ETV Bharat / sports

ବ୍ରାଏନ ଲାରା ସନରାଇଜର୍ସ ହାଇଦ୍ରାବାଦର ନୂଆ ମୁଖ୍ୟ କୋଚ୍‌

author img

By

Published : Sep 3, 2022, 4:52 PM IST

ଇଣ୍ଡିଆନ ପ୍ରିମିୟର ଲିଗ (Indian Premier League )ର ଆଗାମୀ ସିଜିନ ପାଇଁ ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ନୂଆ ପ୍ରଶିକ୍ଷକଙ୍କୁ ନିଯୁ୍କ୍ତି ଦେଇଛି । ବର୍ତ୍ତମାନ ନିଯୁ୍କ୍ତ ଥିବା ପ୍ରଶିକ୍ଷକ ଟମ ମୁଡିଙ୍କ ବଦଳରେ ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ରିକେଟର ବ୍ରାୟନ ଲାରାଙ୍କୁ ହ୍ରାଇଦ୍ରାବାଦର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତି ଦିଆଯାଇଛି । ଅଧିକ ପଢନ୍ତୁ

ବ୍ରାୟନ ଲାରା SRH ର ମୁଖ୍ୟ କୋଚ ନିଯୁ୍କ୍ତ
ବ୍ରାୟନ ଲାରା SRH ର ମୁଖ୍ୟ କୋଚ ନିଯୁ୍କ୍ତ

ହାଇଦ୍ରାବାଦ: ଗତ ଦୁଇଟି ସଂସ୍କରଣର ଖରାପ ପ୍ରଦର୍ଶନ ପରେ ନୂଆ ଷ୍ଟ୍ରାଟେଜି ତିଆରି କରୁଛି ସନରାଇଜର୍ସ ହାଇଦ୍ରାବାଦ (SRH) । ବର୍ତ୍ତମାନ ନିଯୁ୍କ୍ତ ଥିବା ପ୍ରଶିକ୍ଷକ ଟମ ମୁଡିଙ୍କ (outgoing coach Tom Moody) ବଦଳରେ ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରାଙ୍କୁ ହ୍ରାଇଦ୍ରାବାଦର ( Sunrisers Hyderabad) ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତି ଦିଆଯାଇଛି । ଏନେଇ ଆଜି (ଶନିବାର) ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଜାଇଜ ପକ୍ଷରୁ ଘୋଷଣା କରାଯାଇଛି । ଲାରା ଗତ ସିଜିନରେ SRH ଟିମ ମ୍ୟାନେଜମ୍ୟାଣ୍ଟର ଷ୍ଟ୍ରାଟେଜିକ ଆଡଭାଇଜର ଥିବା ସହିତ ବ୍ୟାଟିଂକୋଚ୍‌ ରହିଥିଲେ ।

ଇଣ୍ଡିଆନ ପ୍ରିମିୟର ଲିଗର (Indian Premier League ) ଆଗାମୀ ସିଜିନ ପାଇଁ ସନରାଇଜର୍ସ ହାଇଦ୍ରାବାଦ ନୂଆ ପ୍ରଶିକ୍ଷକଙ୍କୁ ନିଯୁ୍କ୍ତି ଦେଇଛି । ଟିମରେ ନୂତନ ପ୍ରଶିକ୍ଷକ ନିଯୁକ୍ତି ନେଇ ସନରାଇଜର୍ସ ହାଇଦ୍ରାବାଦ ତଥା ଓରେଞ୍ଜ ଆର୍ମି ନିଜ ଟ୍ବିଟର ହ୍ୟାଣ୍ଡେଲରେ ଲେଖିଛି "କିମ୍ବଦନ୍ତୀ କ୍ରିକେଟର ବ୍ରାୟନ ଲାରା (Legendary West Indies batter Brian Lara ) ଆଇପିଏଲର ଆଗାମୀ ସିଜିନ ପାଇଁ ଆମର ମୁଖ୍ୟ କୋଚ । ଲାରା ଗତ ସିଜିନରେ ଟିମ ମ୍ୟାନେଜମ୍ୟାଣ୍ଟର ଷ୍ଟ୍ରାଟେଜିକ ଆଡଭାଇଜର ଥିବା ସହିତ ବ୍ୟାଟିଂ କୋଚ୍‌ ରହିଥିଲେ ।

