ETV Bharat / sports

Ranji Trophy: ଓଡିଶାର ଦମଦାର ବୋଲିଂ, ଫୋଲଅନ୍ ପରେ ପଶ୍ଟିମବଙ୍ଗ ୫୫ରନରେ ଆଗୁଆ - ଓଡିଶା ବନାମ ପଶ୍ଚିମବଙ୍ଗ

ରଣଜୀ ଟ୍ରଫି ମ୍ୟାଚ । ତୃତୀୟ ଦିନ ସୁଦ୍ଧା ପଶ୍ଚିମବଙ୍ଗ ୫୫ ରନରେ ଆଗୁଆ । ଓଡିଶା ପ୍ରଥମ ଇନିଂସରେ ୨୬୫ ରନ କରି ଅଲଆଉଟ ହୋଇଥିଲା । ଅଧିକ ପଢନ୍ତୁ

ଓଡିଶା ବନାମ ପଶ୍ଚିମବଙ୍ଗ
ଓଡିଶା ବନାମ ପଶ୍ଚିମବଙ୍ଗ
author img

By

Published : Jan 26, 2023, 8:42 PM IST

କୋଲକାତା: ପଶ୍ଚିମବଙ୍ଗ ବନାମ ଓଡିଶା ରଣଜୀ ଟ୍ରଫି ମ୍ୟାଚ । ତୃତୀୟ ଦିନ ସୁଦ୍ଧା ପଶ୍ଚିମବଙ୍ଗ ୫୫ ରନରେ ଆଗୁଆ । ଓଡିଶା ପ୍ରଥମ ଇନିଂସରେ ୨୬୫ ରନ କରି ଅଲଆଉଟ ହୋଇଥିଲା । ଏହାପରେ ପଶ୍ଚିମବଙ୍ଗକୁ ଫୋଲଅନ ଦେଇଥିଲା ଓଡିଶା । ପଶ୍ଚିମ ବଙ୍ଗ ପ୍ରଥମ ଇନିଂସରେ ୯ ୱିକେଟ ହରାଇ ୧୦୦ ରନ କରିଥିଲା । ଦ୍ବିତୀୟ ଇନିଂସରେ ପଶ୍ଚିମବଙ୍ଗ ବ୍ୟାଟିଂ କରି ୩ ୱିକେଟ ହରାଇ ୨୨୦ ରନ କରିଛି । ତୃତୀୟ ଦିନର ୱିକେଟ ଅପସାରଣ ସୁଦ୍ଧା ପଶ୍ଚିମବଙ୍ଗ ୫୫ ରନ ଆଗୁଆ ରହିଛି ।

ପଶ୍ଚିମବଙ୍ଗ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା ଓଡିଶା । ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଅର୍ଦ୍ଧଶତକ ବଳରେ ଓଡିଶା ପ୍ରଥମ ପାଳିରେ ୨୬୫ ରନ କରିବାରେ ସକ୍ଷମ ହୋଇପାରିଥିଲା । ଓଡଶା ପ୍ରଥମ ୱିକେଟ ବେଳକୁ ୨୬ ରନ ସଂଗ୍ରହ କରିଥିଲା । ଓପନର ଅନୁରାଗ ଷଡଙ୍ଗୀ ୧୫ ରନ କରି ଆଉଟ ହୋଇଥିଲେ । ଏହା ପରେ ଶାନ୍ତନୁ ମିଶ୍ର ଏବଂ ସନ୍ଦୀପ ପଟ୍ଟନାୟକ ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ । ଶାନ୍ତନୁ ମିଶ୍ର ୪୨ ରନ କରି ଆଉଟ ହୋଇଥିଲେ । ସେହିପରି ସନ୍ଦିପ ପଟ୍ଟନାୟକ ୩୦ ରନ କରି ପାଭଲିୟନ ଫେରିଥିଲେ । ଏହା ପରେ ମଇଦାନରେ ପାଳି ସମ୍ଭାଳିଥିଲେ ଅଧିନାୟକ ଶୁଭ୍ରାଂଶୁ ସେନାପତି । ସେ ୯ ଟି ଚୌକା ସହିତ ୬୭ ରନ ଇନିଂସ ଖେଳିଥିଲେ । ଗୋବିନ୍ଦ ପୋଦ୍ଦାର ୧୭ ରନ, ରାଜେଶ ଧୁପର ୧୫ ରନ, ବସନ୍ତ ମହାନ୍ତି ୧୫ ରନ, ସୁନିଲ ରାଉଲ ୨୪ ରନ, ସୂର୍ଯ୍ୟକାନ୍ତ ପ୍ରଧାନ ୨୨ ରନ କରିଥିଲେ ।

ସେପଟେ ପ୍ରଥମ ପାଳିରେ ପଶ୍ଟିମବଙ୍ଗକୁ ୧୦୦ ରନରେ ଅଟକାଇଥିଲେ ଓଡିଶା ବୋଲର । ଓଡିଶା ପ୍ରଥମ ପାଳି ବ୍ୟାଟିଂ କରି ପଶ୍ଚିମବଙ୍ଗକୁ ଫୋଲଅନ୍ ଦେଇଥିଲେ ଅଧିନାୟକ ଶୁଭ୍ରାଂଶୁ ସେନାପତି । ଓଡିଶା ବୋଲରଙ୍କ ଘାତକ ବୋଲିଂ ଆଗରେ ପ୍ରଥମ ପାଳିରେ ପଶ୍ଚିମବଙ୍ଗ ମାତ୍ର ୧୦୦ ରନ କରିପାରିଥିଲା । ଅଭିମନ୍ୟୁ ଇଶ୍ବରନ ସର୍ବାଧିକ ୨୭ ରନ କରିଥିଲେ । ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ସୁନିଲ ରାଉଲ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ବସନ୍ତ ମହାନ୍ତି ଏବଂ ପ୍ରୟାସ ସିଂହ ଗୋଟିଏ ୱିକେଟ ନେଇଥିଲେ । ସେପଟେ ଦ୍ବିତୀୟ ଇନିଂସରେ ପଶ୍ଚିମବଙ୍ଗ ୩ ୱିକେଟ ହରାଇ ୨୨୦ ରନ କରିଥିଲା । ଅଭିମନ୍ୟୁ ଇଶ୍ବରନ ସର୍ବାଧିକ ୯୪ ରନ କରି ଅପରାଜିତ ରହିଛନ୍ତି । ସେହିପରି ସୁଦୀପ କୁମାର ୫୦ ରନ କରି ଆଉଟ ହୋଇଛନ୍ତି । ମନୋଜ ତିୱାରୀ ୫୦ ରନ କରି ଅପରାଜିତ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.