ETV Bharat / sports

କ୍ରିକେଟକୁ ଆଥଲେଟିକ୍‌ ଆସୋସିଏସନରୁ ଅଲଗା କରିବାକୁ BCAର ଦାବି

author img

By

Published : May 19, 2022, 10:48 AM IST

କ୍ରିକେଟ ନିହାତି ଅଲଗା ହେବା ଦରକାର ବୋଲି କହିଲେ ଓଡିଶା କ୍ରିକେଟର ଦ୍ରୋଣାଚାର୍ଯ୍ୟ କିଶୋର ମାଣିଆ । ଅଧିକ ପଢନ୍ତୁ

କ୍ରିକେଟ ଆସୋସିଏସନ୍ ପକ୍ଷରୁ ସମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ରାଜଧାନୀର ସମସ୍ତ କ୍ରିକେଟରଙ୍କର ଉନ୍ନତି ଲକ୍ଷ୍ୟ ନେଇ ତିଆରି ହୋଇଛି ଭୁବନେଶ୍ବର କ୍ରିକେଟ ଆସୋସିଏସନ(Bhubaneswar Cricket Association) । ତେଣୁ ରାଜ୍ୟ ସରକାର ଓ ଓସିଏ ପକ୍ଷରୁ ଏହାକୁ ସୀକୃତି ପ୍ରଦାନ ପାଇଁ ଦାବି ହୋଇଛି । ବୁଧବାର ଆସୋସିଏସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଆସୋସିଏସନର ସଦସ୍ୟ ମିହିର କୁମାର ମହାନ୍ତି । ଭୁବନେଶ୍ବର ଆଥଲେଟିକ ଆସୋସିଏସନ(Bhubaneswar Athletic Association) ନିକଟରୁ ଭୁବନେଶ୍ବର କ୍ରିକେଟ ସମ୍ବନ୍ଧୀୟ ସମସ୍ତ ଦାୟିତ୍ବ ହଟାଇ ଭୁବନେଶ୍ବର କ୍ରିକେଟ ଆସୋସିଏସନକୁ ଦେବା ପାଇଁ BCA ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବି କରାଯାଇଛି ।

ଭୁବନେଶ୍ବର କ୍ରିକେଟ ଆସୋସିଏସନ ଲୋଧା କମିଟି ସୁପାରିଶ ଦ୍ବାରା ଗଠନ ହୋଇଛି । ଗୋଟେ ଆସୋସିଏସନ ଗଠନ ହୋଇ ଯେଉଁ ନିୟମ ମାନି ଚଳିବା କଥା ତାହା ପାଳନ କରୁନାହିଁ ଭୁବନେଶ୍ବର ଆଥଲେଟିକ ଆସୋସିଏସନ । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଁଏ କ୍ରିକେଟ ଆସୋସିଏସନ ହେବା ଆବଶ୍ୟକ ଏବଂ ଜିଲ୍ଲାରେ କିପରି କ୍ରିକେଟର ବିକାଶ ହେବ ସେ ଦିଗରେ ଧ୍ୟାନ ଦିଆଯିବା ଉଚିତ୍‌ ବୋଲି କହିଛନ୍ତି ଆସୋସିଏସନର ସଦସ୍ୟ । କ୍ରିକେଟ ନିହାତି ଅଲଗା ହେବା ଦରକାର ବୋଲି କହିଛନ୍ତି ଓଡିଶା କ୍ରିକେଟର ଦ୍ରୋଣାଚାର୍ଯ୍ୟ କିଶୋର ମାଣିଆ ।

ବର୍ତ୍ତମାନ ଭୁବନେଶ୍ବର ଆଥଲେଟିକ ଆସୋସିଏସନ ପକ୍ଷରୁ ଦକ୍ଷତା ଆଧାରରେ ଖେଳାଳି ଚୟନ କରାଯାଉନାହିଁ । ଏଭଳି ହେବା ଦ୍ବାରା ପିଲାଙ୍କ ଭବିଷ୍ୟତ ସହ ଖେଳାଯାଉଥିବା ଭୁବନେଶ୍ବର କ୍ରିକେଟ ଆସୋସିଏସନ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାର ଶିକାର ହୋଇ ଅନେକ ପ୍ରତିଭାବାନ କ୍ରିକେଟର କ୍ରିକେଟକୁ ଅଲବିଦା କହିବାକୁ ବାଧ୍ୟ ହେଉଛନ୍ତି । ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନହେବ ସେ ଦିଗରେ ସମସ୍ତେ ଦୃଷ୍ଟି ଦେବାକୁ କୁହାଯାଇଛି । ଭୁବନେଶ୍ବରରେ କିପରି କ୍ରିକେଟର ବିକାଶ ହେବ ସେ ଦିଗରେ ଭୁବନେଶ୍ବର କ୍ରିକେଟ ଆସୋସିଏସନ କାର୍ଯ୍ୟ କରିବ ବୋଲି ସାମ୍ବାଦିକ ସମିଳନୀରେ ଘୋଷଣା କରାଯିବା ସହ ସରକାର ଓ OCA ପକ୍ଷରୁ ସୀକୃତି ଦେବାକୁ ଦାବି ହୋଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.