ETV Bharat / sports

Cricket World Cup 2023: ବିଶ୍ବକପ ପାଇଁ ପ୍ରସ୍ତୁତ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମ, ଜଣନ୍ତୁ କ'ଣ ରହିଛି ବ୍ୟବସ୍ଥା

author img

By ETV Bharat Odisha Team

Published : Oct 3, 2023, 2:27 PM IST

ବେଙ୍ଗାଲୁରୁର ଏମ ଚିନ୍ନସ୍ବାମୀ ଷ୍ଚାଡିୟମରେ ବିଶ୍ବକପର 5ଟି ମ୍ୟାଚ ଖେଳିଯିବ । ସଫଳ ବିଶ୍ବକପ ଆୟୋଜନ ନେଇ ଷ୍ଟା଼ଡିୟମ ପ୍ରସ୍ତୁତ ରହିଛି । ଅଧିକ ପଢନ୍ତୁ

ବିଶ୍ବକପ ପାଇଁ ପ୍ରସ୍ତୁତ ଏମ ଚିନ୍ନାସ୍ବାମୀ ଷ୍ଟାଡିମୟ
Chinnaswamy Stadium fully ready for World Cup

ବେଙ୍ଗାଲୁରୁ: ଆଇସିସି କ୍ରିକେଟ ବିଶ୍ବକପକୁ ଆଉ ମାତ୍ର 2 ଦିନ । 10 ଦଳ ମଧ୍ୟରେ 10ଟି ଭେନ୍ୟୁରେ ମୋଟ 48ଟି ମ୍ୟାଚ ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ବିଶ୍ବକପ ମ୍ୟାଚ ଆରମ୍ଭ ହେବ । ବେଙ୍ଗାଲୁରୁର ଏମ ଚିନ୍ନସ୍ବାମୀ ଷ୍ଚାଡିୟମରେ ବିଶ୍ବକପର 5ଟି ମ୍ୟାଚ ଖେଳିଯିବ । ସଫଳ ବିଶ୍ବକପ ଆୟୋଜନ ନେଇ ଷ୍ଟା଼ଡିମୟ ପ୍ରସ୍ତୁତ ରହିଛି । 5ଥର ବିଶ୍ବ ଚମ୍ପିଆନ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଅକ୍ଟୋବର 20 ତାରିଖରେ ପ୍ରଥମ ମ୍ୟାଚ ଖେଳାଯିବ । 26 ଅକ୍ଟୋବରରେ ଡିଫେଣ୍ଡି ଚମ୍ପିଆନ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ମ୍ୟାଚ, ନଭେମ୍ବର 4 ତାରିଖରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ, ନଭେମ୍ବର 9 ତାରିଖରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ । ନଭେମ୍ବର 12 ତାରିଖରେ ନେଦରଲାଣ୍ଡସ ଓ ଭାରତ ମଧ୍ୟରେ ମ୍ୟାଚ ହେବ । ବିଶ୍ବକପ ମ୍ୟାଚକୁ ନେଇ ଏହି ହାଇପ୍ରାଫାଇଲ ଷ୍ଟାଡିୟମରେ ଅଦ୍ଭୂତପୂର୍ବ ସୁବିଧା ବ୍ୟବସ୍ଥା ହୋଇଛି । ନଜର ପକାନ୍ତ ଷ୍ଟାଡିୟମର ବ୍ୟବସ୍ଥା ଉପରେ ।

ଏମ ଚିନ୍ନସ୍ବାମୀ ଷ୍ଚାଡିୟମରେ 40 ହଜାର ଦର୍ଶକ ବସିବାର କ୍ଷମତା ରହିଛି । ଦେଶରେ ଏହା ପ୍ରଥମ ଷ୍ଟାଡିୟମ ଯେଉଁଠି ବର୍ଷା ସ୍ଥିତି ସହ ମୁକାବିଲା କରିବାକୁ ସବ ଏୟାର ସିଷ୍ଟମ, ବିଜୁଳି ସମସ୍ୟା ନେଇ ଷ୍ଟାଡିୟମ ପରେ ସୌର ପ୍ୟାନେଲ ଏବଂ ବର୍ଷା ପାଣିକୁ ରିସାଇକେଲ କରିବାକୁ ବ୍ୟବସ୍ଥା ରହିଛି । ବିଶ୍ବକପ ପାଇଁ ଷ୍ଟାଡିୟର ଅନ୍ତିମ ସୂଚୀ ଜାରି ହେବା ପରେ ଆଇସିସିର ଅଧିକାରୀଙ୍କ ଏକ ଦଳ ବେଙ୍ଗାଲୁରୁ ଗସ୍ତ କରି କିଛି ପରାମର୍ଶ ଦେଇଥିଲେ । ଏହାପରେ ଷ୍ଟାଡିୟମରେ କିଛି ପରିବର୍ତ୍ତନ କରାଯାଇଛି ।

ଡ୍ରେସିଂ ରୁମ: ଖେଳାଳିଙ୍କ ପାଇଁ ଡ୍ରେସିଂ ରୁମରେ ମଧ୍ୟ ବଡ ପରିବର୍ତ୍ତନ କରାଯାଇଛି । ଫ୍ଲୋରକୁ ସମ୍ପୂର୍ଣ୍ଣ ପରବର୍ତ୍ତନ କରାଯାଇଛି । ଡ୍ରେସିଂ ରୁମ ଶୌଚାଳୟରେ ଉନ୍ନତ ସୁବିଧା ବ୍ୟବସ୍ଥା କରାଯାଇଛି ।

