି ଭେଟେରାନ ଖେଳାଳିଙ୍କୁ ଏପରି ଅଣଦେଖା କାରଣରୁ ସେ ଖୁବଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏମିତି ରହିଛି ଗବ୍ବର ରେକର୍ଡ: ଯଦିଓ ଶିଖର ଧାୱନ ନିକଟରେ କୌଣସି ବଡ଼ ଇନିଂସ ଖେଳିବାର ସୁଯୋଗ ପାଇନାହାନ୍ତି, କିନ୍ତୁ ଦିନିକିଆ କ୍ରିକେଟ୍‌ରେ ତାଙ୍କର କ୍ୟାରିୟର ଭଲ ରହିଛି । ୧୬୭ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ଧାୱନ ୬,୭୯୩ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ତାଙ୍କ ନାମରେ ୧୭ ଶତକ ଓ ୩୯ ଅର୍ଦ୍ଧଶତକ ମଧ୍ୟ ରହିଛି । କେବଳ ସେତିକି ନୁହେଁ, ତାଙ୍କର ଏସିଆ କପ୍‌ରେ ମଧ୍ୟ ଚମତ୍କାର ରେକର୍ଡ ରହିଛି । ସେ ଏସିଆ କପ୍‌ରେ ୯ ମ୍ୟାଚ୍‌ ଖେଳି ୫୯.୩୩ ହାରରେ ୫୩୪ ରନ୍ ସଂଗ୍ରହ କରିଛନ୍ତି । ଏହି ଚାପବହୁଳ ପ୍ରତିଯୋଗିତାରେ ସେ ଦୁଇ ଶତକ ମଧ୍ୟ ହାସଲ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ୧୭ ଜଣିଆ ସ୍କ୍ବାଡ୍‌ ଘୋଷଣା କଲା BCCI, ଦଳକୁ ଫେରିଲେ ଏହି ୨ ଷ୍ଟାର ଖେଳାଳି

ଏସିଆ କପ୍‌ ୨୦୨୩ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା

ବ୍ୟାକଅପ୍: ସଞ୍ଜୁ ସାମସନ୍

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.