ETV Bharat / sports

Commonwealth Games 2022: ଶେଷ ଟିମ ଭାବେ ଶ୍ରୀଲଙ୍କାର ଯୋଗ୍ୟତା ଅର୍ଜନ

author img

By

Published : Jan 24, 2022, 10:19 PM IST

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ (Commonwealth Games 2022 )ପାଇଁ ଯୋଗ୍ୟତା ଅର୍ଜନ କରିଛି ଶ୍ରୀଲଙ୍କା । ମଙ୍ଗଳବାର କ୍ବାଲାଲାମପୁରରେ ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ବାଂଲାଦେଶକୁ ୨୨ ରନ୍‌ରେ ହରାଇ ମେଗା ଟୁର୍ନାମେଣ୍ଟର ଟିକେଟ ହାତେଇଛି ଶ୍ରୀଲଙ୍କା । ଅଧିକ ପଢନ୍ତୁ

Chamari Athapaththu shines as Sri Lanka beat Bangladesh to qualify for 2022 Commonwealth Games in Birmingham
Commonwealth Games 2022: ଶେଷ ଟିମ ଭାବେ ଶ୍ରୀଲଙ୍କାର ଯୋଗ୍ୟତା ଅର୍ଜନ

ପୁଚଙ୍ଗ(ମାଲେସିୟା): ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ (Commonwealth Games 2022 )ପାଇଁ ଯୋଗ୍ୟତା ଅର୍ଜନ କରିଛି ଶ୍ରୀଲଙ୍କା । ମଙ୍ଗଳବାର କ୍ବାଲାଲାମପୁରରେ ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ବାଂଲାଦେଶକୁ ୨୨ ରନ୍‌ରେ ହରାଇ ମେଗା ଟୁର୍ନାମେଣ୍ଟର ଟିକେଟ ହାତେଇଛି ଶ୍ରୀଲଙ୍କା । ସିଂହଳ ଟିମର ଏହି ବିଜୟରେ ଅଧିନାୟିକା ଚମାରୀ ଅଟ୍ଟାପଟ୍ଟୁଙ୍କ ପ୍ରମୁଖ ଭୂମିକା ରହିଛି ।

ଏହାମଧ୍ୟ ପଢନ୍ତୁ: spot-fixing: ବ୍ରେଣ୍ଡନ ଟେଲରଙ୍କ ସାଙ୍ଘାତିକ ଖୁଲାସା, ବ୍ଲାକମେଲ୍‌ କରିଥିଲେ ଭାରତୀୟ ବ୍ୟବସାୟୀ

ଚଳିତ ବର୍ଷର ରାଜ୍ୟଗୋଷ୍ଠୀ କ୍ରୀଡା(Commonwealth Games) ପ୍ରତିଯୋଗିତାର ଶେଷ ସ୍ଥାନ ପାଇଁ ୫ଟି ଟିମ ମଧ୍ୟରେ ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟର ଶେଷ ମ୍ୟାଚ୍‌ରେ ବାଜି ମାରିଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ଶ୍ରୀଲଙ୍କା ୬ ୱିକେଟ ହରାଇ ୧୩୬ ରନ୍‌ ସଂଗ୍ରହ କରିଥିଲା । ଅଟ୍ଟାପଟ୍ଟୁ ୪୮ ରନ୍‌ର ଉପଯୋଗୀ ଇଂନିସ ଖେଳିଥିଲେ । ପରେ ବୋଲିଂରେ ମଧ୍ୟ କମାଲ କରିବା ସହ ୩ୱିକେଟ ଅକ୍ତିଆର କରି ଶ୍ରୀଲଙ୍କାକୁ ୧୧୪ ରନ୍‌ର ସୀମିତ ରଖିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ ।

ଫଳରେ ଅଷ୍ଟମ ଟିମ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ କ୍ରିକେଟ ପ୍ରତିଯୋଗିତା ପାଇଁ ଶ୍ରୀଲଙ୍କା ଯୋଗ୍ୟତା ଅର୍ଜନ କରିଛି । ରାଜ୍ୟଗୋଷ୍ଠୀ କ୍ରୀଡା ମହାସଂଘ(CGF) ଖୁବଶୀଘ୍ର ଔପଚାରିକ ଘୋଷଣା କରିପାରେ । ପୂର୍ବରୁ ଅଷ୍ଟ୍ରେଲିଆ, ବାର୍ବୋଡାସ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ପୂର୍ବରୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.