ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଆରୋନ ଫିଞ୍ଚ

author img

By

Published : Feb 7, 2023, 10:02 AM IST

ଗତବର୍ଷ ଅନ୍ତର୍ଜାତୀୟ ଦିନିକିଆ ଓ ଟେଷ୍ଟ କ୍ରିକେଟରୁ ଅବସର ପରେ ସମ୍ପୂର୍ଣ୍ଣ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି ଆରୋନ ଫିଞ୍ଚ । ଅଧିକ ପଢନ୍ତୁ

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଆରୋନ ଫିଞ୍ଚ
Aaron Finch Retirement

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଟି-20 କ୍ୟାପଟନ ଆରୋନ ଫିଞ୍ଚ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି । ପୂର୍ବ ବର୍ଷ ଟେଷ୍ଟ ଓ ଦିନିକିଆ ଫର୍ମାଟରେ ସନ୍ନ୍ୟାସ ନେଇ ସାରିଥିଲେ ଆରୋନ । ବର୍ତ୍ତମାନ ସେ ଟି-20 ଅନ୍ତର୍ଜାତୀୟ ମ୍ୟାଚରେ ମଧ୍ୟ ଆଉ ନଜର ଆସିବେ ନାହିଁ ।

ଆରୋନ ଫିଞ୍ଚଙ୍କ ନେତୃତ୍ବରେ ଆଷ୍ଟ୍ରେଲିଆ ଥରେ ଟି-20 ବିଶ୍ବକପ ବିଜୟୀ ହୋଇଛି । ସମସ୍ତ 3ଟି ଫର୍ମାଟରେ 250ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳି 8804 ରନ କରିଛନ୍ତି । ଫିଞ୍ଚ ତାଙ୍କ କ୍ୟାରିଅରରେ ଲମ୍ବା ଇନିଂସ ଖେଳିଛନ୍ତି । ଯେଉଁଥିରେ ଭାରତ ବିପକ୍ଷରେ ମଧ୍ୟ କିଛି ସାନଦାର ଇନିଂସ ସାମିଲ ରହିଛି । କ୍ୟାରିଅରରେ ଆରୋନ ଫିଞ୍ଚ ମୋଟ 254ଟି ମ୍ୟାଚ ଖେଳିଛନ୍ତି । ସେଥିରୁ 19 ଥର ଶତକ 172 ଥର ଅର୍ଦ୍ଧଶତକ ହାସଲ କରିଛନ୍ତି । 146ଟି ଦିନିିକିଆ ଓ 103ଟି ଟି-20 ମ୍ୟାଚ ଖେଳିଛନ୍ତି । ଅଷ୍ଟ୍ରେଲିଆ ପାଇଁ ଏହି ଖେଳାଳି ଜଣକ ବହୁ ସଫଳତା ଆଣିଛନ୍ତି ।

2020ରେ ଅଷ୍ଟ୍ରେଲିଆ ପୁରୁଷ ଦିନିକିଆ ପ୍ଲେୟାର ଅଫ ଦି ଇୟର ହୋଇଥିଲେ ଆରେନ । 2014, 2018ରେ ଟି-20 ପ୍ଲେୟାର ଅଫ ଦି ଇୟର ହୋଇଥିଲେ । 2015 ଫିଞ୍ଚଙ୍କ ନେତୃତ୍ବରେ ଦିନିକିଆ ବିଶ୍ବକପ ଚମ୍ପିଆନ ହୋଇଥିଲା ଅଷ୍ଟ୍ରେଲିଆ । 2021ରେ ଟି-20 ବିଶ୍ବକପ ଚମ୍ପିଆନ ହୋଇଥିଲା । 2014ରୁ 2022 ଯାଏଁ ଦିନିକିଆରେ ଦଳର ମଙ୍ଗ ଧରିଥିଲେ ଆରୋନ ଫିଞ୍ଚ । ଏହା ସହିତ 2018ରୁ 22 ଯାଏଁ ଟି-20 କ୍ୟାପଟେନ ହୋଇଥିଲେ ।

ଏହା ବି ପଢନ୍ତୁ...Border Gavaskar Trophy : ଅଶ୍ବିନୀ ବନ୍ଧୁକ ସଦୃଶ, ତାଙ୍କୁ ସାମ୍ନା କରିବା ଚ୍ୟାଲେଞ୍ଜିଂ ରହିବ

ବିଶ୍ବକପ 2015ରେ ଭାରତକୁ ସେମିଫାଇନାଲେ ପରାସ୍ତ କରିଥିଲା ଆଷ୍ଟ୍ରେଲିଆ । ଏହି ମ୍ୟାଚରେ ଆରୋନ ଫିଞ୍ଚଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସେମି ମୁକାବିଲାରେ ହାରୁହାରୁ ଜିତିଥିଲା ଅଷ୍ଟ୍ରେଲିଆ । ଆରୋନ ଫିଞ୍ଚ 116 ବଲରେ 81 ରନ କରିଥିଲେ । ଅଷ୍ଟ୍ରେଲିଆ 328 ରନ କରିଥିଲା । ଭାରତୀୟ ଦଳ ଏହି ମୁକାବିଲାରେ 95ରନ ପରାସ୍ତ ହୋଇ ବିଶ୍ବକପରୁ ବିଦା ହୋଇଥିଲା । 2019 ମାର୍ଚ୍ଚରେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତରେ ଥିଲା । 5 ମ୍ୟାଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଥିଲା । ତୃତୀୟ ଦିନିକିଆ ଅଷ୍ଟ୍ରେଲିଆ ପାଇଁ କର ବା ମର ସ୍ଥିତି ଥିଲା । ଏଥିରେ ଫିଞ୍ଚ 99 ବଲରେ 93 ରନ କରିଥିଲେ । ଦଳ 313 ରନ କରିଥିଲା । ଭାରତ 281ରେ ଅଲଆଉଟ ହୋଇଥିଲା । ଅଷ୍ଟ୍ରେଲିଆ 3-1ରେ ସିରିଜ ଜିତିଥିଲା । ଶେଷ ଥର ପାଇଁ 2020ରେ ଭାରତ ବିପକ୍ଷରେ ସାନଦାର ଶତକ ହାସଲ କରିଥିଲେ ଫିଞ୍ଚ୍‌ । 124 ବଲରେ 114 ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.