ETV Bharat / sports

ଅଫଗାନିସ୍ତାନ ବିପକ୍ଷ ଟି୨୦ ଦଳ ଘୋଷିତ, ଫେରିଲେ ରୋହିତ-କୋହଲି - India vs Afghanistan T20I

Team India Squad: ଆଫଗାନିସ୍ତାନ ବିପକ୍ଷ ଟି୨୦ ଶୃଙ୍ଖଳା ପାଇଁ ଦଳ ଘୋଷଣା କରିଛି ବିସିସିଆଇ । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ଟି୨୦ ଦଳକୁ ଫେରିଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲି । ଅଧିକ ପଢ଼ନ୍ତୁ...

Team India Squad for T20I Series against Afghanistan

author img

By ETV Bharat Odisha Team

Published : Jan 7, 2024, 9:56 PM IST

ମୁମ୍ବାଇ: ବହୁ ମାନସମନ୍ଥନ ପରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ଶୃଙ୍ଖଳା ପାଇଁ ଦଳ ଘୋଷଣା କରିଛି ବିସିସିଆଇ । ୩ ମ୍ଯାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳା ପାଇଁ ଟି୨୦ ଦଳକୁ ଫେରିଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲି । ଭାରତୀୟ ଟି୨୦ ଦଳର ନେତୃତ୍ବ ପୁଣିଥରେ ରୋହିତ ଶର୍ମାଙ୍କ ହାତକୁ ଆସିଛି । ଏହି ଦଳରେ କିଛି ବରିଷ୍ଠ ଖେଳାଳିଙ୍କୁ ସ୍ଥାନ ମିଳିନଥିବା ବେଳେ ଅନେକ ଯୁବ କ୍ରିକେଟରଙ୍କୁ ମିଳିଛି ସୁଯୋଗ । ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜଙ୍କ ସମେତ ରବୀନ୍ଦ୍ର ଜାଡେଜା, କେଏଲ୍‌ ରାହୁଲ ଓ ଶ୍ରେୟସ ଆୟରଙ୍କ ଭଳି ଖେଳାଳିଙ୍କୁ ଏହି ଟି୨୦ ଦଳରେ ସ୍ଥାନ ମିଳିନାହିଁ । ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପଣ୍ଡ୍ୟାଙ୍କ ଭଳି ଟି୨୦ ସ୍ପେଶାଲିଷ୍ଟ ଆହତ କାରଣରୁ ଦଳରେ ସ୍ଥାନ ପାଇନାହାନ୍ତି ।

ପ୍ରାୟ ୧୪ ମାସ ପରେ ପୁଣିଥରେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମାଙ୍କ ହାତକୁ ଫେରିଛି ଟି୨୦ ଦଳର କମାଣ । ଜାନୁଆରୀ ୧୧ରୁ ଆରମ୍ଭ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ ପାଇଁ ଘୋଷିତ ହୋଇଥିବା ଭାରତୀୟ ଦଳରେ ୬ ଅଭିଜ୍ଞ ବ୍ୟାଟରଙ୍କ ସହିତ ୨ ୱିକେଟ୍‌କିପର-ବ୍ୟାଟର, ୩ ଅଲ୍‌ରାଉଣ୍ଡର, ୨ ସ୍ପିନର ଓ ୩ ଦ୍ରୁତ ବୋଲରଙ୍କୁ ସ୍ଥାନ ମିଳିଛି । ଅଧିନାୟକ ରୋହିତ ଶର୍ମା, ଶୁଭମନ ଗିଲ୍‌, ଯଶସ୍ବୀ ଜୟସ୍ବାଲ ଓ ବିରାଟ କୋହଲିଙ୍କ ସହିତ ଟପ୍‌ ଅର୍ଡର ବେଶ ସୁଦୃଢ଼ ହୋଇଛି । ତିଲକ ବର୍ମା, ଜିତେଶ ଶର୍ମା ଓ ସଞ୍ଜୁ ସାମ୍‌ସନ୍‌ଙ୍କ ଉପରେ ଅପର-ମିଡିଲ୍‌ ଅର୍ଡର ସମ୍ଭାଳିବା ପାଇଁ ଗୁରୁଦାୟିତ୍ବ ରହିବ । ସେହିଭଳି ରିଙ୍କୁ ସିଂହ ଓ ଶିବମ ଦୁବେ ଫିନିସର ଭୂମିକା ନିର୍ବାହ କରିବେ । ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲିଂ ବିଭାଗର ନେତୃତ୍ବ ଯୁବ ବାମହାତୀ ପେସର ଅର୍ଶଦୀପ ସିଂହଙ୍କ ହାତରେ ରହିବ । ତାଙ୍କ ସହଯୋଗ ପାଇଁ ଅଭେଶ ଖାନ ଓ ମୁକେଶ କୁମାରଙ୍କ ଭଳି ବୋଲର ମଧ୍ୟ ରହିଛନ୍ତି । ସ୍ପିନ ବିଭାଗରେ ଅଭିଜ୍ଞ ଚାଇନାମ୍ୟାନ୍‌ ବୋଲର କୁଲଦୀପ ଯାଦବ ମଖ୍ୟ ଦାୟିତ୍ବ ସମ୍ଭାଳିବେ । ସହଯୋଗ ପାଇଁ ଅକ୍ଷର ପଟେଲଙ୍କ ସମେତ ରବି ବିଷ୍ଣୋଇ ଓ ୱାସିଂଟନ୍‌ ସୁନ୍ଦରଙ୍କ ଭଳି ଯୁବ ତାରକା ସ୍କ୍ବାଡ୍‌ରେ ରହିଛନ୍ତି ।

