ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ପରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବାକୁ ଯାଉଛି । ୱେଷ୍ଟ ଇଣ୍ଡିଜ କ୍ରିକେଟ ବୋର୍ଡ ଆଗାମୀ ଭାରତ ବିପକ୍ଷ ଘରୋଇ ସିରିଜର କ୍ରୀଡାସୂଚୀ ଘୋଷଣା କରିଛି । ଜୁଲାଇ 12ରୁ ଅଗଷ୍ଟ 13 ତାରିଖ ଯାଏ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ 2ଟି ଟେଷ୍ଟ, 3ଟି ଦିନିକିଆ ଓ 5ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିବ । ଭାରତ ୱେଷ୍ଟଇଣ୍ଡିଜ ଗସ୍ତ ନେଇ ବିସିସିଆଇ କ୍ରୀଡାସୂଚୀ ଘୋଷଣା କରିଛି ।
-
🚨 NEWS 🚨
— BCCI (@BCCI) June 12, 2023 " class="align-text-top noRightClick twitterSection" data="
2️⃣ Tests
3️⃣ ODIs
5️⃣ T20Is
Here's the schedule of India's Tour of West Indies 🔽#TeamIndia | #WIvIND pic.twitter.com/U7qwSBzg84
">🚨 NEWS 🚨
— BCCI (@BCCI) June 12, 2023
2️⃣ Tests
3️⃣ ODIs
5️⃣ T20Is
Here's the schedule of India's Tour of West Indies 🔽#TeamIndia | #WIvIND pic.twitter.com/U7qwSBzg84🚨 NEWS 🚨
— BCCI (@BCCI) June 12, 2023
2️⃣ Tests
3️⃣ ODIs
5️⃣ T20Is
Here's the schedule of India's Tour of West Indies 🔽#TeamIndia | #WIvIND pic.twitter.com/U7qwSBzg84
ଏହା ବି ପଢନ୍ତୁ...WTC Final: ଭାରତୀୟ ବ୍ୟାଟରଙ୍କ ସଟ୍ ସିଲେକ୍ସନ୍ ନେଇ ପ୍ରଶ୍ନ କଲେ ଗାଭାସ୍କର
ଟେଷ୍ଟ ସିରିଜରୁ ଭାରତ ୱେଷ୍ଟଇଣ୍ଡିଜ ଗସ୍ତ କାର୍ଯ୍ଯକ୍ରମ ଆରମ୍ଭ କରିବ । ପ୍ରଥମେ 2ଟି ଟେଷ୍ଟ, ପରେ 3ଟି ଦିନିକିଆ ଓ ଶେଷରେ 5ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିବ ଭାରତ । ଜୁଲାଇ 12ରୁ 16 ଯାଏ ଡୋମିନିକାରେ ପ୍ରଥମ ଟେଷ୍ଟ ଓ ଜୁଲାଇ 20ରୁ 27 ଯାଏ ତ୍ରିନିଦାଦରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ସେହିପରି ଜୁଲାଇ 27ରୁ ଅଗଷ୍ଟ 1 ତାରିଖ ଯାଏ ଦିନିକିଆ ଓ ଅଗଷ୍ଟ 1ରୁ ଅଗଷ୍ଟ 13 ଯାଏଁ 5ଟି ଟି-ଟେଣ୍ଟି ମ୍ୟାଚ ଖେଳିବ ଭାରତ ।
ଏହା ବି ପଢନ୍ତୁ...WTC Defeat: 'ଅଶ୍ବିନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦେବାକୁ ମୁଁ ବୁଝି ପାରୁନାହିଁ'
ଏହି ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଅଧିନାୟକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଟେଷ୍ଟ ଓ ଦିନିକିଆରେ ରୋହିତ ଶର୍ମା ଅଧିନାୟକ ରହିବେ । ଟି-ଟ୍ବେଣ୍ଟିରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଦାୟିତ୍ବ ତୁଲାଇପାରନ୍ତି । ବିଶ୍ବ ଟେଷ୍ଟ୍ ଚମ୍ପିଆନସିପ ୱେଷ୍ଟଇଣ୍ଡିଜ ବିପକ୍ଷ ଏହି ସିରିଜ ପାଇଁ ଭାରତ ପାଖରେ ଯଥେଷ୍ଟ ସମୟ ରହିଛି । ଏକ ସନ୍ତୁଳିତ ଟିମ୍ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରସ୍ତୁତ କରିବାକୁ ଆଶା କରାଯାଉଛି । ତେବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳ ଘୋଷଣା ହୋଇନାହିଁ । ଟି-ଟ୍ବେଣ୍ଟି ସିରିଜ ପାଇଁ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି । ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ରିଙ୍କୁ ସିଂହ, ଯଶସ୍ବୀ ଜୈସୱାଲ ଓ ଋତୁରାଜ ଗାଏକୱାଡ୍ଙ୍କୁ ସ୍ଥାନ ମିଳିପାରେ ।
କ୍ରୀଡାସୂଚୀ:
ଜୁଲାଇ 12ରୁ 15 ପ୍ରଥମ ଟେଷ୍ଟ
ଜୁଲାଇ 20ରୁ 24 ଦ୍ବିତୀୟ ଟେଷ୍ଟ
ଜୁଲାଇ 27- ପ୍ରଥମ ଦିନିକିଆ
ଜୁଲାଇ 29- ଦ୍ବିତୀୟ ଦିନିକିଆ
ଅଗଷ୍ଟ 1- ତୃତୀୟ ଦିନିକିଆ
ଅଗଷ୍ଟ 3- ପ୍ରଥମ ଟି-ଟ୍ବେଣ୍ଟି
ଅଗଷ୍ଟ 6- ଦ୍ବିତୀୟ ଟି-ଟ୍ବେଣ୍ଟି
ଅଗଷ୍ଟ 8- ତୃତୀୟ ଟି-ଟ୍ବେଣ୍ଟି
ଅଗଷ୍ଟ 12- ଚତୁର୍ଥ ଟି-ଟ୍ବେଣ୍ଟି
ଅଗଷ୍ଟ 13- ପଞ୍ଚମ ଟି-ଟ୍ବେଣ୍ଟି
ପ୍ରକାଶ ଥାଉ କି ଭାରତ ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଖେଳିଥିଲା । ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଏହି ଚମ୍ପିଆନସିପ ଖେଳାଯାଇଥିଲା । ଦ୍ବିତୀୟ ଥର ପାଇଁ ଡବ୍ଲୁଟିସି ଫାଇନାରେ ପ୍ରବେଶ କରିଥିବା ଟିମ ଇଣ୍ଡିଆ ଆଇସିସି ଟ୍ରଫି ହାତେଇବାରେ ବିଫଳ ହୋଇଥିଲା । 209 ରନରେ ଜିତି ଅଷ୍ଟ୍ରେଲିଆ ଚମ୍ପିଆନ ହୋଇଥିଲା ।