ବ୍ୟାଙ୍ଗକକ୍: ଆସିଲା ମହାନ ଅଷ୍ଟ୍ରେଲୀୟ କ୍ରିକେଟର ସେନ ୱାର୍ଣ୍ଣଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ । ଗତ ସପ୍ତାହରେ ଥାଇଲାଣ୍ଡର ଏକ ରିସୋର୍ଟରେ ୫୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ବ୍ୟବଚ୍ଛେଦ ରିପୋର୍ଟ ମୁତାବକ ୱାର୍ଣ୍ଣଙ୍କ ମୃତ୍ୟୁ ପ୍ରାକୃତିକ ସୋମବାର ଥାଇ ପୋଲିସ ଏହା ସ୍ପଷ୍ଟ କରିଛି ।
ଥାଇ ପୋଲିସର ଜଣେ ମୁଖପାତ୍ର କହିଛନ୍ତି, "ୱାର୍ଣ୍ଣଙ୍କ ପରିବାରକୁ ବ୍ୟବଚ୍ଛେଦ ରିପୋର୍ଟ ବିଷୟରେ ଅବଗତ କରାଯାଇଛି ଓ ଏହାକୁ ସେମାନେ ଗ୍ରହଣ କରିଛନ୍ତି । ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରିବାକୁ ଅଷ୍ଟ୍ରେଲୀୟ ଅଧିକାରୀଙ୍କୁ ପ୍ରଦାନ କରାଯିବ ।
ମୃତ୍ୟୁ କାରଣ ନେଇ ଯାଞ୍ଚ କରୁଥିବା ଅଧିକାରୀ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଗ୍ରହଣ କରିଛନ୍ତି ଓ ଏଥିରେ ଥିବା ମେଡିକାଲ ରିପୋର୍ଟରେ କୁହାଯାଇଛି ଯେ ୱାର୍ଣ୍ଣଙ୍କ ମୃତ୍ୟୁ ପ୍ରାକୃତିକ ।
୫୨ ବର୍ଷୀୟ ୱାର୍ଣ୍ଣ ବିଶ୍ବର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ସ୍ପିନ ବୋଲର୍ । ଶୁକ୍ରବାର ୱାର୍ଣ୍ଣଙ୍କ ମୃତ୍ୟୁ ଖବର ପ୍ରସାରିତ ହେବାପରେ ବିଶ୍ବବ୍ୟାପୀ କ୍ରୀଡାଜଗତ ସ୍ତବ୍ଧ ହୋଇଯାଇଥିଲା । ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ୱାର୍ଣ୍ଣଙ୍କୁ ''ଦେଶର ଅନ୍ୟତମ ମହାନତମ ବ୍ୟକ୍ତିତ୍ବ'' ସମ୍ବୋଧିତ କରିଥିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଅଷ୍ଟ୍ରେଲିଆ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୱାର୍ଣ୍ଣଙ୍କ ଶେଷକୃତ୍ୟ ଦୁଇରୁ ତିନି ସପ୍ତାହ ମଧ୍ୟରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ(MCG) ମେମୋରିଆଲ ସର୍ଭିସ ପରେ ଅନୁଷ୍ଠିତ ହେବ । MCG ଷ୍ଟାଡିୟମର ଗ୍ରେଟ୍ ସାଉଥର୍ନ ଷ୍ଟାଡିୟମ ଯେଉଁଠାରେ କିମ୍ବଦନ୍ତୀ ସ୍ପିନର ୨୦୦୬ରେ ବକ୍ସିଂ ଡେ'ରେ 700 ୭୦୦ ୱିକେଟ ପୂରଣ କରିଥିଲେ, ଏସ କେ ୱାର୍ଣ୍ଣ ଷ୍ଟାଣ୍ଡ ନାମରେ ନାମିତ ହେବ ।