  • JUST IN 🚨: India recall senior duo for the T20I series against Afghanistan 👀#INDvAFG

    — ICC (@ICC) January 7, 2024 " class="align-text-top noRightClick twitterSection" data=" ">

ତେବେ ଭାରତୀୟ କ୍ରିକେଟ୍‌ ପ୍ରଶଂସକଙ୍କ ପାଇଁ ସବୁଠାରୁ ବଡ଼ ଖୁସିର ଖବର ହେଉଛି ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ଟି୨୦ ଖେଳିବାକୁ ମୈଦାନକୁ ଓହ୍ଲାଇବେ ହିଟ୍‌-ମ୍ୟାନ୍‌ ରୋହିତ ଶର୍ମା ଓ କିଙ୍ଗ୍‌ ବିରାଟ କୋହଲି । ଗତ ୨୦୨୨ ଟି୨୦ ବିଶ୍ବକପ୍‌ରେ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ୍‌ରେ ହିଁ ଶେଷ ମ୍ୟାଚ୍‌ ଖେଳିଥିଲେ ଉଭୟ ଷ୍ଟାର ବ୍ୟାଟର । ଏହି ମ୍ୟାଚ୍‌ରେ ଇଂଲଣ୍ଡ ୧୦ ୱିକେଟ୍‌ରେ ଅପ୍ରତ୍ୟାଶିତ ବିଜୟ ହାସଲ କରିନେଇଥିଲା । ଏହାପରେ ଆଉ ଅନ୍ତର୍ଜାତୀୟ ଟି୨୦ ଫର୍ମାଟ୍‌କୁ ଫେରିନଥିଲେ ରୋହିତ ଓ କୋହଲି । ତେବେ ଟି୨୦ ବିଶ୍ବକପ୍‌ ୨୦୨୪ ପୂର୍ବରୁ ଉଭୟଙ୍କ ପ୍ରତ୍ୟାବର୍ତ୍ତନରୁ ଏକ ପ୍ରକାର ସ୍ପଷ୍ଟ ଯେ, ଆଗାମୀ ବିଶ୍ବକପ୍‌ରେ ଉଭୟ ବ୍ୟାଟର ମୈଦାନରେ ବିପକ୍ଷ ବୋଲରଙ୍କୁ ଧୂଳି ଚଟାଉଥିବା ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢ଼ନ୍ତୁ...ଟି୨୦କୁ ଫେରିବେ ରୋହିତ- କୋହଲି ! ବିଶ୍ବକପ୍‌ରୁ ବାଦ ପଡ଼ିପାରନ୍ତି କୋହଲି

ଆଫଗାନିସ୍ତାନ ବିପକ୍ଷରେ ଭାରତୀୟ ସ୍କ୍ବାଡ୍‌: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌, ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା (ୱିକେଟ୍‌କିପର), ସଞ୍ଜୁ ସାମ୍‌ସନ୍‌ (ୱିକେଟ୍‌କିପର), ଶିବମ ଦୁବେ, ୱାସିଂଟନ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଅଭେଶ ଖାନ, ମୁକେଶ କୁମାର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.