ETV Bharat / sports

Ind vs Ban 2nd Test: ପ୍ରଥମ ଇନିଂସରେ ବାଂଲାଦେଶ ୨୨୭ ରନ୍‌ରେ ଅଲ୍‌ଆଉଟ

author img

By

Published : Dec 22, 2022, 4:08 PM IST

ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ହିଁ ବାଂଲାଦେଶ ଟିମ୍‌ ପ୍ରଥମ ଇନିଂସ ଖେଳ ସମାପ୍ତ କରିଛି । ପ୍ରଥମ ଇନିଂସରେ ମାତ୍ର ୨୨୭ ରନ୍‌ ହିଁ କରିଛି ଦଳ । ଅଧିକ ପଢ଼ନ୍ତୁ

Ind vs Ban
ଭାରତ ବନାମ ବାଂଲାଦେଶ

ଢାକା: ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ । ପ୍ରଥମ ଇନିଂସରେ ବାଂଲାଦେଶ ଦଳକୁ ୨୨୭ ରନ୍‌ରେ ଅଲଆଉଟ୍‌ କରିଛି ଭାରତ । ଭାରତ ପକ୍ଷରୁ ଉମେଶ ଯାଦବ ଓ ରବିଚନ୍ଦ୍ରନ ଅଶ୍ବିନ ସର୍ବାଧିକ ୪ଟି ଲେଖାଏଁ ୱିକେଟ ନେଇଛନ୍ତି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବାଂଲାଦେଶ ଦଳ ।

ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ ବାଂଲାଦେଶ ଦଳର ଦୁଇ ଓପନର ରକ୍ଷଣାତ୍ମକ ଖେଳ ଖେଳିବା ଆରମ୍ଭ କରିଥିଲେ । ତେବେ ଉଭୟଙ୍କ ମଧ୍ୟରେ ୩୯ ରନ୍‌ର ଭାଗିଦାରୀ ହେବାପରେ ଜାକିର ହାସନଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ ଉନଦକଟ୍‌ । ଏହାପରେ ସାଣ୍ଟୋଙ୍କୁ ଆଉଟ କରିଥିଲେ ଅଶ୍ବିନ । ଏହାପରେ ନିୟମିତ ଅନ୍ତରାଳରେ ବାଂଲାଦେଶ ବ୍ୟାଟର ୱିକେଟ ହରାଇବାରେ ଲାଗିଥିଲେ ।

ବାଂଲାଦେଶ ପକ୍ଷରୁ କେବଳ ମୋମିନୁଲ୍‌ ସର୍ବାଧିକ ୮୪ ରନ୍‌ କରିଥିଲେ । ତାଙ୍କ ପଛକୁ ସିନିଅର ବ୍ୟାଟର ମୁସିଫିକର ରହିମ ୨୬ ରନ୍‌ କରିଥିଲେ । ସେହିଭଳି ଲିଟନ ଦାସ ୨୫ ରନ୍‌ କରି ଆଉଟ ହୋଇଥିଲେ । ସାଣ୍ଟୋ ୨୪ ରନ୍‌ କରି ଆଉଟ ହୋଇଥିଲେ । ବାଂଲାଦେଶର ୪ ଜଣ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ରନ୍‌ ମଧ୍ୟ କରି ପାରିନଥିଲେ ।

ସେପଟେ ଭାରତ ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଉମେଶ ଯାଦବ ୧.୭୦ ହାରରେ ରନ୍‌ ଦେଇ ୪ଟି ୱିକେଟ ନେଇଛନ୍ତି । ସେହିଭଳି ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ୩.୩୦ ହାରରେ ରନ୍‌ ଖର୍ଚ୍ଚ କରି ୪ଟି ୱିକେଟ ନେଇଛନ୍ତି । ଦୀର୍ଘ ଦିନ ପରେ ଜାତୀୟ ଦଳକୁ ଫେରିଥିବା ଫାଷ୍ଟ ବୋଲର ଜୟଦେବ ଉନଦକଟ ଦୁଇଟି ୱିକେଟ ନେଇ ବାଂଲାଦେଶର ବ୍ୟାଟିଂ ଅର୍ଡର ବିଗାଡ଼ି ଦେଇଥିଲେ ।

ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ହିଁ ବାଂଲାଦେଶ ଟିମ୍‌ ପ୍ରଥମ ଇନିଂସ ଖେଳ ସମାପ୍ତ କରିଛି । ଏହାପରେ ଲିଡ୍‌ ନେବା ଆଶାରେ ପଡ଼ିଆକୁ ଓହ୍ଲାଇଛି ଭାରତୀୟ ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.