ETV Bharat / sports

Ind vs South Africa: ବାରବାଟୀରେ ମ୍ୟାଚ୍‌ ଖବରକୁ ଓସିଏ ସମ୍ପାଦକଙ୍କ ଖଣ୍ଡନ, କହିଲେ ସମ୍ଭାବନା ଅଛି

ଜୁନ୍‌ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ମ୍ୟାଚ୍‌ ଖେଳାଯିବା ସମ୍ଭାବନା ରହିଛି ମାତ୍ର ବିସିସିଆଇ ପକ୍ଷରୁ ଔପଚାରିକ ସିଗନାଲ ମିଳିନି କହିଲେ ଓସିଏ ସମ୍ପାଦକ । ଅଧିକ ପଢନ୍ତୁ

barabati stadium to host t20i against south africa in june
Ind vs South Africa: ବାରବାଟୀରେ ମ୍ୟାଚ୍‌ ଖବରକୁ ଓସିଏ ସମ୍ପାଦକଙ୍କ ଖଣ୍ଡନ, କହିଲେ ସମ୍ଭାବନା ଅଛି
author img

By

Published : Mar 3, 2022, 8:56 AM IST

Updated : Mar 3, 2022, 5:51 PM IST

କଟକ: ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ନେଇ ବଢୁଛି ଦ୍ବନ୍ଦ୍ବ। କିଛି କ୍ରିକେଟ ୱେବସାଇଟ୍‌ ଓ ଜାତୀୟ ଗଣମାଧ୍ୟମରେ ଜୁନ୍‌ ୯ ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବା ନେଇ ଖବର ରହିଛି । ମାତ୍ର ଏହି ଖବରକୁ ଖଣ୍ଡନ କରିବା ସହ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ପକ୍ଷରୁ କୌଣସି ଔପଚାରିକ ନିର୍ଦ୍ଦେଶ ମିଳିନଥିବା କହିଛନ୍ତି ଓଡିଶା କ୍ରିକେଟ ଆସୋସିଏସନ(OCA) ସମ୍ପାଦକ ସଞ୍ଜୟ ବେହେରା । ତେବେ ଜୁନ୍‌ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ ଇଣ୍ଡିଆ ଖେଳିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଗୋଟିଏ ମ୍ୟାଚ୍‌ ବାରବାଟୀରେ ଆୟୋଜନ କରିବାକୁ ମିଳିବା ସମ୍ଭାବନା ଥିବା କହିଛନ୍ତି ସଞ୍ଜୟ ।

Ind vs South Africa: ବାରବାଟୀରେ ମ୍ୟାଚ୍‌ ଖବରକୁ ଓସିଏ ସମ୍ପାଦକଙ୍କ ଖଣ୍ଡନ, କହିଲେ ସମ୍ଭାବନା ଅଛି

ଫେବୃଆରୀ 15ରେ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଟି20 ମୁକାବିଲା ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର ଦେଶରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି BCCI ଏହି ସିରିଜର ଭେନ୍ୟୁ ପରିବର୍ତ୍ତନ କରିଥିଲା । ଫଳରେ ବାରବାଟୀକୁ ମିଳିଥିବା ମ୍ୟାଚ୍‌ ବାତିଲ ହୋଇଥିଲା । ଏହାପରେ ବିସିସିଆଇ ପକ୍ଷରୁ ଓସିଏକୁ ଶ୍ରୀଲଙ୍କା ବିପକ୍ଷ ସିରିଜର ଏକ ମ୍ୟାଚ୍‌ ଆୟୋଜନ ପାଇଁ ଅଫର ମିଳିଥିଲେ ମଧ୍ୟ ବୋର୍ଡ, ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚ୍‌ ଆୟୋଜନ କରିବାକୁ ସମ୍ପାଦକ ସଞ୍ଜୟ ବେହେରା ବୋର୍ଡକୁ ଅନୁରୋଧ କରିଥିବା କହିଛନ୍ତି ।

