ETV Bharat / sports

T20 world Cup: ଅଷ୍ଟ୍ରେଲିଆ ସେମି ଆଶା ଉଜ୍ଜୀବିତ, 4ରନରେ ହାରିଲା ଆଫଗାନିସ୍ତାନ

author img

By

Published : Nov 4, 2022, 5:20 PM IST

Updated : Nov 4, 2022, 7:01 PM IST

ଆଫଗାନିସ୍ତାନକୁ ୪ ରନରେ ପରାସ୍ତ କଲା ଅଷ୍ଟ୍ରେଲିଆ । ଏହି ବିଜୟ ସତ୍ତ୍ବେ କଙ୍ଗାରୁ ଦଳ ପାଇଁ ସେମି ରାସ୍ତା କଣ୍ଟକିତ ରହିଛି । ଅଧିକ ପଢନ୍ତୁ

T20 world Cup : ଆଫଗାନିସ୍ତାନ ଆଗରେ ୧୬୯ ରନର ଟାର୍ଗେଟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ : ଆଫଗାନିସ୍ତାନକୁ ୪ ରନରେ ପରାସ୍ତ କଲା ଅଷ୍ଟ୍ରେଲିଆ । ଏହି ବିଜୟ ସତ୍ତ୍ବେ କଙ୍ଗାରୁ ଦଳ ୭ ପଏଣ୍ଟ ପାଇଥିଲେ ବି ସେମିଫାନାଲ ରାସ୍ତା କଣ୍ଟକିତ ରହିଛି । କାରଣ ଅଷ୍ଟ୍ରେଲିଆ ସେମିଫାଇନାଲ ଖେଳିବ କି ନାହିଁ ସେ ନିଷ୍ପତ୍ତି ସୂତାଖିଅରେ ଝୁଲି ରହିଛି । ଅଷ୍ଟ୍ରେଲିଆର ମିଶନ ମେଲବର୍ଣ୍ଣ ରାସ୍ତାରେ ଖଳନାୟକ ସାଜିଛି ଇଂଲିସ ଟିମ । ଆସନ୍ତାକାଲି ( ଶନିବାର ) ଖେଳାଯିବାକୁ ଥିବା ମ୍ୟାଚରେ ଯଦି ଇଂଲଣ୍ଡ ଶ୍ରୀଲଙ୍କାକୁ ପରାସ୍ତ କରୁଛି ତାହେଲେ ଅଷ୍ଟ୍ରେଲିଆର ସେମିଫାଇନାଲ ପ୍ରବେଶ ରାସ୍ତା ବନ୍ଦ ହୋଇଯିବ । କାରଣ ଅଷ୍ଟ୍ରେଲିଆର ପଏଣ୍ଟ ଟେବୁଲରେ ଉନ୍ନତି ଘଟିଥିଲେ ସୁଦ୍ଧା ରନ ରନରେଟରେ କୌଣସି ଉନ୍ନତି ଘଟିନାହିଁ । ଗ୍ରୁପ ୧ ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ୭ ପଏଣ୍ଟ ସହିତ ରନ ରେଟ୍ -୦.୧୭୩ ରହିଛି । ଯଦି ଇଂଲଣ୍ଡ ଶ୍ରୀଲଙ୍କାକୁ ପରାସ୍ତ କରୁଛି ତାହେଲେ ଅଷ୍ଟ୍ରେଲିଆ ପାଇଁ ଏହା ଅଡୁଆ ହେବ ।

ଆଫଗାନିସ୍ତାନଠାରୁ ବ୍ୟାଟିଂ ଆମନ୍ତ୍ରଣ ପାଇ ବିଜୟଲକ୍ଷ୍ୟ ସହିତ ମଇଦାନକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ । ମିଚେଲ ମାର୍ଶ ଏବଂ ଗ୍ଲେନ ମାକ୍ସୱେଲଙ୍କ ଦମଦାର ଇନିଂସ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୮ ରନ କରିଥିଲା । ଗ୍ଲେନ ମାକ୍ସୱେଲ ୩୨ ବଲରୁ ୬ ଟି ଚୌକା ଓ ଦୁଇଟି ଛକା ସହିତ ୫୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ମିଚେଲ ମାର୍ଶ ୩୦ ବଲରୁ ୩ ଟି ଚୌକା ଏବଂ ୨ ଟି ଛକା ସହିତ ୪୫ ରନର ଦମଦାର ଇନିଂସ ଖେଳିଥିଲେ । ସେହିପରି ଡେଭିଡ ୱାର୍ଣ୍ଣର ଓ ମାର୍କସ ଷ୍ଟୋଇନିସ ଉଭୟ ୨୫ ରନ କରିଥିଲେ । ଆଫଗାନିସ୍ତାନର ନବୀନ ଉଲ ହକ୍ ସର୍ବାଧିକ ୩ ଟି ୱିକେଟ ଅକ୍ତିଆର କରିଛନ୍ତି । ଫାଜଲହକ୍ ଫାରୁକି ୨ ୱିକେଟ ନେଇଥିବା ବେଳେ ମୁଜିବଉର ରେହେମନ ଓ ରସିଦ ଖାନ ଗୋଟିଏ ୱିକେଟ ନେଇଥିଲେ ।

ସେପଟେ ୧୬୯ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ମହମ୍ମଦ ନବୀ ଟିମ୍ । କଙ୍ଗାରୁ ଦଳକୁ ମାତ୍ ଦେବା ଲକ୍ଷ୍ୟରେ ଦମଦାର ପାଳି ଖେଳିବା ଆରମ୍ଭ କରିଥିଲା ଆଫଗାନିସ୍ତାନ । ଯେମିତି ଲାଗୁଥିଲା ଆଫଗାନିସ୍ତାନ ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆକୁ ହରାଇ ପୁଣି ଆଉ ଏକ ବିପର୍ଯ୍ୟୟ ସୃଷ୍ଟି କରିବ । ହେଲେ ମଝିରେ ଆଫଗାନିସ୍ତାନକୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଥିଲା । ୧୪.୩ ଓଭରରେ ଦଳ ୬ ଟି ୱିକେଟ ହରାଇ ୧୦୩ ରନ କରିଥିଲା । ଏହା ପରେ ରସିଦ ଖାନ ଲଢୁଆ ଇନିଂସ ଜାରି ରଖିଥିଲେ ମଧ୍ୟ ଅଷ୍ଟ୍ରେଲିଆଠାରୁ ୪ ରନରେ ପରାସ୍ତ ହୋଇଥିଲା ଦଳ । ରସିଦ ଖାନ ୨୩ ବଲରୁ ୩ ଟି ଚୌକା ଓ ୪ ଟି ଛକା ସହିତ ୪୮ ରନର ସର୍ବାଧିକ ସ୍କୋର କରିଥିଲେ । ସେହିପରି ଗୁଲବାଦିନ ନୈବ ୩୯ ରନ, ଗୁରୁବାଜ ୩୦ ରନ , ଇବ୍ରାହିମ ଜର୍ଦାନ ୨୬ ରନ ଡାରୱିସ ରସଲି ୧୫ ରନ କରିଥିଲେ । ଗ୍ଲେନ ମାକ୍ସୱେଲ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

Last Updated : Nov 4, 2022, 7:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.