ତେବେ ପ୍ରଥମ ଥର ଲାରା ଏହି ଟି୨୦ ଟିମର ମୁଖ୍ୟ କୋଚ ହେବାକୁ ଯାଉଛନ୍ତି ।" ସେହିପରି ବର୍ତ୍ତମାନ କୋଚ ଟମ ମୁଡିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛି ଓରେଞ୍ଜ ଆର୍ମି । ଟ୍ବିଟ ଦ୍ବାରା ତାଙ୍କର ଅବଦାନକୁ ଧନ୍ୟବାଦ ଦେଇଛି ସନରାଇଜର୍ସ ହାଇଦ୍ରାବାଦ । "କାରଣ ଆମ ସହିତ ତାଙ୍କର କାର୍ଯ୍ୟକାଳ ସମାପ୍ତ ହେଉଛି । ଏସଆରଏଚର ତାଙ୍କର ମହତ୍ବପୂର୍ଣ୍ଣ ଯୋଗଦାନ ପାଇଁ ଆମେ ମୁଡିଙ୍କୁ ଧନ୍ୟବାଦ ଜଣାଉଛୁ । ଏହି ବର୍ଷର ଯାତ୍ରା ଭଲ ରହିଥିଲା । ଏବଂ ଆମେ ତାଙ୍କର ଭବିଷ୍ୟତ ପାଇଁ ତାଙ୍କୁ ଶୁଭକାମନା ଜଣାଉଛୁ ।"

ଟମ ମୁଡି ବର୍ଷ ୨୦୧୩ ରୁ ବର୍ଷ ୨୦୧୯ ପର୍ଯ୍ୟନ୍ତ ଓରେଞ୍ଜ ଆର୍ମି ସହିତ ସଫଳ କାର୍ଯ୍ୟକାଳ ରହିଥିଲା । ଯାହାର ଫଳାଫଳ ୨୦୧୬ ମସିହାରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମ ଆଇପିଏଲ ଟ୍ରଫି ହାତେଇ ଥିଲା । ସେହିପରି ଅନ୍ୟ ଚାରୋଟି ସିଜିନରେ ପ୍ଲେଅଫ୍‌ରେ ପହଞ୍ଚିବାରେ ସଫଳ ହୋଇ ପାରିଥିଲା । ହେଲେ ବର୍ଷ ୨୦୨୧ ସନରାଇଜର୍ସ ହାଇଦ୍ରାବାଦ ପାଇଁ ବହୁତ ଖରାପ ରହିଥିଲା । ୨୦୨୧ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦ ତିନୋଟି ମ୍ୟାଚ୍‌ ଜିତିବା ସହିତ ଆଇପିଏଲ ପଏଣ୍ଟ ଟେବୁଲର ସବୁଠୁ ତଳେ ରହିଥିଲା ।

ପରେ ଟମ ମୁଡି କ୍ରିକେଟ ନିର୍ଦ୍ଦେଶକ ଭାବରେ ସନରାଇଜର୍ସ ହାଇଦ୍ରାବାଦକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ଅରେଞ୍ଜ ଆର୍ମି ସହିତ ତାଙ୍କର ଦ୍ବିତୀୟ କାର୍ଯ୍ୟକାଳ ସେ ବିଫଳ ରହିଥିଲେ । କାରଣ ଆଇପିଏଲର ୧୦ଟି ଟିମ ପ୍ରତିଯୋଗିତାରେ ହାଇଦ୍ରାବାଦ ଅଷ୍ଟମ ସ୍ଥାନରେ ରହିଥିଲା । ଯେଉଁଥିରେ ୬ଟି ମ୍ୟାଚ୍‌ ଜିତିବା ସହିତ ୮ ମ୍ୟାଚରେ ପରାଜିତ ହୋଇଥିଲା ହାଇଦ୍ରାବାଦ । ଖେଳାଯାଇଥିବା ଗତ ଦୁଇଟି ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦର ସବୁଠୁ ଖରାପ ପ୍ରଦର୍ଶନ କରିଥିବା ଦଳ ରହିଥିଲା । HRS ୨୮ ମ୍ୟାଚରୁ ୯ଟି ମ୍ୟାଚ ଜିିତିବା ସହିତ ୧୮ ମ୍ୟାଚରେ ପରାଜୟ ହାସଲ କରିଥିଲା । ଗୋଟିଏ ମ୍ୟାଚ୍‌ ଟାଇ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.