ETV Bharat / sports

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ, ଫେରିଲେ ସାମସନ-ଚହଳ

ସୀମିତ ଓଭର ସିରିଜରେ ରୋହିତ ଓ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଦଳକୁ ଫେରିଛନ୍ତି ସଞ୍ଜୁ ସାମସନ, ଯୁଝବେନ୍ଦ୍ର ଚହଳ ଓ ଦୀପକ ଚହର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 1, 2023, 9:18 AM IST

indian team for south africa tour
bcci announced team for south africa tour

ନୂଆଦିଲ୍ଲୀ: ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ 2ଟି ଟେଷ୍ଟ, 3ଟି ଦିନିକିଆ ଓ 3ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିବ । ସମସ୍ତ ଫର୍ମାଟରେ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ରୋହିତ ଶର୍ମା ଟେଷ୍ଟ ଦଳର ଅଧିନାୟକ ଥିବାବେଳେ ଦିନିକିଆରେ କେଏଲ ରାହୁଲ ନେତୃତ୍ବ ନେବେ । ଟି-ଟ୍ବେଣ୍ଟି ସିରଜରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ବ କରିବେ । ଟେଷ୍ଟ ଦଳକୁ କେଏଲ ରାହୁଲ ଶ୍ରେୟାସ ଆୟର ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଦଳକୁ ସଞ୍ଜୁ ସାମସନ, ଯୁଝବେନ୍ଦ୍ର ଚହଳ ଓ ଦୀପକ ଚହର ଫେରିଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲି ସୀମିତ ଓଭର ଫର୍ମାଟରୁ ବ୍ରେକ ନେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବାରୁ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ୍ ପଡିଛନ୍ତି ।

  • India’s squad for 3 ODIs: Ruturaj Gaikwad, Sai Sudharsan, Tilak Varma, Rajat Patidar, Rinku Singh, Shreyas Iyer, KL Rahul (C)(wk), Sanju Samson (wk), Axar Patel, Washington Sundar, Kuldeep Yadav, Yuzvendra Chahal, Mukesh Kumar, Avesh Khan, Arshdeep Singh, Deepak Chahar.#SAvIND

    — BCCI (@BCCI) November 30, 2023 " class="align-text-top noRightClick twitterSection" data=" ">

2ଟି ଟେଷ୍ଟ ମ୍ୟାଚ ପାଇଁ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ 16 ଜଣିଆ ଦଳ ଘୋଷଣା ହୋଇଛି । ଟେଷ୍ଟ ଦଳକୁ ବୁମରା, କେଏଲ ରାହୁଲ ଓ ଶ୍ରେୟାର ଆୟର କମବ୍ୟାକ କରିଛନ୍ତି । ଋତୁରାଜ ଗାଏକ୍ବାଡଙ୍କୁ ସୁଯୋଗ ମିଳିଛି । ଅଭିଜ୍ଞ ଚେତେଶ୍ବର ପୂଜାରା ଓ ରାହାଣେଙ୍କୁ ସ୍ଥାନ ମିଳିନାହିଁ । ରାହୁଲ ମୁଖ୍ୟ ୱିକେଟ କିପର ଭାବେ ଦଳରେ ସ୍ଥାନ ପାଇଛନ୍ତି । ବିଶ୍ବକପରେ ତାଙ୍କ କିପିଙ୍ଗକୁ ନେଇ ପ୍ରଶଂସିତ ହୋଇଥିଲେ । ଈଶାନ କିଷନ ଦ୍ବିତୀୟ ୱିକେଟ କିପର ଭାରେ ଦଳରେ ସ୍ଥାନ ପାଇଛନ୍ତି ।

ସେହିପରି 3ଟି ଦିନିକିଆରେ ନେତୃତ୍ବ ନେବେ କେଏଲ ରାହଲ । ଏ ନେଇ 16 ଜଣିଆ ଦଳ ଘୋଷଣା ହୋଇଛି । ଦିନିକିଆରେ ସଞ୍ଜୁ ସାମସନ, ଯୁଝବେନ୍ଦ୍ର ଚହଳ ଓ ଦୀପକ ଚହରଙ୍କୁ ସ୍ଥାନ ମିଳିଛି । ନବାଗତରେ ସାଇ ସୁଦର୍ଶନ, ରଜତ ପଟିଦାର ଓ ରିଙ୍କୁ ସିଂହଙ୍କୁ ସ୍ଥାନ ମିଳିଛି । ସୂର୍ଯ୍ୟକମାରଙ୍କୁ ସ୍ଥାନ ମିଳିନାହିଁ । ଇଶାନ କିଶନ ଓ ଶୁଭମନ ଗିଲଙ୍କୁ ମଧ୍ୟ ଦିନିକିଆ ଦଳରୁ ବାଦ ଦିଆଯାଇଛି । ଦିନିକିଆ ସିରିଜ ପାଇଁ ଏକ ଯୁବ ଦଳ ଗଠନ କରାଯାଇଛି ।

