ETV Bharat / sports

Asia Cup 2023: ଏସିଆ କପ ୨୦୨୩ ପାଇଁ ପାକିସ୍ତାନ ଯିବନି ଭାରତ କହିଲେ ଜୟ ଶାହ

author img

By

Published : Oct 18, 2022, 4:25 PM IST

ଏସିଆ କପ ୨୦୨୩ ଖେଳିବା ପାଇଁ ପାକିସ୍ତାନ ଯିବନାହିଁ ଭାରତୀୟ କ୍ରିକେଟ୍ ଦଳ । କିଛିଦିନ ତଳେ ଭାରତୀୟ ଦଳକୁ ଏସିଆ କପ ପାଇଁ ପାକିସ୍ତାନ ପଠାଇବାକୁ ବିସିସିଆଇ ପ୍ରସ୍ତୁତ ଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତେବେ ଏହାକୁ ଖଣ୍ଡନ କରିବା ସହ ଏସିଆ କପ ୨୦୨୩ କୌଣସି ନିରପେକ୍ଷ ସ୍ଥାନରେ ହେବ ବୋଲି ସୂଚନା ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହ । ଅଧିକ ପଢ଼ନ୍ତୁ

ଏସିଆ କପ ୨୦୨୩ ପାଇଁ ପାକିସ୍ତାନ ଯିବନି ଭାରତ: ଜୟ ଶାହା

ମୁମ୍ବାଇ: ଏସିଆ କପ ୨୦୨୩ ପାଇଁ ପାକିସ୍ତାନ ଯିବ ନାହିଁ ଭାରତୀୟ କ୍ରିକେଟ୍ ଦଳ (bcci secretary jay shah confirms india wont travel to pakistan for asia cup 2023) । କାରଣ ଏସିଆ କପ 2023 ଏକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ । ଏନେଇ ସ୍ପଷ୍ଟ କରିଛନ୍ତି ବିସିସିଆଇ (Board of Control for Cricket in India) ସଚିବ ଜୟ ଶାହ । କିଛିଦିନ ତଳେ ବିସିସିଆଇ ଭାରତୀୟ ଦଳକୁ ଏସିଆ କପ ପାଇଁ ପାକିସ୍ତାନ ପଠାଇବାକୁ ପ୍ରସ୍ତୁତ ଅଛି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଆଜି ମୁମ୍ବାଇରେ ଅନୁଷ୍ଠିତ ବିସିସିଆଇର ୯୧ ତମ ବାର୍ଷିକ ସାଧାରଣ ସଭାରେ ଯୋଗଦେଇ ଏସୀୟ କ୍ରିକେଟ୍ ପରିଷଦ ସଭାପତି ଜୟ ଶାହା ଏନେଇ ସ୍ପଷ୍ଟ କରିଛନ୍ତି । ତେବେ ଆସନ୍ତା ବର୍ଷ ଏସିଆ କପ ଏକ ନିରପେକ୍ଷ ଭେନ୍ୟୁ (ଗ୍ରାଉଣ୍ଡ)ରେ ହେବ ବୋଲି ସ୍ପଷ୍ଟ କରିଛନ୍ତି ଶାହ ।

ପାକିସ୍ତାନରେ ଏସିଆ କପ ୨୦୨୩ ଅନୁଷ୍ଠିତ ହେବା ନେଇ ନିର୍ଦ୍ଧାରିତ ହୋଇଛି । ଯଦି ଏହା ହୁଏ, ତେବେ ବିସିସିଆଇ ଭାରତୀୟ କ୍ରିକେଟ ଦଳକୁ ପାକିସ୍ତାନ ପଠାଇବାକୁ ପ୍ରସ୍ତୁତ ଥିବା କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଏସୀୟ କ୍ରିକେଟ ପରିଷଦ (Asian Cricket Council) ସଭାପତି ତଥା ବିସିସିଆଇ ସଚିବ ଜୟ ଶାହ । ଆଜି (ମଙ୍ଗଳବାର) ମୁମ୍ବାଇରେ ବିସିସିଆଇର ୯୧ ତମ ବାର୍ଷିକ ସାଧାରଣ ସଭାରେ ଯୋଗଦେଇ ସେ କହିଛନ୍ତି, "କୌଣସି ଭାରତୀୟ ଦଳର ପାକିସ୍ତାନ ଗସ୍ତ ଅନୁମତି ଉପରେ ସରକାର ନିଷ୍ପତ୍ତି ନିଅନ୍ତି । ତେଣୁ ଆମେ ଏହା ଉପରେ କୋଣସି ମନ୍ତବ୍ୟ ଦେବା ଉଚିତ ହେବନାହିଁ । କିନ୍ତୁ ୨୦୨୩ ଏସିଆ କପ୍ କୌଣସି ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ ।"

ସେହିଭଳି ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ଆସିସି ଚମ୍ପିଆନସ୍ ଟ୍ରଫି ନେଇ ଜୟ ଶାହା କହିଛନ୍ତି, "୨୦୨୫ ଚମ୍ପିଆନ୍ସ ଟ୍ରଫି ପାଇଁ ସ୍ଥାନ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଯେତେବେଳେ ନିଷ୍ପତ୍ତି ନିଆଯିବ ସେତେବେଳେ ଆମେ ଏହା ଉପରେ ମନ୍ତବ୍ୟ ଦେବୁ ।" ତେବେ ଘରୋଇ କ୍ରିକେଟରୁ ଭଲ ରୋଜଗାର ହେଉଥିବାରୁ ଘରୋଇ ଖେଳାଳିମାନେ ମଧ୍ୟ ଲାଭ ପାଇବା ଉଚିତ ବୋଲି ସେ କହିଛନ୍ତି ।

ଭାରତ ଓ ପାକିସ୍ତାନ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ହୋଇଥିବାବେଳେ କେବଳ ଏସିଆ କପ ଓ ଆଇସିସି ଦ୍ବାରା ଆୟୋଜିତ ଟୁର୍ଣ୍ଣାମେଣ୍ଟ ହିଁ ଏହି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କୁ ମଇଦାନକୁ ଆଣିଥାଏ । ତେବେ ଶେଷଥର ଏସିଆ କପ ପ୍ରତିଯୋଗିତା ପାଇଁ ୨୦୦୮ରେ ପାକିସ୍ତାନ ଗସ୍ତ କରିଥିଲା ଭାରତୀୟ କ୍ରିକେଟ ଦଳ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.