ETV Bharat / sports

BCCI ଏସଜିଏମ: ରାତିରେ ମୁମ୍ବାଇ ପହଞ୍ଚିବେ ଗାଙ୍ଗୁଲି - ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

ବିସିସିଆଇର ସ୍ବତନ୍ତ୍ର ସାଧାରଣ ବୈଠକ ଶନିବାର ଅନୁଷ୍ଠିତ ହେବ । ରାତିରେ ମୁମ୍ବାଇ ପହଞ୍ଚିବେ ସଭାପତି ସୌରଭ ଗାଙ୍ଗୁଲି । ଅଧିକ ପଢନ୍ତୁ...

BCCI SGM: Ganguly to reach Mumbai on Friday night, focus on T20 WC, IPL and domestic players' pay
BCCI ଏସଜିଏମ: ରାତିରେ ମୁମ୍ବାଇ ପହଞ୍ଚିବେ ଗାଙ୍ଗୁଲି
author img

By

Published : May 28, 2021, 6:45 PM IST

ହାଇଦ୍ରାବାଦ: ବିସିସିଆଇର ସ୍ବତନ୍ତ୍ର ସାଧାରଣ ବୈଠକ ଶନିବାର ଅନୁଷ୍ଠିତ ହେବ । ଏନେଇ ସଭାପତି ସୌରଭ ଗାଙ୍ଗୁଲି ଶୁକ୍ରବାର ରାତିରେ ମୁମ୍ବାଇ ପହଞ୍ଚିବାର ସୂଚନା ରହିଛି । ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବାକୁଥିଲେ ମଧ୍ୟ ଗାଙ୍ଗୁଲି ମୁମ୍ବାଇରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି । ଟି20 ବିଶ୍ବକପ ଆୟୋଜନ, ଅଧାରୁ ସ୍ଥଗିତ ଥିବା ଆଇପିଏଲର 14ତମ ସଂସ୍କରଣର ଅବଶିଷ୍ଟାଂଶ ଓ ଘରୋଇ କ୍ରିକେଟରଙ୍କ ଦରମା ନେଇ ଆଲୋଚନା ହେବାକୁ ଥିବାରୁ ବୈଠକ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି ।

ଜୁନ 1ରେ ଆଇସିସିର ବୈଠକ ରହିଛି । ଏହିଦୃଷ୍ଟିରୁ ଆସନ୍ତାକାଲି ବିସିସିଆଇର SGM ଉପରେ ସମସ୍ତଙ୍କ ନଜର ରହିଛି । ସେପ୍ଟେମ୍ବର 15ରୁ ଅକ୍ଟୋବର 15 ମଧ୍ୟରେ ଆଇପିଏଲର ବାକିଅଂଶ ଭାରତରେ ଖେଳାଯିବାକୁ ଯୋଜନା ବିସିସିଆଇର ଯୋଜନା ରହିଛି । ତେବେ ଭାରତରେ କୋଭିଡ-19 ସ୍ଥିତି ଉପରେ ଏହା ନିର୍ଭର କରେ । ଆଇପିଏଲ 2021ର ସଂପୂର୍ଣ୍ଣ ଆୟୋଜନ ଟି20 ବିଶ୍ବକପ ପାଇଁ ସକରାତ୍ମକ ଦିଗ ହେବ ।

ଗତ ଆପେକ୍ସ କାଉନସିଲ ବୈଠକରେ ବିସିସିଆଇ ଟି20 ବିଶ୍ବକପ ପାଇଁ 9ଟି ଭେନ୍ୟୁ ଚୟନ କରିଥିଲା । ଏହାମଧ୍ୟରେ ମୁମ୍ବାଇ, ନୂଆଦିଲ୍ଲୀ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଧର୍ମଶାଳା, ଅହମ୍ମଦାବାଦ ଓ ଲକ୍ଷ୍ନୌ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.