ETV Bharat / sports

ଭୁବନେଶ୍ୱର କୁମାର ଦୀର୍ଘ ଦିନ ଧରି ଖେଳୁଛନ୍ତି, ତାଙ୍କର ପ୍ରଦର୍ଶନକୁ ତର୍ଜମା କରିବା ଦରକାର ନାହିଁ: ରୋହିତ

ଭାରତର ଲଗାତାର ଦୁଇଟି ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ତେବେ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ରୋହିତ ଶର୍ମା ମ୍ୟାଚ ହାରିବାକୁ ସ୍ବୀକାର କରିବା ସହିତ କେଉଁ କାରଣରୁ ମ୍ୟାଚ ଜିତି ବାରେ ବିଫଳ ରହିଲେ ସେ ବିଷୟରେ କହିଛନ୍ତି । ଅଧିକ ପଢନ୍ତୁ

author img

By

Published : Sep 7, 2022, 5:34 PM IST

ଭୁବନେଶ୍ବର କୁମାର ଦୀର୍ଘ ଦିନ ଧରି ଖେଳୁଛନ୍ତି, ତାଙ୍କର ପ୍ରଦର୍ଶନକୁ ତର୍ଜମା କରିବା ଦରକାର ନାହିଁ : ରୋହିତ ଶର୍ମା

ହାଇଦ୍ରାବାଦ: ଏସିଆ କପର ସୁପର ୪ ରାଉଣ୍ଡରେ ଭାରତ ଗତକାଲି ( ମଙ୍ଗଳବାର ) ଶ୍ରୀଲଙ୍କା ଠାରୁ ପରିଜିତ ହୋଇଥିଲା । ଭାରତର ଲଗାତାର ଦୁଇଟି ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ତେବେ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ରୋହିତ ଶର୍ମା ମ୍ୟାଚ ହାରିବାକୁ ସ୍ବୀକାର କରିବା ସହିତ କେଉଁ କାରଣରୁ ମ୍ୟାଚ ଜିତିବାରେ ବିଫଳ ରହିଲେ ସେ ବିଷୟରେ କହିଛନ୍ତି ।

ପ୍ରଥମରୁ ଭାରତ ଶ୍ରୀଲଙାର ଓପନିଂ ଯୋଡିର ୱିକେଟ ନେବାରେ ବିଫଳ ରହିଲା । ଏହାର ଭରପୁର ଫାଇଦା ଉଠାଇଥିଲେ ଶ୍ରୀଲଙ୍କା ଓପନର ପଥୁମ ନିଶଙ୍କା ଏବଂ କୁଶଲ ମେଣ୍ଡିସ । ଉଭୟଙ୍କ ପାର୍ଟନରସିପ ଦଳୀୟ ସ୍କୋରକୁ ଟାର୍ଗେଟ ଦିଗକୁ ବଢାଇବା ସହିତ ଉଭୟ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ରହିଛନ୍ତି । ପଥୁମ ନିଶଙ୍କା ଏବଂ କୁଶଲ ମେଣ୍ଡିସଙ୍କ ଧୁଆଁଧର ଅର୍ଦ୍ଧଶତକ ଇନିଂସ ଶ୍ରୀଲଙ୍କାକୁ ୬ ୱିକେଟରେ ମ୍ୟାଚ ଜିତାଇବାକୁ ସହାୟକ ହୋଇଥିଲା । ଭାରତର ପ୍ରଥମ ୬ ଓଭର ଯେଉଁ ହିସାବରେ ରନ ବନାଇବା କଥା ସେଭଳି ଭାବରେ ବ୍ୟାଟରୁ ରନ ବାହାରି ନଥିଲା । ପରେ ରାହୁଲ ଏବଂ ବିରାଟଙ୍କ ୱିକେଟ ପଡିବା ପରେ ଦଳୀୟ ସ୍କୋର ପାଇଁ ଚାପ ବଢିଥିଲା । ଏହା ପରେ ଦଳର ସ୍କୋର ବଢିଥିଲା । ତଥାପି ଆମେ ୧୦-୧୨ ରନ କମ କରିଥିଲୁ । ତଥାପି ୧୭୪ ରନରେ ଜିତିବା ଆଶା ରହିଥିଲା । ସ୍ପିନର ଶୃଙ୍ଖଳିତ ବୋଲିଂ କରିଥିଲେ ମଧ୍ୟ ଯେଉଁଭଳି ଭାବରେ ମ୍ୟାଚ ଶେଷ କରିବାକୁ ଚାହୁଁଥିଲୁ ତାହା ହୋଇପାରି ନଥିଲା ।

ସେହିପରି ଲଗାତାର ଦୁଇଟି ମ୍ୟାଚ ଫାଷ୍ଟ ବୋଲର ଭୁବନେଶ୍ବର କୁମାରଙ୍କ ଡେଥ ଓଭରରେ ନୈରାଶ୍ୟଜନକ ପ୍ରଦର୍ଶନ ବିଷୟରେ ସାମ୍ବାଦିକଙ୍କ ପ୍ରଶ୍ନର ରୋହିତ ଉତ୍ତର ରଖିଛନ୍ତି, "ଏହି ବାବଦରେ କୌଣସି ଚିନ୍ତା କରିବାର ନାହିଁ । ଭୁବନେଶ୍ବର କୁମାର ଦୀର୍ଘ ଦିନ ଧରି ଦଳ ପାଇଁ ଖେଳି ଆସୁଛନ୍ତି ଏବଂ ସେ ବହୁତ ଥର ଡେଥ ଓଭରରେ ବୋଲିଂ କରି ଦଳକୁ ଜିତାଇଛନ୍ତି ।"

ଏହା ସହିତ ରୋହିତ ଶର୍ମା ଅଷ୍ଟ୍ରେଲିଆରେ ହେବାକୁ ଯାଉଥିବା ଟି-୨୦ ବଶ୍ବ କପରେ ଦଳ ୯୦-୯୫ ପ୍ରତିଶତ ପ୍ରସ୍ତୁତ ଅଛି ବୋଲି କହିଛନ୍ତି । ତେବେ ଦଳରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଆମେ କିଛି ଘଟଣାକୁ ତର୍ଜମା କରିବାକୁ ଚାହୁଁଛୁ । ଏମିତି ବହୁତ କିଛି ଜଟିଳ ପ୍ରଶ୍ନର ଉତ୍ତର ଆମେ ଦେବାକୁ ଚାହୁଁଛୁ । ପୂର୍ବରୁ ୩-୪ ସିରିଜ ଖେଳିବା ପରେ ଆମକୁ କିଛି ପ୍ରଶ୍ନର ଉତ୍ତର ମିଳିଛି । କେବେ ଆମେ ଏକ ଜଟିଳ ସ୍ଥିତିର ଲାଇନ ଟାଣିବୁ ଏବଂ ସେହି ଲାଇନକୁ ଖେଳିବାକୁ ଚେଷ୍ଟା ଜାରି ରଖିବୁ । ଟି-୨୦ ବଶ୍ବକପ ଖେଳିବା ପୂର୍ବରୁ ଦକ୍ଷିଣ ଆଫ୍ରିକା ସିରିଜରେ କ୍ରିକେଟର ମାନଙ୍କୁ ସମ୍ପୁର୍ଣ୍ଣ ଭାବରେ ପ୍ରସ୍ତୁତ କରିବୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.