ETV Bharat / sports

ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ଟି-୨୦ ଓ ODI ସିରିଜ ଖେଳିବ ଭାରତ, ଖେଳସୂଚୀ ଜାରି - ଘରୋଇ ସିରିଜ ପାଇଁ BCCIର ଖେଳସୂଚୀ

ଭାରତ ସହ ଦିନିକିଆ ଓ ଟି-୨୦ ସିରିଜ ଖେଳିବାକୁ ଭାରତ ଗସ୍ତ କରିବେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା । ଏହାକୁ ନେଇ ଆଜି ଖେଳ ସୂଚୀ ଜାରି କରିଛି ବିସିସିଆଇ । ଅଧିକ ପଢ଼ନ୍ତୁ

ଅଷ୍ଟ୍ରେଲିଆ ସହ ଓ ଦକ୍ଷିଣ ଆଫ୍ରିକା ସହ ଟି-୨୦ ଓ ODI ସିରିଜ ଖେଳିବ ଭାରତ, ଖେଳସୂଚୀ ଜାରି

author img

By

Published : Aug 3, 2022, 10:05 PM IST

ମୁମ୍ବାଇ: ଟି-୨୦ ବିଶ୍ବକପ୍‌ ପରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଲିବ ଭାରତ । ଏହାକୁ ନେଇ ବିସିସିଆଇ ପକ୍ଷରୁ ସୂଚନା ଦେଇଛି । ଅଷ୍ଟ୍ରେଲିଆ ସହ ଭାରତ ଦୁଇ ଟିକିଆ ଟି-୨୦ ସିରିଜ ଖେଳିବାକୁ ଥିବା ବେଳେ ଦକ୍ଷିଣ ଆଫ୍ରିକା ସହ ଦିନିକିଆ ଟି-୨୦ ସିରିଜ୍‌ ଖେଳିବ । ଏଥିପାଇଁ ଖେଳସୂଚୀ ଜାରି କରିଛି ବିସିସିଆଇ ।

ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ ଏହି ଦୁଇଟି ସିରିଜ୍‌ ଖେଳିବ । ଡିଫେଣ୍ଡିଂ ଟି-୨୦ ବିଶ୍ବକପ୍‌ ଚମ୍ପିଆନ୍‌ ଅଷ୍ଟ୍ରେଲିଆ ସହ ସେପ୍ଟେମ୍ବର ୨୦ରୁ ୨୫ ତାରିଖ ଯାଏଁ ଟି-୨୦ ସିରିଜ ଖେଳିବ ଭାରତ । ଏଥିପାଇଁ ମୋହାଲି, ନାଗପୁର ଓ ହାଇଦ୍ରାବାଦ୍‌ରେ ଭେନ୍ୟୁ ସ୍ଥିର କରାଯାଇଛି । ଏହାପରେ ଦକ୍ଷିଣ ଆଫ୍ରିକା ସହ ଟି-୨୦ ସିରିଜ୍‌ ଖେଳାଯିବ ।

ସେପ୍ଟେମ୍ବର ୨୮ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍‌ ଆରମ୍ଭ ହେବ । ଏହା ଅକ୍ଟୋବର ୪ ତାରିଖ ଯାଏଁ ଚାଲିବ । ଏଥିପାଇଁ ଥିରୁଅନନ୍ତପୁରମ, ଗୁହ୍ବାଟୀ ଓ ଇନ୍ଦୋରରେ ଭେନ୍ୟୁ ସ୍ଥିର ରହିଛି । ଏହାପରେ ଭାରତ ଦକ୍ଷିଣ ଆଫ୍ରିକା ସହ ଦିନିକିଆ ସିରିଜ୍‌ ଖେଳିବ । ଏହି ସିରିଜ୍ ଅକ୍ଟୋବର ୬ ତାରିଖରୁ ଆରମ୍ଭ ହୋଇ ୧୧ ତାରିଖ ଯାଏଁ ଚାଲିବ । ତିନି ଟିକିଆ ଦିନିକିଆ ସିରିଜ୍‌ ପାଇଁ ଲକ୍ଷ୍ନୌ, ରାଞ୍ଚି ଓ ଦିଲ୍ଲୀରେ ଭେନ୍ୟୁ ସ୍ଥିର କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.