ETV Bharat / sports

Cricket World Cup 2023: ଶେଷ ମ୍ୟାଚରୁ ବାଦ ପଡ଼ିଲେ ଶାକିବ, ଜାଣନ୍ତୁ କାହାକୁ ମିଳିଲା ନେତୃତ୍ବ

author img

By ETV Bharat Odisha Team

Published : Nov 7, 2023, 8:45 PM IST

ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ନାୟକୀୟ ବିଜୟ ପରେ ବାଂଲାଦେଶ ଦଳକୁ ଲାଗିଲା ବଡ଼ ଝଟ୍‌କା । ଆଘାତ କାରଣରୁ ବିଶ୍ବକପ୍‌ରୁ ବାଦ ପଡ଼ିଲେ ଅଧିନାୟକ ଶାକିବ ଅଲ୍‌ ହାସନ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ପାଇଁ ଶାକିବ୍‌ଙ୍କ ସ୍ଥାନରେ ଦଳକୁ ଆସିଲେ ଆନାମୁଲ ହକ୍‌ । ଦଳର ନେତୃତ୍ବ ନେବେ ଉପଅଧିନାୟକ ନାଜମୁଲ ହୋସେନ ଶାଣ୍ଟୋ । ଅଧିକ ପଢ଼ନ୍ତୁ

ବିଶ୍ବକପ୍‌ରୁ ବାଦ ପଡ଼ିଲେ ଶାକିବ୍‌ ଅଲ୍‌ ହାସନ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ବିଜୟ ପରେ ବାଂଲାଦେଶ ଦଳକୁ ଲାଗିଲା ବଡ଼ ଝଟ୍‌କା । ଚଳିତ ବିଶ୍ବକପ୍‌ ୨୦୨୩ରୁ ବାଦ୍‌ ପଡ଼ିଛନ୍ତି ବାଂଲାଦେଶ ଅଧିନାୟକ ଶାକିବ ଅଲ୍‌ ହାସନ । ଗତକାଲି (ସୋମବାର) ଦିଲ୍ଲୀର ଅରୁଣ ଜେଟ୍‌ଲୀ (କୋଟ୍‌ଲା) ଷ୍ଟାଡିୟମରେ ଶ୍ରୀଲଙ୍କାକୁ ହରାଇଥିଲା ଶାକିବଙ୍କ ନେତୃତ୍ବାଧିନରେ ବାଂଲାଦଦେଶ ଟିମ୍‌ । କିନ୍ତୁ ଏହି ମ୍ୟାଚ୍‌ରେ ଶାକିବଙ୍କ ବାମ ହାତର ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏହି କାରଣରୁ ସେ ବିଶ୍ବକପ୍‌ ୨୦୨୩ରୁ ବାଦ୍‌ ପଡ଼ିଛନ୍ତି । ବାଂଲାଦେଶ ଚଳିତ ବିଶ୍ବକପ୍‌ରେ ସେତେ ଭଲ ପ୍ରଦର୍ଶନ କରିପାରିନଥିଲେ ହେଁ ଶ୍ରୀଲଙ୍କା ବିପକ୍ଷରେ ଚଳିତ ସଂସ୍କରଣର ଦ୍ବିତୀୟ ବିଜୟ ହାସଲ କରିଥିଲା । ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ନଭେମ୍ବର ୧୧ ତାରିଖରେ ଲିଗ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ଖେଳିବ ବାଂଲା ଟିମ୍‌ । ଏହା ପୂର୍ବରୁ ଆହତ କାରଣରୁ ସ୍ବଦେଶ ଫେରିଯାଇଛନ୍ତି ଦଳର ଅଧିନାୟକ । ଅନ୍ୟପଟେ ଶାକିବ୍‌ଙ୍କ ସ୍ଥାନରେ ଆନାମୁଲ ହକ୍‌ଙ୍କୁ ଦଳରେ ସ୍ଥାନ ମିଳିଥିବାବେଳେ ଉପଅଧିନାୟକ ନାଜମୁଲ ହୋସେନ ଶାଣ୍ଟୋ ଦଳର ନେତୃତ୍ବ ନେବେ ।

  • 🚨 BREAKING: Bangladesh name Shakib Al Hasan's replacement as well as the captain for the final #CWC23 game against Australia.

