ନୂଆଦିଲ୍ଲୀ: 2028 ଲସ ଆଞ୍ଜେଲସ ଅଲମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା କ୍ରିକେଟ ଦଳକୁ ପଡ଼ଆକୁ ଓହ୍ଲାଇବାକୁ ସ୍ଥିର କରିଛି ବିସିସିଆଇ । କେବଳ ଆଲମ୍ପିକ୍ସ ନୁହେଁ 2022ରେ ହେବାକୁ ଥିବା ହର୍ମିଂହାମ କମନୱେଲଥ କ୍ରୀଡ଼ା ପାଇଁ ମଧ୍ୟ ଦୁଇ ଦଳ ଭାଗ ନେବେ। କ୍ରିକେଟକୁ ଅଲମ୍ପିକ୍ସ କ୍ରୀଡ଼ାରେ ସାମିଲ ହୋଇ ପାରିନାହିଁ। ଯଦି କ୍ରକେଟକୁ ଏଥିରେ ସାମିଲ କରାଯାଏ, ତେବେ ବିଶ୍ବ କ୍ରିକେଟ ପାଇଁ ଏହା ଏକ ବଡ଼ ଉପଲବ୍ଧି ହେବ।
ଶେଷ ଥର ପାଇଁ 1900 ଫ୍ରାନ୍ସ ଅଲମ୍ପିକ୍ସରେ କ୍ରିକେଟକ ସାମିଲ ହୋଇଥିଲା। ଏହାକୁ ନେଇ ବିସିସିଆଇର ଜଣେ ବରଷ୍ଠ ଅଧିକାରୀ କହିଛନ୍ତି ଯେ, ଲସ ଆଞ୍ଜେଲସ ଅଲମ୍ପିକ୍ସ ପାଇଁ ଉଭୟ ପୁରୁଷ ଓ ମହିଳା କ୍ରିକେଟ ଦଳକୁ ପ୍ରସ୍ତୁତ ରଖିଛୁ। ଏହା ବିଶ୍ବ କ୍ରିକେଟ ପାଇଁ ଏକ ବଡ଼ ଉପଲବ୍ଧି ହେବାକୁ ଯାଉଛି।
ସେପଟେ ଅଲମ୍ପିକ୍ସରେ କ୍ରିକେଟରୁ ପୁନଃ ଫିଟ କରିବାକୁ ଏକ କମଟି ଗଠନ କରିଛି ଆଇସିସି। ଏହି କମିଟି ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ସହ କ୍ରିକେଟକୁ ସାମିଲ କରିବାକୁ ନେଇ ଆଲୋଚନା ଆରମ୍ଭ କରିଛି। ତେବେ ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି ମଧ୍ୟକୁ ଆସିବା ନେଇ ବିସିସିଆଇର ଅନିଚ୍ଛା ଏଥିରେ ବାଧକ ସାଜିଛି।
ଅଲମ୍ପିକ୍ସ କମିଟି ସହ କଥା ଆଗକୁ ବଢ଼ାଇବାକୁ ହେଲେ ବିସିସିଆଇର ସମସ୍ତ କ୍ଷେତ୍ରରେ ସହମତି ଆବଶ୍ୟକ। ବର୍ତ୍ତମାନ ବର୍ମିଂହାମ କମନୱେଲ୍ଥ ଖେଳ ଉପରେ ଆଇସିସିର ନଜର ରହିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