ETV Bharat / sports

IPL 2022: ଟସ୍‌ ଜିତିଲା CSK, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

IPL 2022ର ୩୮ତମ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍‌ ଜିତି CSK ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ

author img

By

Published : Apr 25, 2022, 7:09 PM IST

Updated : Apr 25, 2022, 7:23 PM IST

IPL 2022: ଟସ୍‌ ଜିତିଲା ଚେନ୍ନାଇ, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ମୁମ୍ବାଇ: ଚଳିତ ଆଇପିଏଳ ୨୦୨୨ ଟୁର୍ଣ୍ଣାମେଣ୍ଟର(IPL 2022) ୩୮ତମ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ସୁପରକିଙ୍ଗ୍ସ କ୍ୟାପଟେନ ରବିନ୍ଦ୍ର ଜାଡେଜା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ମୟଙ୍କ ଅଗ୍ରୱାଲଙ୍କ ପଞ୍ଜାବ ।

ବର୍ତ୍ତମାନ ପଏଣ୍ଟ ଟେବୁଲରେ ପଞ୍ଜାବ କିଙ୍ଗ୍ସ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍‌ସ୍‌ ନବମ ସ୍ଥାନରେ ରହିଛି । ଉଭୟ ଦଳ ୭ଟି ଲେଖାଏଁ ମ୍ୟାଚ୍‌ ଖେଳିଛନ୍ତି । ପଞ୍ଜାବ ୩ଟି ମ୍ୟାଚ୍‌ରେ ବିଜୟ ହାସଲ କରି ୬ ପଏଣ୍ଟ ହାସଲ କରିଛି । ସେହିଭଳି ଚେନ୍ନାଇ ଦୁଇଟି ମ୍ୟାଚ୍‌ରେ ବିଜୟ ହାସଲ କରି ୪ ପଏଣ୍ଟ ହାସଲ କରିଛି । ଉଭୟ ଦଳ ଆଜିରେ ମ୍ୟାଚ୍‌ରେ ବିଜୟ ହାସଲ କରିବା ସହ ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛନ୍ତି ।

ଆଜିର ମ୍ୟାଚ୍‌ ପାଇଁ ଚେନ୍ନାଇ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ସେପଟେ ପଞ୍ଜାବ ଦଳରେ ଆଜି ୩ଟି ପରିବର୍ତ୍ତନ କରାଯାଇଛି । ଶାହାରୁଖ ଖାନ୍‌, ନାଥାନ ଏଲିସ ଓ ବୈଭବ ଅରୋରାଙ୍କ ସ୍ଥାନରେ ଭାନୁକା ରାଜପକ୍ଷ, ସନ୍ଦୀପ ଶର୍ମା ଓ ଋଷି ଧାୱନଙ୍କୁ ଦଳରେ ସାମିଲ କରାଯାଇଛି ।

ଚୂଡ଼ାନ୍ତ ଏକାଦଶ

ଚେନ୍ନାଇ ସୁପରକିଙ୍ଗ୍ସ :- ଋତୁରାଜ ଗାୟକୱାଡ, ରବିନ୍ ଉଥାପ୍ପା, ଅମ୍ବାତି ରାୟୁଡୁ, ଶିଭମ୍ ଦୁବେ, ରବିନ୍ଦ୍ର ଜାଡେଜା(ଅଧିନାୟକ), ଏମ୍.ଏସ୍ ଧୋନି, ମିଚେଲ୍ ସାଣ୍ଟନର୍, ଡ୍ବେନ୍ ପ୍ରିଟୋରିଅସ୍, ଡ୍ବେନ୍ ବ୍ରାଭୋ, ମୁକେଶ ଚୌଧୁରୀ, ମହେଶ ଥିକଶାନା

ପଞ୍ଜାବ କିଙ୍ଗ୍ସ:- ମାୟଙ୍କ ଅଗ୍ରୱାଲ(ଅଧିନାୟକ), ଶିଖର ଧାୱନ, ଜନି ବେୟାରଷ୍ଟୋ, ଲିଆମ୍ ଲିଭିଂଷ୍ଟୋନ୍, ଜିତେଶ ଶର୍ମା, ଭାନୁକା ରାଜପକ୍ଷ, ଋଷି ଧାୱନ, କାଗିସୋ ରାବାଡା, ରାହୁଲ ଚହର, ସନ୍ଦୀପ ଶର୍ମା, ଅର୍ଶଦୀପ ସିଂ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 25, 2022, 7:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.