ETV Bharat / sports

ଆଇପିଏଲ ଖେଳିବାକୁ ବିଦେଶୀ ବୋର୍ଡଙ୍କୁ ରାଜି କରାଇବ ବିସିସିଆଇ

ବିସିସିଆଇର ସ୍ବତନ୍ତ୍ର ସାଧାରଣ ବୈଠକରେ ଆଇପିଏଲର ଅବଶିଷ୍ଟ ମ୍ୟାଚ ସେପ୍ଟେମ୍ବର-ଅକ୍ଟୋବରରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ...

author img

By

Published : May 29, 2021, 6:59 PM IST

BCCI SGM: Board to speak to foreign boards on player availability for IPL, to seek time for T20 WC call
ଆଇପିଏଲ ଖେଳିବାକୁ ବିଦେଶୀ ବୋର୍ଡଙ୍କୁ ରାଜି କରାଇବ ବିସିସିଆଇ

ନୂଆଦିଲ୍ଲୀ: ବିସିସିଆଇର ସ୍ବତନ୍ତ୍ର ସାଧାରଣ ବୈଠକ(SGM) ଶନିବାର ଅନୁଷ୍ଠିତ ହୋଇଛି । ଏଥିରେ ଆଇପିଏଲର ଅବିଶିଷ୍ଟ ମ୍ୟାଚ୍‌ ଓ ଟି20 ବିଶ୍ବକପ ଆୟୋଜନ ଭଳି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି ।

ଆଇପିଏଲର ଅବଶିଷ୍ଟ ମ୍ୟାଚ ସେପ୍ଟେମ୍ବର-ଅକ୍ଟୋବର ମଧ୍ୟରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି । ତେବେ ଏହି ସମୟରେ ଘରୋଇ ସୂଚୀ ରହୁଥିବାରୁ ବିଦେଶୀ ଖେଳାଳିଙ୍କ ଉପସ୍ଥିତି ନେଇ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଆଇପିଏଲ ଖେଳୁଥିବା ଦେଶର କ୍ରିକେଟ ବୋର୍ଡ ସହ କଥାହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଅଷ୍ଟ୍ରେଲୀୟ ଖେଳାଳି ଉପସ୍ଥିତ ରହିପାରନ୍ତି ମାତ୍ର ଇଂଲଣ୍ଡ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଖେଳାଳି ଅଂଶଗ୍ରହଣ କରିବା ସମ୍ଭାବନା କମ ରହିଛି ।

କୋରୋନା ସଂକ୍ରମଣ ଯୋଗୁଁ ଏମିରେଟ୍‌ସ କ୍ରିକେଟ ବୋର୍ଡ(ଇସିବି) ଗତ ଥର ଦୁବାଇ, ଶାରଜାହ ଓ ଆବୁଧାବିରେ ଆଇପିଏଲ ଆୟୋଜନ କରିଥିଲା ଓ ଖୁସି ବ୍ୟକ୍ତ କରିଥିଲା । ଫଳରେ ଆଇପିଏଲ 2021ର ଅବଶିଷ୍ଟ ମ୍ୟାଚ ଆୟୋଜନ କରିବାକୁ ମଧ୍ୟ ୟୁଏଇ ବୋର୍ଡ ଖୁସି ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.