ଢାକା: ଭାରତ ବିପକ୍ଷରେ ପ୍ରଥମ ଦିନିକିଆରେ ବିଜୟ ସହ ଇତିହାସ ରଚିଲା ବାଂଲାଦେଶ ମହିଳା କ୍ରିକେଟ ଦଳ । ଦିନିକିଆରେ ଭାରତ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଛି ଘରୋଇ ଦଳ । ୨-୧ରେ ଟି୨୦ ସିରିଜ୍ କବ୍ଜା କରିବା ପରେ ଭ୍ରମଣକାରୀ ଭାରତ ଓ ଘରୋଇ ବାଂଲାଦେଶ ମଧ୍ୟରେ ଆଜିଠାରୁ ଦିନିକିଆ ସିରିଜ ଆରମ୍ଭ ହୋଇଛି । ମୀରପୁରରେ ଆଜି ପ୍ରଥମ ଦିନିକିଆ ଖେଳାଯାଇଥିଲା । ଟସ୍ ଜିତି ଅଧିନାୟିକା ହର୍ମନପ୍ରୀତ କୌର ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ବର୍ଷା କାରଣରୁ ଉଭୟ ଦଳ ୫୦ ଓଭର ବଦଳରେ ୪୪ ଓଭର ଲେଖାଏଁ ଖେଳିଥିଲେ ।
-
A historic win for Bangladesh women 🎉
— ICC (@ICC) July 16, 2023 " class="align-text-top noRightClick twitterSection" data="
They beat India for the first time in ODIs 👏 #BANvIND | 📝: https://t.co/VyIVyAqSuF pic.twitter.com/AiZ6h3Era6
">A historic win for Bangladesh women 🎉
— ICC (@ICC) July 16, 2023
They beat India for the first time in ODIs 👏 #BANvIND | 📝: https://t.co/VyIVyAqSuF pic.twitter.com/AiZ6h3Era6A historic win for Bangladesh women 🎉
— ICC (@ICC) July 16, 2023
They beat India for the first time in ODIs 👏 #BANvIND | 📝: https://t.co/VyIVyAqSuF pic.twitter.com/AiZ6h3Era6
ପ୍ରଥମ ଦିନିକିଆରେ ପ୍ରଥମରୁ ବର୍ଷା ବାଧକ ସାଜିଥିଲା । ହେଲେ ବର୍ଷା ଛାଡ଼ିବା ପରେ ସମୟ ଅଭାବରୁ ଉଭୟ ଦଳକୁ ୪୪ ଓଭର ଲେଖାଏଁ ଖେଳିବାକୁ ଡିଏଲ୍ଏସ୍ କ୍ରମେ ନିଷ୍ପତ୍ତି ନିଆ ଯାଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସି ବାଂଲାଦେଶ ୧୫୨ ରନରେ ସମସ୍ତ ୱିକେଟ ହରାଇଥିଲା । ଓପନର ମୁର୍ସିଦା ଖାତୁନ ୩୦ ବଲରୁ ୧୩ ରନ କରି ଆଉଟ୍ ହୋଇଥିବା ବେଳେ ସର୍ମିନ ଅଖ୍ତର ଖାତା ଖୋଲି ପାରିନଥିଲେ । ତେବେ ଏହାପରେ ତୃତୀୟ ଓ ଚତୁର୍ଥ ନମ୍ବରରେ ଖେଳିବାକୁ ଆସି ଫର୍ଗାନା ହକ୍ ଓ ଅଧିନାୟିକା ନିଗର ସୁଲ୍ତାନା ଦଳ ପାଇଁ ସର୍ବାଧିକ ରନ ଯୋଡ଼ିଥିଲେ । ଫର୍ଗାନା ୪୫ ବଲରୁ ୫ ଚୌକା ସହ ୨୭ ରନ ଓ କ୍ୟାପ୍ଟେନ ସୁଲତାନା ଦଳ ପାଇଁ ସର୍ବାଧିକ ୩୯ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବେୟା ଖାନ୍ (୧୦), ଫହିମା ଖାତୁନ (୧୨) ଓ ସୁଲତାନା ଖାତୁନ(୧୬)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର୍ କରିପାରିନଥିଲେ ।
ସେପଟେ ଭାରତ ପାଇଁ ଡେବ୍ୟୁ କରିଥିବା ଅମନଜୋତ୍ କୌର ଦଳ ପାଇଁ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ । ଦଳ ପକ୍ଷରୁ ସେ ସର୍ବାଧିକ ୪ଟି ୱିକେଟ ସଂଗ୍ରହ କରିଥିଲେ । ଦେବୀକା ବୈଦ୍ୟ ୨ଟି ଓ ଦୀପ୍ତି ଶର୍ମା ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ । ଫଳରେ ବାଂଲାଦେଶ ୪୩ ଓଭରରେ ୧୫୨ ରନ କରି ସମସ୍ତ ୱିକେଟ୍ ହରାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...INDVSBAN 1st ODI: ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି, ଅମନଜୌତ-ଅନୁଷାଙ୍କ ଡେବ୍ୟୁ
ଏହାପରେ ଭାରତକୁ ଜିତିବା ପାଇଁ ୪୪ ଓଭରରେ ୧୫୩ ରନ୍ର ଆବଶ୍ୟକତା ରହିଥିଲା । ହେଲେ ଭାରତ ପକ୍ଷରୁ ବ୍ୟାଟିଂ ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଥିଲା । ଦୀପ୍ତି ଶର୍ମାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୨୦ ରନ କରିବାରେ ସକ୍ଷମ ହୋଇନଥିଲେ । ଫଳରେ ଭାରତ ୩୫.୫ ଓଭରରେ ମାତ୍ର ୧୧୩ ରନ ସହିତ ସମସ୍ତ ୱିକେଟ୍ ହରାଇଥିଲା । ବାଂଲାଦେଶ ପକ୍ଷରୁ ମାରୁଫା ଅଖ୍ତର ସର୍ବାଧିକ ୪ଟି ୱିକେଟ୍ ସଂଗ୍ରହ କରିଥିଲେ । ରବେୟା ଖାନ୍ଙ୍କୁ ୩ଟି ସଫଳତା ମିଳିଥିବା ବେଳେ ନାହିଦା ଅଖ୍ତର ଓ ସୁଲତାନା ଖାତୁନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ତେବେ ଦଳଗତ ପ୍ରଦର୍ଶନ ବଳରେ ଇତିହାସ ରଚିଛି ଟିମ୍ ବାଂଲାଦେଶ । ପ୍ରଥମ ଥର ପାଇଁ ଦିନିକିଆରେ ଭାରତକୁ ହରାଇ ଏହି ସିରିଜ୍ରେ ୧-୦ ଲିଡରେ ରହିଛି ବାଂଲାଦେଶ ମହିଳା ଦଳ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