ETV Bharat / sports

ଜୁନିଅର ଚୟନ କମିଟି ଗଠନ କଲା BCCI

author img

By

Published : Sep 17, 2021, 4:12 PM IST

ବିସିସିଆଇ ପକ୍ଷରୁ ଏକ ଜୁନିଅର ଚୟନ କମିଟି ଗଠନ କରାଯାଇଛି । ଏହାକୁ ନେଇ ବିସିସିଆଇ ଟ୍ବିଟ୍ କରି ସୂଚନା ଦେଇଛି । ଅଧିକ ପଢ଼ନ୍ତୁ...

ଜୁନିଅର ଚୟନ କମିଟି ଗଠନ କଲା ବିସିସିଆଇ
ଜୁନିଅର ଚୟନ କମିଟି ଗଠନ କଲା ବିସିସିଆଇ

ମୁମ୍ବାଇ: ବିସିସିଆଇ ପକ୍ଷରୁ ଏକ ଜୁନିଅର ଚୟନ କମିଟି ଗଠନ କରାଯାଇଛି । ଏହାକୁ ନେଇ ବିସିସିଆଇ ଟ୍ବିଟ୍ କରି ସୂଚନା ଦେଇଛି । ପୂର୍ବତନ ତାମିଲନାଡ଼ୁ ଅଧିନାୟକ ଶରତ ଶ୍ରୀଧରଣ ଏହି କମିଟିର ମୁଖ୍ୟ ରହିବେ । ତାମିଲନାଡ଼ୁ ପକ୍ଷରୁ ସେ ପ୍ରଥମ କ୍ରିକେଟର ଭାବରେ ୧୦୦ ରଣଜୀ ମ୍ୟାଚ ଖେଲଛନ୍ତି ।

୧୫ ବର୍ଷର ଘରୋଇ କ୍ରିକେଟ କ୍ୟାରିଅରରେ ଶରତ ଶ୍ରୀଧରଣ ମୋଟ ୮ ହଜାର ୭ଶହ ରନ୍‌ କରିଛନ୍ତି । ଏଥିରେ ୨୭ଟି ଶତକ ସାମିଲ ରହିଥିବା ବେଳେ ୪୨ଟି ଅର୍ଦ୍ଧ ଶତକ ସାମିଲ ରହିଛି । ସେ ୧୦୦ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ୫୧.୧୭ ହାରରେ ୩ ହଜାର ରନ୍‌ ସଂଗ୍ରହ କରିଛନ୍ତି ।

କମିଟିର ମୁଖ୍ୟ ହେବା ସହ ଦକ୍ଷିଣ ଜୋନ ଦାୟିତ୍ବରେ ମଧ୍ୟ ରହିବେ ଶରତ ଶ୍ରୀଧରଣ । ସେହିଭଳି ପଶ୍ଚିମ ଜୋନ୍‌ ଦାୟିତ୍ବରେ ରହିବେ ପଥିକ ପଟେଲ । ତେ ରଣଦେବ ବୋଶ୍‌ଙ୍କୁ ପୂର୍ବ ଜୋନ୍‌ ଦାୟିତ୍ବ ଦିଆଯାଇଥିବା ବେଳେ କିଷନ ମୋହନଙ୍କୁ ଉତ୍ତର ଜୋନ ଦାୟିତ୍ବ ଦିଆଯାଇଛି । ମଧ୍ୟ ଜୋନ୍‌ ପାଇଁ ହରବିନ୍ଦର ସିଂହ ସୋଢୀଙ୍କୁ ନିଯୁକ୍ତ କରିଛି ବିସିସିଆଇ ।

ପୂର୍ବ ଜୋନ୍‌ ଦାୟିତ୍ବରେ ଥିବା ରଣଦେବ ବୋଶ ପଶ୍ଚିମବଙ୍ଗ ପକ୍ଷରୁ ୯୧ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ୩୧୭ ୱିକେଟ ନେଇଛନ୍ତି । ସେ ୨୦୧୧ରେ ଅବସର ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.