    Details 👇https://t.co/XpxTn4LJe9

    — ICC Cricket World Cup (@cricketworldcup) November 7, 2023 " class="align-text-top noRightClick twitterSection" data=" ">

ସୋମବାର ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଶାକିବ ବେଶ ଚର୍ଚ୍ଚାରେ ଥିଲେ । ଏହି ମ୍ୟାଚ୍‌ରେ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା । ଅନ୍ତର୍ଜାତୀୟ କ୍ରିକେଟ୍‌ ଇତିହାସରେ ପ୍ରଥମ ଥର ପାଇଁ କୌଣସି ବ୍ୟାଟର ଟାଇମ୍‌ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ । ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ବ୍ୟାଟର ସମରବିକ୍ରମା ଆଉଟ୍‌ ହେବା ପରେ ଦଳର ଅଭିଜ୍ଞ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ବ୍ୟାଟିଂ କରିବାକୁ ଆସିଥିଲେ । ହେଲେ କ୍ରିଜ୍‌ରେ ପହଞ୍ଚି ସେ ଏକ ଭଙ୍ଗା ହେଲ୍‌ମେଟ୍‌ ଆଣିଥିବା ଦେଖିବାକୁ ପାଇଥିଲେ । ପୁଣିଥରେ ହେଲ୍‌ମେଟ୍‌ ବଦଳାଇ ପ୍ରଥମ ବଲ୍‌ ଖେଳିବାରେ ୨ ମିନିଟ୍‌ରୁ ଅଧିକ ବିଳମ୍ବ ହେବାରୁ ଶାକିବ୍‌ ଅମ୍ପାୟରଙ୍କ ନିକଟରେ ଆଉଟ୍‌ ଅପିଲ୍‌ କରିଥିଲେ । ଏହାପରେ ଅମ୍ପାୟର ଆଉଟ୍ ଘୋଷଣା କରିଥିଲେ । ଏହାପରେ ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ମାଥ୍ୟୁସ ଓ ଶାକିବ୍‌ଙ୍କ ମଧ୍ୟରେ ବାରମ୍ବାର କଥା କଟାକଟି ହେଉଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Angelo Mathews Timed out: ଭାବ ବିହ୍ୱଳ ହେଲେ ଶ୍ରୀଲଙ୍କା ଅଲରାଉଣ୍ଡର, ଶାକିବ୍‌ ଓ ତାଙ୍କ ଟିମକୁ କହିଲେ...

ତେବେ ଶ୍ରୀଲଙ୍କା ବିପକ୍ଷ ଏହି ମ୍ୟାଚ୍‌ରେ ଶାକିବ ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ପ୍ରଥମେ ବୋଲିଂ କରି ୨ଟି ୱିକେଟ୍‌ ଅକ୍ତିଆର କରିବା ପରେ ବ୍ୟାଟିଂ କରିବାକୁ ଆସି ୬୫ ବଲ୍‌ରେ ୮୨ ରନ୍‌ର ବିସ୍ଫୋରକ ବ୍ୟାଟିଂ କରିଥିଲେ ଶାକିବ । ହେଲେ ଏହି ମ୍ୟାଚ୍‌ ସମୟରେ ତାଙ୍କ ବାମ ହାତ ଇଣ୍ଡେକ୍ସ ଫିଙ୍ଗରରେ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଛି । ବାଂଲାଦେଶ ଟିମ୍‌ର ଫିଜିଓ ଇସ୍‌ଲାମ ଖାନ୍‌ ଏନେଇ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, "ଶାକିବ ପାଳି ଆରମ୍ଭରେ ତାଙ୍କ ବାମ ହାତ ଆଙ୍ଗୁଠିରେ ଆଘାତ ପାଇଥିଲେ । କିନ୍ତୁ ସହାୟକ ଟ୍ୟାପିଂ ଏବଂ ଯନ୍ତ୍ରଣା ମୁକ୍ତ ଔଷଧ ଦ୍ଵାରା ବ୍ୟାଟିଂ ଜାରି ରଖିଥିଲେ । ଖେଳ ପରେ ସେ ଦିଲ୍ଲୀରେ ଏକ ଜରୁରୀକାଳିନ ଏକ୍ସ-ରେ କରିଥିଲେ । ଯାହା ଆଘାତ ନେଇ ନିଶ୍ଚିତ କରିଥିଲା । ଭଲ ହେବା ପାଇଁ ତାଙ୍କୁ ୩-୪ ସପ୍ତାହ ଲାଗିପାରେ । ତେଣୁ ସେ ଆଜି ବାଂଲାଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.