ETV Bharat / sports

ସ୍ମିଥ୍‌ଙ୍କ ନୂଆ ରେକର୍ଡ, ଦ୍ରୁତତମ ବ୍ୟାଟ୍‌ର ଭାବେ ୮୦୦୦ ଟେଷ୍ଟ ରନ୍‌

author img

By

Published : Mar 24, 2022, 10:33 PM IST

ଅଷ୍ଟ୍ରେଲିଆ ଟିମର ଷ୍ଟାର ବ୍ୟାଟ୍‌ର ଷ୍ଟିଭ ସ୍ମିଥ ଗୁରୁବାର ନିଜ ସଫଳ ଟେଷ୍ଟ କ୍ୟାରିୟରରେ ଆଉ ଏକ ବିରାଟ ଉପଲବ୍ଧି ହାସଲ କରିଛନ୍ତି । ୮,୦୦୦ ଟେଷ୍ଟ ରନ୍‌ ପୂରଣ କରିବାରେ ଦ୍ରୁତତମ ବ୍ୟାଟ୍‌ର ହୋଇଛନ୍ତି ସ୍ମିଥ୍‌ । ଅଧିକ ପଢନ୍ତୁ

Australia's Steve Smith becomes fastest man to 8,000 Test runs
ଷ୍ଟିଭ ସ୍ମିଥ୍‌ଙ୍କ ନୂଆ ରେକର୍ଡ, ବିଶ୍ବର ଦ୍ରୁତତମ ବ୍ୟାଟ୍‌ର ଭାବେ ୮୦୦୦ ଟେଷ୍ଟ ରନ୍‌

ଲାହୋର: ଅଷ୍ଟ୍ରେଲିଆ ଟିମର ଷ୍ଟାର ବ୍ୟାଟ୍‌ର ଷ୍ଟିଭ ସ୍ମିଥ ଗୁରୁବାର ନିଜ ସଫଳ ଟେଷ୍ଟ କ୍ୟାରିୟରରେ ଆଉ ଏକ ବିରାଟ ଉପଲବ୍ଧି ହାସଲ କରିଛନ୍ତି । ୮,୦୦୦ ଟେଷ୍ଟ ରନ୍‌ ପୂରଣ କରିବାରେ ଦ୍ରୁତତମ ବ୍ୟାଟ୍‌ର ହୋଇଛନ୍ତି ସ୍ମିଥ୍‌। ଲାହୋରରେ ଖେଳାଯାଉଥିବା ପାକିସ୍ତାନ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟରେ ଗୁରୁବାର ଏହି ରେକର୍ଡ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପେଟନ୍‌ ।

୩୨ ବର୍ଷୀୟ ସ୍ମିଥ୍‌ ପାକିସ୍ତାନୀ ଦ୍ରୁତ ବୋଲର ହାସନ ଅଲୀଙ୍କୁ ଚୌକା ମାରି ନିଜର ୮୦୦୦ ଟେଷ୍ଟ ରନ୍‌ ପୂରଣ କରିଥିଲେ । ଏଥିସହ ୮୫ମ ଟେଷ୍ଟର ପ୍ରଥମ ଇଂନିସରେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଥିଲେ । ସ୍ମିଥ ୮,୦୦୦ ଟେଷ୍ଟ ରନ୍‌ ସଂଗ୍ରହ କରିବାରେ ବିଶ୍ବରେ ମୋଟ୍‌ ଭାବେ ୩୩ତମ ଓ ସପ୍ତମ ଅଷ୍ଟ୍ରେଲୀୟ ବ୍ୟାଟ୍‌ର ହୋଇଛନ୍ତି ।

ଜଣେ ଲେଗ ସ୍ପିନର ଭାବେ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ସ୍ମିଥ୍‌ ପାକିସ୍ତାନ ବିପକ୍ଷରେ ଲଣ୍ଡନର ଲର୍ଡ୍ସରେ ବର୍ଷ ୨୦୧୦ରେ ଅଷ୍ଟ୍ରେଲିଆର ନ୍ୟୁଟ୍ରାଲ ଭେନ୍ୟୁ ସିରିଜରେ ଡେବ୍ୟୁ କରିଥିଲେ । ପରେ ସେ ୬୦.୧୦ ଆଭରେଜରେ ୨୭ ଶତକ ସହିତ ଅଷ୍ଟ୍ରେଲିଆର ଅନ୍ୟତମ ମହାନ ବ୍ୟାଟ୍‌ର ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.