ETV Bharat / sports

Bhairab Chandra Memorial Tournament: ଝାଡଖଣ୍ଡକୁ ମାତ ଦେଇ ଟ୍ରଫି ହାତେଇଲା ଆସାମ - ଝାଡଖଣ୍ଡକୁ ମାତ ଦେଇ ଟ୍ରଫି ହାତେଇଲା ଆସାମ

ଭୈରବ ଚନ୍ଦ୍ର ମହାନ୍ତି ମେମୋରିଆଲ ଟୁର୍ଣ୍ଣାମେଣ୍ଟର ଟ୍ରଫି ହାତେଇଲା ଆସାମ । କଟକରେ ଚାଲିଥିଲା ଟୁର୍ଣ୍ଣାମେଣ୍ଟ । ଅଧିକ ପଢନ୍ତୁ

Bhairab Chandra Memorial Tournament
Bhairab Chandra Memorial Tournament
author img

By ETV Bharat Odisha Team

Published : Sep 23, 2023, 12:55 PM IST

Updated : Sep 23, 2023, 2:03 PM IST

Bhairab Chandra Memorial Tournament

କଟକ: ବାରବାଟୀ ଷ୍ଟାଡିଅମରେ ଶେଷ ହୋଇଛି ଭୈରବ ଚନ୍ଦ୍ର ମହାନ୍ତି ମେମୋରିଆଲ ଟି20 କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଫାଇନାଲ ମୁକାବିଲାରେ ଝାରଖଣ୍ଡକୁ 53 ରନରେ ପରାଜିତ କରି ଚମ୍ପିଆନ ହୋଇଛି ଆସାମ । ଫାଇନାଲ ମୁକାବିଲାରେ ଆସାମ ଅଧିନାୟକ ରିୟାନ ପରାଗଙ୍କ ଦମଦାର ଶତକ ଯୋଗୁ ଫାଇନାଲ ମୁକାବିଲାରେ ବାଜିମାତ କରିଛି ଆସାମ ।

ପ୍ରଥମେ ବ୍ୟାଟି ପାଇଁ ପଡିଆକୁ ଓହ୍ଲାଇଥିଲା ଆସାମ । କିନ୍ତୁ ଓପନର ଯୋଡି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ । ରିଷଭ ଦାସ 10 ଓ ପ୍ରଦ୍ୟୁମ୍ନ 13 ରନ କରି ଆଉଟ ହୋଇଥିଲେ । ଏହାପରେ ପଡିଆକୁ ଆସିଥିଲେ ସୁମିତ ସେବି ମାତ୍ର 1ରନ କରି ଆଉଟ ହୋଇଥିଲେ । ଏହାପରେ ଦଳକୁ ସମ୍ଭାଳି ନେଇଥିଲେ ଅଧିନାୟକ ରିୟାନ । ଝାଡଖଣ୍ଡ ବୋଲକଙ୍କ ବଲରେ ଗୋଟେ ପରେ ଗୋଟେ ସଟ ମାରି ବଲକୁ ଗ୍ରାଉଣ୍ଡ ବାହାରକୁ ପଠାଇଥିଲେ । 56 ବଲରେ ସେ 11ଟି ଚୌକା ଓ 9ଟି ଛକା ମାରି ଶତକ ହାସଲ କରିଥିଲେ। ସେହିପରି ଦଳର ଅନ୍ୟ ଖେଳାଳି ପଲ୍ମଭ କୁମାର ଅର୍ଦ୍ଧ ଶତକ ହାସଲ କରିଥିଲେ । ଫଳରେ ଦଳ 20 ଓଭରରେ 219 ରନ କରିବାକୁ ସକ୍ଷମ ହୋଇଥିଲା । ଏହାପରେ 220 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଝାଡଖଣ୍ଡ । କିନ୍ତୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା 8 ଓ୍ବିକେଟ ହରାଇ ମାତ୍ର 166 ରନ କରିଥିଲା ଝାରଖଣ୍ଡ । ଖେଳ ଶେଷ ହେବା ପରେ ଅଧିନାୟକ ରିୟାନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-କ୍ରିକେଟର ସବୁ ଫର୍ମାଟରେ ଏକ ନମ୍ବର ଭାରତ

ମୋଟ 8ଟି ଟିମ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । 2ଟି ଗ୍ରୁପରେ 4ଟି ଲେଖାଏଁ ଟିମକୁ ଭାଗ କରାଯାଇଥିଲା । ଆସାମ, ହିମାଚଳ ପ୍ରଦେଶ, କେରଳ, ହାଇଦ୍ରାବାଦ, ଝାଡଖଣ୍ଡ, ଛତିଶଗଡ଼ ଓଡିଶା ଏ ଓ ଓଡିଶା ବି ଟିମ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଆଇପିଏଲ ଖେଳାଳି ରିୟାନ ପରାଗ, ସାହାବାଜ ନଦୀମ, ବାସୀଲ ଥାମ୍ପି, ଅନୁକୂଲ ରଏ, ଶୁଭ୍ରାଂଶୁ ସେନାପତି, ଋଷି ଧାବନ, ମୟଙ୍କ ଡ଼ଗର, ଭିରାଟ ସିଂ, ସୌରଭ ତିବାରୀ, ଭଳି ଅନେକ ଖେଳାଳି ଏହି ଟି20 କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ନଜର ଆସିଥିଲେ । ପ୍ରତିଦିନ ଦୁଇଟି ଲେଖାଏଁ ମ୍ୟାଚ କଟକର ବାରବାଟୀ ଷ୍ଟାଡିଅମରେ ଖେଳାଯାଇଥିଲା । ଓସିଏ ସମ୍ପାଦକ ସଞ୍ଜୟ ବେହେରା, ଆଥଲେଟିକ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା ଓ ଅନ୍ୟାନ୍ୟ ଅତିଥି ଉଦଯାପନୀ ଉତ୍ସବରେ ଯୋଗଦେଇଥିଲେ । ତେବେ ବିଜୟୀ ଟିମକୁ 10 ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯାଇଥିବା ବେଳେ ରନର୍ସ ଅପ ଦଳକୁ 5 ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲା ଆୟୋଜକ ଓଡିଶା କ୍ରିକେଟ ସଂଘ।

ଇଟିଭି ଭାରତ, କଟକ

Last Updated : Sep 23, 2023, 2:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.