ETV Bharat / sports

Ranji Trophy: ଜୁନ୍‌ ୨୦ରେ ରଣଜୀ ଟ୍ରଫି ଫାଇନାଲ, ବେଙ୍ଗାଲୁରୁରେ ନକଆଉଟ୍‌ ମ୍ୟାଚ୍‌

author img

By

Published : Apr 28, 2022, 10:10 PM IST

ଜୁନ୍‌ ୪ରୁ ବେଙ୍ଗାଲୁରୁରେ ଖେଳାଯିବ ରଣଜୀ ଟ୍ରଫି ୨୦୨୧-୨୨ ନକଆଉଟ୍‌ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ । ବାୟୋବବଲ ମଧ୍ୟରେ ସମସ୍ତେ ମ୍ୟାଚ୍‌ ଖେଳାଯିବ । ଜୁନ୍‌ ୨୦-୨୪ରେ ଫାଇନାଲ ମ୍ୟାଚ୍‌ ଖେଳାଯିବା ନେଇ ସୂଚୀ ରହିଛି ।

Bengaluru to host Ranji Trophy knockouts from June 4
Ranji Trophy: ଜୁନ୍‌ ୨୦ରେ ରଣଜୀ ଟ୍ରଫି ଫାଇନାଲ, ବେଙ୍ଗାଲୁରୁରେ ନକଆଉଟ୍‌ ମ୍ୟାଚ୍‌

ହାଇଦ୍ରାବାଦ: ରଣଜୀ ଟ୍ରଫି ନକଆଉଟ୍‌ ମ୍ୟାଚ୍‌ ପାଇଁ ଘୋଷଣା ହୋଇଛି ଭେନ୍ୟୁ । ଜୁନ୍‌ ୪ରୁ ବେଙ୍ଗାଲୁରୁରେ ଖେଳାଯିବ ନକଆଉଟ୍‌ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ । ବାୟୋବବଲ ମଧ୍ୟରେ ସମସ୍ତେ ମ୍ୟାଚ୍‌ ଖେଳାଯିବ । ଜୁନ୍‌ ୨୦-୨୪ ଫାଇନାଲ ମ୍ୟାଚ୍‌ ଖେଳାଯିବା ନେଇ ସୂଚୀ ରହିଛି ।

ପ୍ରଥମ କ୍ବାର୍ଟର-ଫାଇନାଲରେ ୪୧ ଥର ରଣଜୀ ଚାମ୍ପିୟନ ରହିସାରିଥିବା ମୁମ୍ବାଇ ଉତ୍ତରଖଣ୍ଡକୁ ଭେଟିବ । ସେହିପରି ଦ୍ବିତୀୟ କ୍ବାର୍ଟର ମୁକାବିଲାରେ ଉତ୍ତର ପ୍ରଦେଶ ବିପକ୍ଷରେ ଖେଳିବ କର୍ଣ୍ଣାଟକ । ଅନ୍ୟପଟେ ଅନ୍ୟ ଦୁଇଟି କ୍ବାର୍ଟର-ଫାଇନାଲ ଝାଡଖଣ୍ଡ-ବେଙ୍ଗଲ ଓ ପଞ୍ଜାବ-ମଧ୍ୟ ପ୍ରଦେଶ ମଧ୍ୟରେ ଖେଳାଯିବ ।

ଏହାପରେ ୩ଦିନ ବିଶ୍ରାମ ଓ ସେମିଫାଇନାଲ ଦୁଇଟି ଜୁନ ୧୨-୧୬ ମଧ୍ୟରେ ଖେଳାଯିବ । ନକଆଉଟ୍‌ ମ୍ୟାଚ୍‌ ପାଇଁ କୌଣସି ବାଧ୍ୟତାମୂଳକ କ୍ବାରେଣ୍ଟିନ ନିୟମ ନାହିଁ, ମାତ୍ର ସମସ୍ତ ଟିମ ନେଗେଟିବ RT-PCR ଟେଷ୍ଟ ରିପୋର୍ଟ ସହିତ ପହଞ୍ଚିବେ ।

ରଣଜୀ ଟ୍ରଫିର ପ୍ରଥମ ପର୍ଯ୍ୟାୟ ପ୍ରି-କ୍ବାର୍ଟରଫାଇନାଲ IPL 2022 ଆରମ୍ଭ ପୂର୍ବରୁ ଖେଳାଯାଇଥିଲା । COVID-19 ମହାମାରୀ ପାଇଁ ୨୦୨୦-୨୧ ଭାରତର ପ୍ରିମିୟର ପ୍ରଥମ ଶ୍ରେଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଥିଲା । ଏହି ବର୍ଷ ପ୍ରଥମ ଥର ପାଇଁ ୧୯୩୪-୩୫ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ଠାରୁ ଖେଳାଯାଇନଥିଲା ।

ରଣଜୀ ନକଆଉଟ୍‌ ସୂଚୀ:

ଜୁନ୍‌ ୪-୮, ପ୍ରଥମ କ୍ବାର୍ଟର-ଫାଇନାଲ: ବେଙ୍ଗଲ ବନାମ ଝାଡଖଣ୍ଡ

ଜୁନ ୪-୮, ଦ୍ବିତୀୟ କ୍ବାର୍ଟର-ଫାଇନାଲ: ମୁ+ମ୍ବାଇ ବନାମ ଉତ୍ତରାଖଣ୍ଡ

ଜୁନ ୪-୮, ତୃତୀୟ କ୍ବାର୍ଟର-ଫାଇନାଲ: କର୍ଣ୍ଣାଟକ ବନାମ ଉତ୍ତର ପ୍ରଦେଶ

ଜୁନ ୪-୮, ତୃତୀୟ କ୍ବାର୍ଟର-ଫାଇନାଲ: ପଞ୍ଜାବ ବନାମ ମଧ୍ୟ ପ୍ରଦେଶ

ଜୁନ ୧୨-୧୬, ପ୍ରଥମ ସେମିଫାଇନାଲ: ପ୍ରଥମ କ୍ବାର୍ଟର-ଫାଇନାଲ ବିଜେତା ବନାମ ଚତୁର୍ଥ କ୍ବାର୍ଟର-ଫାଇନାଲ ବିଜେତା

ଜୁନ ୧୨-୧୬, ଦ୍ବିତୀୟ ସେମିଫାଇନାଲ: ଦ୍ବିତୀୟ କ୍ବାର୍ଟର-ଫାଇନାଲ ବିଜେତା ବନାମ ତୃତୀୟ କ୍ବାର୍ଟର-ଫାଇନାଲ ବିଜେତା

ଜୁନ ୨୦-୨୪: ଫାଇନାଲ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.