ETV Bharat / sports

ଖେଳ ରତ୍ନ ପୁରସ୍କାର ପାଇଁ ମିତାଲୀ ଓ ଅଶ୍ୱିନ ହେବେ ମନୋନୀତ !

author img

By

Published : Jun 30, 2021, 9:17 PM IST

ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ଦୁଇ ଜଣଙ୍କ ନାମ ମନୋନୀତ କରିବ ବିସିସିଆଇ । ଏହି ତାଲିକାରେ ଭାରତୀୟ ସ୍ପିନର ରରିଚନ୍ଦ୍ରନ ଅଶ୍ବିନଙ୍କ ସହ ମହିଳା ଭାରତୀୟ କ୍ରିକେଟ ଦଳ ଅଧିନାୟକ ମିତାଲୀ ରାଜ ସାମିଲ ରହିଛନ୍ତି । ଅଧିକ ପଢ଼ନ୍ତୁ...

ଖେଳ ରତ୍ନ ପୁରଷ୍କାର ପାଇଁ ମତାଲୀ ଓ ଅଶ୍ୱିନ ହେବେ ମନୋନୀତ !

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ଦୁଇ ଜଣଙ୍କ ନାମ ମନୋନୀତ କରିବ ବିସିସିଆଇ । ଏହି ତାଲିକାରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ମହିଳା ଭାରତୀୟ କ୍ରିକେଟ ଦଳ ଅଧିନାୟକ ମିତାଲୀ ରାଜ ସାମିଲ ରହିଛନ୍ତି । ସେହିଭଳି ବିସିସିଆଇ ପକ୍ଷରୁ ଅର୍ଜୁନ ପୁରସ୍କାର ପାଇଁ ମଧ୍ୟ ତାଲିକା ପ୍ରସ୍ତୁତ କରାଯାଇଛି ।

ଅର୍ଜୁନ ପୁରସ୍କାର ପାଇଁ ବିସିସିଆଇ ପକ୍ଷରୁ ବରିଷ୍ଠ କ୍ରିକେଟର ଶିଖର ଧାୱନ, କେଏଲ ରାହୁଲ ଓ ଜଶପ୍ରୀତ ବୁମରାଙ୍କ ନାମ ସାମିଲ ରହିଛନ୍ତି । ତେବେ ଏହି ତାଲିକାରେ କୌଣସି ମହିଳା କ୍ରିକେଟରଙ୍କୁ ସାମିଲ କରାଯାଇ ନାହିଁ । ଏହାକୁ ନେଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ମିତାଲୀ ରାଜ ଅନ୍ତର୍ଜାତୀୟ କ୍ରିକେଟରେ 22 ବର୍ଷ ପୂରଣ କରିଛନ୍ତି । ଏହି 38 ବର୍ଷୀୟ ମହିଳା କ୍ରିକେଟର ଦିନିକିଆ କ୍ରିକେଟରେ ସର୍ବାଧିକ 7 ହଜର ରନ କରିବା ରେକର୍ଡ କରିଛନ୍ତି। ଏଥିପାଇଁ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ସେ ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇପାରନ୍ତି ।

ସେହିଭଳି ପୂର୍ବରୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ରବିଚନ୍ଦ୍ରନ ଅଶ୍ବିନ । ଦେଶ ପାଇଁ ଲଗାତାର ସେ ଟେଷ୍ଟରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ବର୍ତ୍ତମାନ ସୁଦ୍ଧା ସେ 79ଟି ଟେଷ୍ଟ ଖେଳି 413 ୱିକେଟ ନେଇ ସାରିଛନ୍ତି। ସେହିଭଳି ଦିନିକିଆରେ ସେ 150 ୱିକେଟ ଓ ଟି-20ରେ ସେ 42ଟି ୱିକେଟ ନେବାରେ ସକ୍ଷମ ହୋଇଛନ୍ତି । ତେବେ କ୍ରିକେଟର ଛୋଟ ଫର୍ମାଟରେ ଲଗାତାର ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇ ପାରିନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.