ସେହିପରି 3ଟି ଟି-ଟ୍ବେଣ୍ଟିରେ ନେତୃତ୍ବ ନେବେ ସୂର୍ଯ୍ୟକୁମାର ଯାଦବ । ଏ ନେଇ 17 ଜଣିଆ ଦଳ ଘୋଷଣା ହୋଇଛି । ଏଥିରେ ଦୀପକ ଚହଳଙ୍କୁ ସ୍ଥାନ ମିଳିଛି । ଶୁଭମନ ଗିଲ ଏହି ସ୍କ୍ବାଡରେ ରହିଛନ୍ତି । ଭାରତ ଟି-ଟ୍ବେଣ୍ଟିରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହାପରେ ଦିନିକିଆ ଖେଳିବ ।

ଏହା ବି ପଢନ୍ତୁ...ନେହରାଙ୍କୁ ମିଳିଥିଲା ବଡ଼ ଅଫର୍‌ ! BCCI ପ୍ରସ୍ତାବରେ କାହିଁକି ରାଜି ହେଲେନି ?

2ଟି ଟେଷ୍ଟ ପାଇଁ ଭାରତୀୟ ସ୍କ୍ବାଡ: ରୋହିତ ଶର୍ମା (ଅଧିୟନାକ), ଶୁଭମନ ଗିଲ, ଯଶସ୍ବୀ ଜୈସୱାଲ, ବିରାଟ କୋହଲି, ଶ୍ରେୟାସ ଆୟର, ଋତୁରାଜ ଗାଏକ୍ବାଡ, ଇଶାନ କିଶନ (ୱିକେଟ କିପର), କେଏଲ ରାହୁଲ (ୱିକେଟ କିପର), ରବିଚନ୍ଦ୍ର ଅଶ୍ବିନୀ, ରବିନ୍ଦ୍ର ଜାଡେଜା, ସାର୍ଦୁଳ ଠାକୁର, ମହମ୍ମଦ ସାମି, ମୁକେଶ କୁମାର, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା (ଉପଅଧିନାୟକ), ପ୍ରସିଦ୍ଧ କ୍ରିଷ୍ଣା

3ଟି ଦିକିନିଆ ପାଇଁ ଭାରତୀୟ ସ୍କ୍ବାର୍ଡ: ଋତୁରାଜ ଗାଏକ୍ବାଡ, ସାଇ ସୁଦର୍ଶନ, ତିଲକ ବର୍ମା, ରଜତ ରଟିଦାର, କେଏଲ ରାହୁଲ (ଅଧିନାୟକ), ରିଙ୍କୁ ସିଂହ, ଶ୍ରେୟାସ ଆୟର, ସଞ୍ଜୁ ସାମସନ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୂଳଦୀପ ଯାଦବ, ଯୁଝବେନ୍ଦ୍ର ଚହଳ, ଅଭେଶ ଖାନ, ଅର୍ଶଦୀପ ସିଂହ, ମୁକେଶ କୁମାର, ଦୀପକ ଚହଳ ।

3ଟି ଟି-ଟ୍ବେଣ୍ଟି ପାଇଁ ଭାରତୀୟ ସ୍କ୍ବାର୍ଡ: ଯଶସ୍ବୀ ଜୈସୱାଲ, ଶୁଭମନ ଗିଲ, ଋତୁରାଜ ଗାଏକ୍ବାଡ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂହ, ଶ୍ରେୟାସ ଆୟର, ଇଶାନ କିଶନ, ଜିତେନ୍ଦ୍ର ଶର୍ମା, ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, କୂଳଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ମୁକେଶ କୁମାର, ଦୀପକ ଚହଳ ।
କ୍ରୀଡା ସୂଚୀ:

10 ଡିସେମ୍ବର- ପ୍ରଥମ ଟି-ଟ୍ବେଣ୍ଟି

12 ଡିସେମ୍ବର- ଦ୍ବିତୀୟ ଟି-ଟ୍ବେଣ୍ଚି

14 ଡିସେମ୍ବର- ତୃତୀୟ ଟି-ଟ୍ବେଣ୍ଟି

17 ଡିସେମ୍ବର 2023 - ପ୍ରଥମ ଦିନିକିଆ

19 ଡିସେମ୍ବର 2023-ଦ୍ବିତୀୟ ଦିନିକିଆ

21 ଡିସେମ୍ବର 2023-ତୃତୀୟ ଦିନିକିଆ

26 ଡିସେମ୍ବରରୁ 30 ଡିସେମ୍ବର- ପ୍ରଥମ ଟେଷ୍ଟ

3 ଜାନୁଆରୀ 2024ରୁ 7 ଜାନୁଆରୀ- ଦ୍ବିତୀୟ ଟେଷ୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.