ଢାକା: ମୀରପୁରରେ ଘରୋଇ ବାଂଲାଦେଶ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟକୁ ଭାରତ କବଜାରେ କରି ନେଇଛି । 2-0ରେ ସିରିଜ ସିଲ କରିଛି ଟିମ୍ ଇଣ୍ଡିଆ । ଅଷ୍ଟମ ୱିକେଟରେ 71 ରନର ଭାଗିଦାରୀ ଦଳକୁ ବିଜୟୀ କରିଛି । ଶ୍ରେୟାସ ଆୟର ଓ ଅଶ୍ବିନୀଙ୍କ 71 ରନ ପାର୍ଟନରସିପ ଦଳକୁ ସହାୟକ ହୋଇଛି । ରବିଚନ୍ଦ୍ରନ ଅଶ୍ବିନୀଙ୍କ ମୂଲ୍ୟବାନ 42 ରନ ଓ ଶ୍ରେୟାସ ଆୟରଙ୍କ 29 ରନ ଦଳକୁ ଦ୍ବିତୀୟ ଟେଷ୍ଟ ସହ ସରିଜି ଜିତିବାରେ ସହାୟକ ହୋଇଛି । ପ୍ରଥମ ଇନିଂସରେ 4 ୱିକେଟ ଓ ଦ୍ବିତୀୟ ଇନିଂସରେ 2 ୱିକେଟ ସହ ଅପରାଜିତ 42 ରନ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ରବିଚନ୍ଦ୍ରନ ଅଶ୍ବିନୀ । ଶ୍ରେୟାନ ଓ ଅଶ୍ବିନୀ ସଙ୍କଟମୋଚକ ସାଜି ଦଳକୁ ବିଜୟୀ କରିଛନ୍ତି ।
-
A cracking unbeaten 71-run stand between @ShreyasIyer15 (29*) & @ashwinravi99 (42*) power #TeamIndia to win in the second #BANvIND Test and 2⃣-0⃣ series victory 👏👏
— BCCI (@BCCI) December 25, 2022 " class="align-text-top noRightClick twitterSection" data="
Scorecard - https://t.co/CrrjGfXPgL pic.twitter.com/XVyuxBdcIB
">A cracking unbeaten 71-run stand between @ShreyasIyer15 (29*) & @ashwinravi99 (42*) power #TeamIndia to win in the second #BANvIND Test and 2⃣-0⃣ series victory 👏👏
— BCCI (@BCCI) December 25, 2022
Scorecard - https://t.co/CrrjGfXPgL pic.twitter.com/XVyuxBdcIBA cracking unbeaten 71-run stand between @ShreyasIyer15 (29*) & @ashwinravi99 (42*) power #TeamIndia to win in the second #BANvIND Test and 2⃣-0⃣ series victory 👏👏
— BCCI (@BCCI) December 25, 2022
Scorecard - https://t.co/CrrjGfXPgL pic.twitter.com/XVyuxBdcIB
ପ୍ରଥମ ଟେଷ୍ଟ ବିଜୟ ପରେ ଟିମ ଇଣ୍ଡିଆ 1-0 ରେ ଆଗୁଆ ରହିଥିଲା । ଦ୍ବିତୀୟ ଟେଷ୍ଟ ବିଜୟ ପାଇଁ ଟିମ ଇଣ୍ଡିଆକୁ କଠିନ ପରିଶ୍ରମ କରିବାକୁ ପଡିଥିଲା । 145 ରନର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିଲା ଭାରତ । ପ୍ରଥମରୁ ଦଳକୁ ଲାଗିଥିଲା ଝଟ୍କା ପରେ ଝଟ୍କା । ମାତ୍ର ୪୫ ରନ୍ରେ ଟିମ୍ ଇଣ୍ଡିଆ ୪ଟି ୱିକେଟ ହରାଇଥିଲା । ୪ର୍ଥ ଦିନର ଖେଳ ଆରମ୍ଭ ପରେ ଦଳ ଟେନସନରେ ଥିଲା ବିଜୟ ପାଇଁ 100ରନ ଦରକାର ଥିଲା । ଗୋଟିଏ ପରେ ଗୋଟିଏ ବ୍ୟାଟର ପାଭିଲିୟନ ଫେରିଥିଲେ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଅକ୍ଷର ପଟେଲ ଓ ଜୟଦେବ ଉନାଉକତ ଯୋଡି କ୍ରିଜରେ ଥିଲେ । ଚତୁର୍ଥ ଦିନ ଜୟଦେବ, ଅକ୍ଷର ପଟେଲ ଓ ଋଷବ ପନ୍ତଙ୍କ ୱିକେଟ ହରାଇଥିଲା ଟିମ ଇଣ୍ଡିଆ । ଆଜି ସକାଳୁ (ରବିବାର) ଲଗାତର ୩ଟି ଓ୍ବିକେଟ ହରାଇଥିଲା ଭାରତୀୟ ଟିମ୍ । ଏହାପରେ ବାଂଲାଦେଶ ଶିବିରରେ ଖୁସିର ମାହୋଲ ଖେଳି ଯାଇଥିବା ହେଲେ ଅଶ୍ବିନୀ ଓ ଆୟର ବାଂଲାଦେଶକୁ ଖୁସିରେ ବ୍ରେକ ଲଗାଇଥିଲେ । ଅଶ୍ବିନୀ ଓ ଆୟରଙ୍କ ଲଢୁଆ ବ୍ୟାଟିଂ ବଳରେ ଦଳ ଦ୍ବିତୀୟ ଟେଷ୍ଟ ସହ ସିରିଜ ଜିତିବାରେ ସକ୍ଷମ ହୋଇଛି ।
ଏହା ବି ପଢନ୍ତୁ...INDvsBAN 2nd Test: ଭାରତକୁ ବିଜୟ ପାଇଁ ଆଉ ୧୦୦ରନ ଆବଶ୍ୟକ, ଶେଷ ଭରସା ପନ୍ତ
ମୀରପୁର ଟେଷ୍ଟର ଦ୍ବିତୀୟ ପାଳିରେ ରବିଚନ୍ଦ୍ରନ ଅଶ୍ବିନୀ ସର୍ବାଧିକ 42 ରନ୍ କରିଥିବା ବେଳେ ଶ୍ରେୟସ ଆୟର 29 ରନ, ଅକ୍ଷର ପଟେଲ୍ 34 ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଅନ୍ୟପଟେ ବାଂଲାଦେଶ ପକ୍ଷରୁ ମେହେନ୍ଦୀ ହସନ ମିରାଜ ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ସାକିବ ଅଲ ହାସନ ୨ଟି ୱିକେଟ ନେଇଛନ୍ତି ।
ଭାରତ ପ୍ରଥମ ଇନିଂସ-314
ଭାରତ ଦ୍ବିତୀୟ ଇନିଂସ- 145/7
ବାଂଲାଦେଶ ପ୍ରଥମ ଇନିଂସ-227
ବାଂଲାଦେଶ ଦ୍ବିତୀୟ ଇନିଂସ-231
ଭାରତ-ବାଂଲାଦେଶ ଟେଷ୍ଟ ରେକର୍ଡ...
ମୋଟ ଟେଷ୍ଟ-13
ଭାରତର ବିଜୟ-11
ବାଂଲାଦେଶର ବିଜୟ-0
ଡ୍ର ମ୍ୟାଚ-2