ETV Bharat / sports

ଧୋନି ଓ ଗାଙ୍ଗୁଲିଙ୍କ ମଧ୍ୟରେ କିଏ ଶ୍ରେଷ୍ଠ... ଉତ୍ତରଦେଲେ ସେହୱାଗ୍‌ - ସୌରଭ ଗାଙ୍ଗୁଲି ଖବର

ପ୍ରିନ୍ସ ଅଫ୍‌ କୋଲକାତା ସୌରଭ ଗାଙ୍ଗୁଲି ଓ କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟରେ ଏକ ବିପ୍ଲବ ଆଣିଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଅଧିକାଂଶ ସମୟରେ ଦୁହିଁଙ୍କ ମଧ୍ୟରେ ଶ୍ରେଷ୍ଠ ଅଧିନାୟକ କିଏ ବୋଲି ଆଲୋଚନା ହୁଏ । ଏହାର ଉତ୍ତର ରଖିଛନ୍ତି ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହୱାଗ । ଅଧିକ ପଢ଼ନ୍ତୁ...

ଧୋନି ଓ ଗାଙ୍ଗୁଲିଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ? ଉତ୍ତର ଦେଲେ ବିରେନ୍ଦ୍ର ସେହେୱାଗ୍‌

author img

By

Published : Sep 15, 2021, 6:28 PM IST

ନୂଆଦିଲ୍ଲୀ: ପ୍ରିନ୍ସ ଅଫ୍‌ କୋଲକାତା ସୌରଭ ଗାଙ୍ଗୁଲି ଓ କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟରେ ଏକ ବିପ୍ଲବ ଆଣିଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଅଧିକାଂଶ ସମୟରେ ଦୁହିଁଙ୍କ ମଧ୍ୟରେ ଶ୍ରେଷ୍ଠ ଅଧିନାୟକ କିଏ ବୋଲି ଆଲୋଚନା ହୁଏ । ଦୁହିଁଙ୍କୁ ମଧ୍ୟରୁ ଜଣଙ୍କୁ ବାଛିବା କାଠିକର ପାଠ । ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତୀୟ ଦଳ ବିଦେଶ ମାଟିରେ ବିଜୟ ସ୍ବାଦ ପାଇଥିବାବେଳେ ଧୋନୀ ଭାରତକୁ ତିନିତିନିଥର ବିଶ୍ବ ଚମ୍ପିଆନ କରାଇଛନ୍ତି ।

ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତୀୟ ଦଳ ୨୦୦୩-୦୪ରେ ବୋର୍ଡର ଗାଭାସ୍କର ଟ୍ରଫି ବିଜୟ ହୋଇଥିଲା । ଏହାପୂର୍ବରୁ ପାକିସ୍ତାନରେ ଟେଷ୍ଟ ମ୍ୟାଚ୍ ଡ୍ର କରାଇବାରେ ସକ୍ଷମ ହୋଇଥିଲା । ୨୦୦୨ରେ ନେଟୱେଷ୍ଟ ସିରିଜ ବିଜୟ ହୋଇଥିଲା । ଏହାପରେ ସେହି ବର୍ଷ ଚମ୍ପିଆନ୍ସ ଟ୍ରଫିରେ ଯୁଗ୍ମ ଭାବରେ ଟ୍ରଫି ହାସଲ କରିଥିଲା । ଖାଲି ସେତିକି ନୁହେଁ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତୀୟ ଦଳ ୨୦୦୩ ବିଶ୍ବକପର ସେମିଫାଇନାଲରେ ମଧ୍ୟ ପହଞ୍ଚି ପାରିଥିଲା ।

ମହେନ୍ଦ୍ର ସିଂହ ଧୋନି ପ୍ରଥମେ ୨୦୦୭ ମସିହା ଟି-୨୦ ବିଶ୍ବକପରୁ ନିଜ ବିଜୟ ଅଭିଯାନ ଆରମ୍ଭ କରିଥିଲେ । ଏହାପରେ ସେ ୨୦୦୯ ମସିହାରେ ଭାରତକୁ ଟେଷ୍ଟ ରାଙ୍କିଂରେ ନମ୍ବର ୱାନ ସ୍ଥାନରେ ପହଞ୍ଚାଇଥିଲେ । ୨୦୧୧ ବିଶ୍ବକପ ଟ୍ରଫି ମଧ୍ୟ ଧୋନୀଙ୍କ ନେତୃତ୍ବରେ ଭାରତ ଜିତିଥିଲା । ୨୦୧୩ ମସିହାରେ ଆଇସିସି ଚମ୍ପିଆନ୍ସ ଟ୍ରଫି ମଧ୍ୟ ଧୋନିଙ୍କ ନେତୃତ୍ବରେ ଭାରତ ହାତେଇଥିଲା ।

ବହୁ ଖେଳାଳି ଉଭୟ ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ଖେଳିଛନ୍ତି । ତେବେ ଯେତେବେଳେ ଦୁହିଁଙ୍କ ମଧ୍ୟରେ ଶ୍ରେଷ୍ଠ ଅଧିନାୟକ ବାଛିବାକୁ କୁହାଯାଏ । ସେତେବେଳେ ଜଣଙ୍କ ନାମ ନେବା ମୁସ୍କିଲ ହୋଇଯାଏ । ଏଭଳି ସ୍ଥିତିରେ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହୱାଗ୍ ଶ୍ରେଷ୍ଠ ଅଧିନାୟକ ବାଛିଛନ୍ତି ।

ଏକ ସାକ୍ଷାତକାରେ ବୀରେନ୍ଦ୍ର ସେହୱାଗ୍‌ କହିଛନ୍ତି ଯେ, "ଦୁଇଜଣ ଭାରତ ପାଇଁ ଶ୍ରେଷ୍ଠ ଅଧିନାୟକ । କିନ୍ତୁ ମୋ ମତରେ ସୌରଭ ଗାଙ୍ଗୁଲି ଶ୍ରେଷ୍ଠ ହେବେ । କାରଣ ଭାରତୀୟ ଦଳ ଏକ କଠିନ ସମୟ ଦେଇ ଗତି କରୁଥିବା ବେଳେ ଗାଙ୍ଗୁଲିଙ୍କୁ ଅଧିନାୟକ ମଙ୍ଗ ମିଳିଥିଲା । ସେତେବେଳେ ସେ ଯୁବ ଓ ନିଷ୍ଠାବାନ ଖେଳାଳିଙ୍କୁ ଦଳରେ ସ୍ଥାନ ଦେବାକୁ ଚାହୁଁଥିଲେ । ବିଦେଶ ମାଟିରେ ବିଜୟ ହେବା ଶିଖାଇଥିଲେ ସୌରଭ ଗାଙ୍ଗୁଲି ।"

ଧୋନିଙ୍କୁ ନେଇ ସେହୱାଗ କହିଛନ୍ତି ଯେ, "ଧୋନି ଅଧିନାୟକ ହେବାବେଳେ ଭାରତ ଏକ ସଫଳ ଦଳ ରୂପେ ଉଭା ହୋଇ ସାରିଥିଲା । ସେତେବେଳେ ଏକ ଦଳ ଗଢ଼ିବା ତାଙ୍କ ପାଇଁ ସେତେଟା କଠିନ ନଥିଲା ବୋଲି ମୁଁ ଭାବୁଛି । ଦୁଇ ଅଧିନାୟକ ଶ୍ରେଷ୍ଠ, କିନ୍ତୁ ମୋ ମତରେ ଗାଙ୍ଗୁଲି ଭାରତୀୟ ଦଳକୁ ନୂଆ ଧାରା ଦେଖାଇଥିଲେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.