ETV Bharat / sports

ନଭେମ୍ବରରେ ମୁଖ୍ୟ କୋଚ୍‌ ପାଇଁ ଆବେଦନ ଗ୍ରହଣ କରିବ BCCI !

author img

By

Published : Sep 15, 2021, 7:34 PM IST

ଦୁବାଇରେ ଟି-୨୦ ବିଶ୍ବକପ ପରେ ମୁଖ୍ୟକୋଚ ପଦରୁ ଇସ୍ତଫା ଦେଇ ପାରନ୍ତି ରବି ଶାସ୍ତ୍ରୀ । ଏହାପରେ ନଭେମ୍ବର ମାସରେ ନୂଆ ମୁଖ୍ୟକୋଚ୍‌ ପାଇଁ ଆବେଦନ ଗ୍ରହଣ କରିବ BCCI । ଅଧିକ ପଢ଼ନ୍ତୁ...

ନଭେମ୍ବରରେ ମୁଖ୍ୟ କୋଚ୍‌ ପାଇଁ ଆବେଦନ ଗ୍ରହଣ କରିବ BCCI !
ନଭେମ୍ବରରେ ମୁଖ୍ୟ କୋଚ୍‌ ପାଇଁ ଆବେଦନ ଗ୍ରହଣ କରିବ BCCI !

ମୁମ୍ବାଇ: ଦୁବାଇରେ ଟି-୨୦ ବିଶ୍ବକପ ପରେ ମୁଖ୍ୟକୋଚ ପଦରୁ ଇସ୍ତଫା ଦେଇ ପାରନ୍ତି ରବି ଶାସ୍ତ୍ରୀ । ଏହାପରେ ନଭେମ୍ବର ମାସରେ ନୂଆ ମୁଖ୍ୟକୋଚ୍‌ ପାଇଁ ଆବେଦନ ଗ୍ରହଣ କରିବ ବିସିସିଆଇ । ଏହାକୁ ନେଇ ବିସିସିଆଇର ଜଣେ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି । ୨୦୧୭ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ଭାରତ ପାକିସ୍ତାନଠାରୁ ପରାଜିତ ହେବାପରେ ମୁଖ୍ୟକୋଚ୍‌ ପଦରେ ନିଯୁକ୍ତ ହୋଇଥିଲେ ରବି ଶାସ୍ତ୍ରୀ ।

ପ୍ରାଥମିକ ପର୍ଯ୍ୟାୟରେ ସେ ଦୁଇ ବର୍ଷ ପାଇଁ ମୁଖ୍ୟ କୋଚ୍‌ ଦାୟିତ୍ବରେ ଥିଲେ । ୨୦୧୯ରେ ତାଙ୍କ ସହ ଚୁକ୍ତି ଅବଧିକୁ ବଢ଼ାଇଥିଲା ବିସିସିଆଇ । ଏହାପରେ ତାଙ୍କୁ ଟି-୨୦ ବିଶ୍ବକପ୍‌ ପର୍ଯ୍ୟନ୍ତ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଦାୟିତ୍ବରେ ରହିବାକୁ କହିଥିଲା ବିସିସିଆଇ । ତେବେ ନଭେମ୍ବରରେ ଟି-୨୦ ବିଶ୍ବକପ୍‌ ପରେ ରବି ଶାସ୍ତ୍ରୀ ଖୋଦ ଏହି ପଦରୁ ଇସ୍ତଫା ଦେବା ନେଇ ସୂଚନା ମିଳିଛି । ଏହାକୁ ନେଇ ରବି ଶାସ୍ତ୍ରୀ ବିସିସିଆଇକୁ ଅବଗତ କରାଇଥିବା ଜଣା ପଡ଼ିଛି ।

ବୋଲିଂ କୋଚ୍ ଭରତ ଅରୁଣ, ଫିଲ୍ଡିଂ କୋଚ୍‌ ଆର. ଶ୍ରୀଧର ଓ ବ୍ୟାଟିଂ କୋଚ ବିକ୍ରମ ରାଠୋରଙ୍କ ସହ ମଧ୍ୟ ଚୁକ୍ତି ଶେଷ କରିବାକୁ ଚିନ୍ତା କରୁଛି ବିସିସିଆଇ । ନୂଆ ମୁଖ୍ୟ କୋଚ୍ ନିଯୁକ୍ତ ହେବାପରେ ତାଙ୍କ ହିସାବରେ ଅନ୍ୟ କୋଚ୍‌ଙ୍କୁ ମଧ୍ୟ ନିଯୁକ୍ତ କରିବ ବିସିସିଆଇ । ରବି ଶାସ୍ତ୍ରୀଙ୍କ ପରେ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ମୁଖ୍ୟ କୋଚ୍ ଦାୟିତ୍ବ ନେଇ ପାରନ୍ତି । ଗତ କିଛି ଦିନ ହେଲା ମୁଖ୍ୟକୋଚ୍‌ ପଦକୁ ନେଇ ରାହୁଲ ଦ୍ରାବିଡଙ୍କ ନାମ ଚର୍ଚ୍ଚାରେ ରହିଛି ।

ଏହାପୂର୍ବରୁ ଇଣ୍ଡିଆ-ଏ' ଦଳର ମୁଖ୍ୟକୋଚ୍ ଦାୟିତ୍ବ ନିର୍ବାହ କରି ସାରିଛନ୍ତି ରାହୁଲ ଦ୍ରାବିଡ । ଏହାସହ ସେ ୧୯ ବର୍ଷରୁ କମ୍ ଦଳର ମୁଖ୍ୟକୋଚ୍ ଦାୟିତ୍ବ ମଧ୍ୟ ନେଇ ସାରିଛନ୍ତି ରାହୁଲ ଦ୍ରାବିଡ । ବର୍ତ୍ତମାନ ଜାତୀୟ କ୍ରିକେଟ୍‌ ଏକାଡେମୀର ମୁଖ୍ୟ ଭାବେ ଦାୟିତ୍ବ ତୁଲାଉଛନ୍ତି ରାହୁଲ ଦ୍ରାବିଡ । ନିକଟରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତ ବେଳେ ମଧ୍ୟ ରାହୁଲ ଦ୍ରାବିଡ ମୁଖ୍ୟ କୋଚ୍‌ ଦାୟିତ୍ବରେ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.