ଖେଳାଳିଙ୍କ ଅଭ୍ୟାସ: ଚିନ୍ନସ୍ବାମୀ ଷ୍ଟାଡିୟମରେ ଅଭ୍ୟାସ ସେସନ ପାଇଁ 4ଟି ମ୍ୟାଚ ରହିଛି । ଏହାଛଡା ଅଭ୍ୟାସ ପାଇଁ ଏନସିଏ ମୈଦାନର ଉପଯୋଗ ମଧ୍ୟ କରାଯିବ ।

ପିଚ: ଅନ୍ତର୍ଜାତୀୟ ମ୍ୟାଚ ପାଇଁ ଆଇସିସି ପକ୍ଷରୁ 3ଟି ଷ୍ଟାଡିୟମକୁ ଚିହ୍ନଟ କରାଯାଇଛି । ଏଥିରେ ଲାଲ ମାଟିର ପିଚ ଅଧିକ ଉପଯୋଗ କରାଯାଏ । ଏହା ସହିତ ପିଚକୁ ଷ୍ଟାଣ୍ଡ ବାଏରେ ମଧ୍ୟ ରଖାଯାଇଛି ।

ସବ ଏୟାର ସିଷ୍ଟମ: ବର୍ଷା କାରଣରୁ ମ୍ୟାଚ ବାତିଲ ହେବାରୁ ବଞ୍ଚିବା ପାଇଁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସର୍ବଶ୍ରେଷ୍ଠ ସବ ଏୟାର ସିଷ୍ଟମ ରହିଛି । ବର୍ଷା ହେବାର 15ରୁ 20 ମିନିଟ ମଧ୍ୟରେ ପୁଣି ମ୍ୟାଚ ଖେଳାଯାଇ ପାରିବ । 2017ରେ ଆମେରିକାର ସବ ଏୟାର କମ୍ପାନୀ ସହଯୋଗରେ 4.25 କୋଟି ଖର୍ଚ୍ଚରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ବ୍ୟବସ୍ଥା କରାଯାଇଛି । 2023 ଆଇପିଏଲରେ ଗୁଜୁରାଟ ଟାଇଟନ୍ସ ଓ ବେଙ୍ଗାଲୁରୁ ମଧ୍ୟରେ ଏକ ମ୍ୟାଚ ବର୍ଷା ପରେ ବି ହୋଇଥିଲା ।

ଏହା ବି ପଢନ୍ତୁ...World Cup 2023: କିରଣ ମୋରେଙ୍କ ଭବିଷ୍ୟବାଣୀ, କହିଲେ ବୋଲର ନିଭାଇବେ ଗୁରୁତ୍ବପୂର୍ଣ୍ଣ ଭୂମିକା

ଏହା ବି ପଢନ୍ତୁ...Asian Games 2023: ଯଶ୍ବସୀଙ୍କ ଧୂଆଁଧାର ଶତକ, ନେପାଳକୁ 23 ରନରେ ହରାଇ ସେମିରେ ଭାରତ

ପ୍ରବେଶ ଗେଟ: ଏମ ଚିନ୍ନସ୍ବାମୀ ଷ୍ଚାଡିୟମରେ ମୋଟ 21ଟି ମେନ ଗେଟ ରହିଛି । କବନ ପାର୍କ ବିପରୀତ ଗେଟ ଖେଳାଳି ଏବଂ ଭିଆଇପିମାନଙ୍କ ପ୍ରବେଶ ପାଇଁ ଉପଲବ୍ଧ ହେବ । ମ୍ୟାଚ ଆରମ୍ଭର 3 ଘଣ୍ଟା ପୂର୍ବରୁ ଅନ୍ୟ ଗେଟ ଖୋଲା ରହିବ । କର୍ଣ୍ଣାଟକ ରାଜ୍ୟ କ୍ରିକେଟ ପରିଷଦ ଏବଂ ଟିକେଟ ଏଜେନ୍ସିଂ ଷ୍ଟାଫ ଦର୍ଶକଙ୍କ ସହୟତାରେ ନିୟୋଜିତ ହେବେ ।

ମିଡିଆ ବକ୍ସ: ମ୍ୟାଚର ଖବର ଫଳଫଳ ପ୍ରସାରଣ ନେଇ ପତ୍ରକାରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି । ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ବସିବା ସହିତ ଯେପରି କୌଣସି ଅସୁବିଧା ନହୁଏ ସେନେଇ ବ୍ୟାପକ ବ୍ୟବସ୍ଥା ହୋଇଛି ।

ଚିକିତ୍ସା ଏବଂ ପରିବହନ ସହାୟକ: କୌଣସି ଜରୁରୀକାଳୀନ ପରିସ୍ଥିତିରେ ମୁକାବିଲା ପାଇଁ ଚିକିତ୍ସା ଅଧିକାରୀ ଏବଂ ଜରୁରୀକାଳୀନ ସେବା ଆମ୍ବୁଲାନ୍ସ ଷ୍ଟାଡିୟମ ପାଖରେ ରହିବ । ମ୍ୟାଚ ଦିନ ମଟ୍ରୋ ରେଳ ସେବା ରାତି 1ଟା ଯାଏ ଉପଲବ୍ଧ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.