ହାଇଦ୍ରାବାଦ: ଏଜବେଷ୍ଟନରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟର ଦ୍ବିତୀୟ ଇନିଂସରେ ବର୍ମିଂହାମରେ ଭାରତୀୟ ପ୍ରଶଂସକ ଜାତିଆଣ ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ । ଏନେଇ ବିର୍ମିଂହାମ ପୋଲିସ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜାତିବାଦ ବିରୋଧରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ବ୍ୟକ୍ତିଙ୍କୁ ଏବାବଦରେ ପଚରା ଉଚରା ଜାରି ରଖିଛି ପୋଲିସ । ଏନେଇ ବର୍ମିଂହାମ ପୋଲିସ ଟ୍ବିଟ ଯୋଗେ ସୂଚନା ଦେଇଛି ।
ଏଜବେଷ୍ଟନରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟର ଦ୍ବିତୀୟ ଇନିଂସରେ ସୋମବାର ରାତିରେ ତଥା ଖେଳର ଚତୁର୍ଥ ଦିନରେ ଭାରତୀୟ ପ୍ରଶଂସକ ଇଂଲଣ୍ଡ ପ୍ରଶଂସକଙ୍କ ଦ୍ବାରା ଜାତିବାଦରେ ଶିକାର ହୋଇଥିବା ନେଇ ଟ୍ବିଟରରେ ଅଭିଯୋଗ ଆଣିଥିଲେ । ସେ କହିଥିଲେ କିଛି ବ୍ରିଟିଶ ପ୍ରଶଂସକ ତାଙ୍କ ଉପରେ ଜାତିବାଦ ନେଇ କିଛି ଆକ୍ଷେପ କରିଥିଲେ । ଏନେଇ ବର୍ମିଂହାମ ପୋଲିସ ଟେଷ୍ଟ ମ୍ୟାଚରେ ହୋଇଥିବା ଜାତିବାଦ ଅପମାନଜନକ ବ୍ୟବହାର ପାଇଁ ଏହା ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ । ଏଜବେଷ୍ଟନ ଅଧିକାରୀଙ୍କୁ ସମ୍ପର୍କ କରି ଜାତିବାଦ ବାବଦରେ ସିସିଟିଭିରେ ରେକର୍ଡ ହୋଇଥିବା ଫୁଟେଜ ଗୁଡିକ ଆମକୁ ତଦନ୍ତରେ ସାହାଯ୍ୟ କରିବ ବୋଲି ପୋଲିସ ଗଣମାଧ୍ୟମରେ ଆଗରେ କହିଥିଲା ।
ଏଜବେଷ୍ଟନରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟର ଭାରତକୁ ୭ ୱିକେଟରେ ହରାଇ ଇଂଲଣ୍ଡ ସିରିଜ ୨-୨ ରେ ବରାବର ରଖିଥିଲା ।