ମ୍ୟାଚ୍‌ ଆୟୋଜନ ପାଇଁ ବାରବାଟୀ ଷ୍ଟାଡିୟମ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଜୁନ୍‌ ମାସରେ ମ୍ୟାଚ୍‌ ମିଳିଲେ ବର୍ଷା ସମ୍ଭାବନା ଥିଲେ ମଧ୍ୟ, ଟି-୨୦ ମ୍ୟାଚ୍‌ ହୋଇଥିବାରୁ ବିଶେଷ ଫରକ ପଡିବନି ବୋଲି ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ଓସିଏ ସମ୍ପାଦକ । ପୂର୍ବରୁ ଟି20 ସିରିଜର ଏକ ମ୍ୟାଚ୍‌ ବାରବାଟୀରେ ଖେଳାଯିବା ନେଇ BCCI ସହମତି ପ୍ରକାଶ କରିଥିବା ଓସିଏ ପକ୍ଷରୁ କୁହାଯାଇଥିଲା ।

ନଜର ପକାନ୍ତୁ ଜାତୀୟ ଗଣମାଧ୍ୟମରେ ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦କୁ ନେଇ କ'ଣ ରହିଛି ଖବର ?

ତେବେ ଏକାଧିକ ଜାତୀୟ ଗଣମାଧ୍ୟମରେ କଟକରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ ବୋଲି ଖବର ପ୍ରକାଶିତ ହୋଇଛି । ଜୁନ୍‌ରେ ଦକ୍ଷିଣ ଆଫ୍ରିକା ଟିମ ଭାରତ ଗସ୍ତରେ ଆସିବ । ଏହି ଗସ୍ତରେ ମେନ ଇନ୍‌ ବ୍ଲୁ ଓ ଦକ୍ଷିଣ ଆଫ୍ରିକୀୟ ଟିମ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ ।

ଜୁନ ୯ ରୁ ଏହି ଟି-୨୦ ସିରିଜ ଆରମ୍ଭ ହେବାନେଇ ସୂଚୀ ରହିଥିବାବେଳେ, BCCI ଭେନ୍ୟୁ ସୂଚୀରେ ସାମାନ୍ୟ ପରିବର୍ତ୍ତନ କରିଛି ।ପ୍ରଥମେ ସିରିଜର ୫ଟି ଟି-୨୦ ମ୍ୟାଚ୍‌ ଚେନ୍ନାଇ, ବେଙ୍ଗାଲୁରୁ, ନାଗପୁର, ରାଜକୋଟ ଓ ଦିଲ୍ଲୀ ରହିଥିଲା । ମାତ୍ର ଏବେ କଟକ, ବିଶାଖାପାଟ୍ଟନମ, ଦିଲ୍ଲୀ, ରାଜକୋଟ୍‌ ଓ ଚେନ୍ନାଇରେ ମ୍ୟାଚ୍‌ ଖେଳାଯିବ । ବାଦ୍‌ ପଡିଛି ବେଙ୍ଗାଲୁରୁ ଓ ନାଗପୁର ଭେନ୍ୟୁ ସୂଚୀରୁ ।

ପ୍ରଥମ ଟି-୨୦ (କଟକ) - ଜୁନ୍‌ ୯

ଦ୍ବିତୀୟ ଟି-୨୦ (ବିଶାଖାପାଟ୍ଟନମ) - ଜୁନ୍‌ ୧୨

ତୃତୀୟ ଟି-୨୦ (ଦିଲ୍ଲୀ) - ଜୁନ୍‌ ୧୪

ଚତୁର୍ଥ ଟି-୨୦ (ରାଜକୋଟ) - ଜୁନ୍‌ ୧୭

ପଞ୍ଚମ ଟି-୨୦ (ଚେନ୍ନାଇ)- ଜୁନ୍‌ ୧୯

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

Last Updated : Mar 3, 2022, 5:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.