ETV Bharat / sports

IND vs SA, 3rd Test: କେପଟାଉନରେ ବୁମରାଙ୍କ ସ୍ବତନ୍ତ୍ର ସ୍ମୃତି - ଜଶପ୍ରୀତ ବୁମରା କେପଟାଉନ ସ୍ମୃତି

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ କେପଟାଉନରେ ଜାନୁଆରୀ ୧୧ରୁ ୧୫ ପର୍ଯ୍ୟନ୍ତ ଖେଳାଯିବ । ଅଧିକ ପଢନ୍ତୁ

Bumrah recalls 'special memories' in Cape Town ahead of 3rd Test against South Africa
IND vs SA, 3rd Test: କେପ ଟାଉନରେ ବୁମରାଙ୍କ ସ୍ବତନ୍ତ୍ର ସ୍ମୃତି
author img

By

Published : Jan 10, 2022, 6:28 AM IST

କେପ ଟାଉନ(ଦକ୍ଷିଣ ଆଫ୍ରିକା): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ କେପଟାଉନରେ ଜାନୁଆରୀ ୧୧ରୁ ୧୫ ପର୍ଯ୍ୟନ୍ତ ଖେଳାଯିବ । ଏଥିପାଇଁ ଉଭୟ ଟିମ କେପଟାଉନରେ ପହଞ୍ଚିସାରିଛନ୍ତି । ରବିବାର ଟିମ ଇଣ୍ଡିଆ ଅଭ୍ୟାସ ମଧ୍ୟ ଆରମ୍ଭ କରିଛି । ଦ୍ରୁତ ବୋଲର ଜଶପ୍ରୀତ ବୁମରା ରବିବାର ନିଜର କେପଟାଉନରେ ''ସ୍ବତନ୍ତ୍ର ସ୍ମୃତି''(Special Memory)କୁ ମନେପକାଇଛନ୍ତି ।

  • Cape Town, January 2018 - is where it all began for me in Test cricket. Four years on, I’ve grown as a player and a person and to return to this ground brings back special memories. 😊 pic.twitter.com/pxRPNnqwBH

    — Jasprit Bumrah (@Jaspritbumrah93) January 9, 2022 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: 3rd test: କେପଟାଉନ୍‌ରେ ପହଞ୍ଚିଲା ଟିମ ଇଣ୍ଡିଆ, ଟିମ ହୋଟେଲରେ ଭବ୍ୟ ସ୍ବାଗତ

୫ ଜାନୁଆରୀ, ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପଡାଉନରେ ଟେଷ୍ଟ ଡେବ୍ୟୁ କରିଥିଲେ ବୁମରା । ଫଳରେ ଭାରତୀୟ ଷ୍ଟାର ଦ୍ରୁତ ବୋଲର ବୁମରାଙ୍କ ପ୍ରଦର୍ଶନ ଉପରେ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବପିକ୍ଷ ତୃତୀୟ ଟେଷ୍ଟରେ ନଜର ରହିବ ।

ବୁମରା କହିଛନ୍ତି, କେପଟାଉନ, "ଜାନୁଆରୀ ୨୦୧୮- ଟେଷ୍ଟ କ୍ରିକେଟ ଯାତ୍ରା ଏହିଠାରୁ ଆରମ୍ଭ ହୋଇଥିଲା । ୪ବର୍ଷ ପରେ ପୁମି ସମାନ ସ୍ଥାନରେ ଖେଳିବାର ସୁଯୋଗ ମିଳିବ । ଏଠାରେ ସ୍ବତନ୍ତ୍ର ସ୍ମୃତି ରହିଛି । "ବୁମରା ନିଜର ଡେବ୍ୟୁ ଟେଷ୍ଟରେ ୪ଟି ୱିକେଟ ହାସଲ କରିଥିଲେ । ଏହାପରେ ଡାହାଣହାତୀ ବୋଲର ଭାରତୀୟ ବୋଲିଂ ଆକ୍ରମଣର ନେତୃତ୍ବ ନେଇଆସୁଛନ୍ତି ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ରହିଛି । ପ୍ରଥମ ଟେଷ୍ଟରେ ଭାରତ ବିଜୟୀ ହୋଇଥିବାବେଳେ ଜୋହାନ୍ସବର୍ଗରେ ୭ ୱିକେଟରେ ବିଜୟୀ ହେବାସହ ସିରିଜ ବରାବର କରିଥିଲା ଘରୋଇ ଟିମ ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.