ETV Bharat / sports

ICC Test Rankings: ମାନ୍ୟତାରେ ନବମକୁ ଖସିଲେ କୋହଲି, ଚତୁର୍ଥ ସ୍ଥାନରେ ବୁମରା

author img

By

Published : Mar 16, 2022, 6:45 PM IST

ଆଇସିସି ପକ୍ଷରୁ ଜାରି ହୋଇଛି ନୂଆ ଟେଷ୍ଟ ରାଙ୍କିଂ । ନୂଆ ମାନ୍ୟତା ଅନୁଯାୟୀ ଭାରତୀୟ ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ ବୁମରା ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

ICC Test Rankings: ମାନ୍ୟତାରେ ନବମକୁ ଖସିଲେ କୋହଲି,  ଚତୁର୍ଥ ସ୍ଥାନରେ ବୁମରା
ICC Test Rankings: ମାନ୍ୟତାରେ ନବମକୁ ଖସିଲେ କୋହଲି, ଚତୁର୍ଥ ସ୍ଥାନରେ ବୁମରା

ଦୁବାଇ: ବୁଧବାର ଆଇସିସି ପକ୍ଷରୁ ଜାରି ନୂଆ ଟେଷ୍ଟ ରାଙ୍କିଂ । ନୂଆ ମାନ୍ୟତା ଅନୁଯାୟୀ ଭାରତୀୟ ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ ବୁମରା ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜରେ ସେ କ୍ୟାରିଅରରେ ପ୍ରଥମ ଥର ପାଇଁ ଗୋଟିଏ ମ୍ୟାଚ୍‌ରେ ୫ ୱିକେଟ ହାସଲ କରିଥିଲେ ।

ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ବୁମରା ମୋଟ ୮ଟି ୱିକେଟ ହାସଲ କରିଥିଲେ । ଯାହାଫଳରେ ଟେଷ୍ଟ ରାଙ୍କିଂରେ ଚତୁର୍ଥ ସ୍ଥାନରେ ପହଞ୍ଚି ପାରିଛନ୍ତି । ଏହି ତାଲିକାର ଶୀର୍ଷରେ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ପ୍ୟାଟ କମିନ୍ସ ଶୀର୍ଷରେ ରହିଥିବା ବେଳେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ରବି ଚନ୍ଦ୍ରନ ଅଶ୍ବିନ ଅଲରାଉଣ୍ଡର ତାଲିକାରେ ମଧ୍ୟ ତୃତୀୟ ସ୍ଥାନରେ ରହିଛନ୍ତି । ପୂର୍ବରୁ ଏହି ତାଲିକାରେ ରବିନ୍ଦ୍ର ଜାଡେଜା ଟପ୍‌ରେ ରହିଥିଲେ । ବର୍ତ୍ତମାନ ପୁନଃ ଜେଶନ ହୋଲ୍ଡର ଶୀର୍ଷରେ ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ରବିନ୍ଦ୍ର ଜାଡେଜା ।

ଟେଷ୍ଟ ବ୍ୟାଟର ତାଲିକାରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ନବମ ସ୍ଥାନକୁ ଖସି ଆସିଛନ୍ତି । ରୋହିତ ଶର୍ମା ଓ ଋଷଭ ପନ୍ତ ଯଥାକ୍ରମେ ଷଷ୍ଠ ଓ ଦଶମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.