ETV Bharat / sports

ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ କୋଭିଡ ସଂକ୍ରମିତ - ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍‌ ଆଣ୍ଡ୍ର୍ୟୁ ମ୍ୟାକ୍‌ଡୋନାଲ୍ଡ

କୋଭିଡ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ଆଣ୍ଡ୍ର୍ୟୁ ମ୍ୟାକ୍‌ଡୋନାଲ୍ଡ । ଏଥିପାଇଁ ବୁଧବାର ଶ୍ରୀଲଙ୍କ ଗସ୍ତ କରିଥିବା ଅଷ୍ଟ୍ରେଲିଆ କ୍ରିକେଟ ଦଳ ସହ ଯାଇ ପାରିନାହାନ୍ତି । ଅଧିକ ପଢ଼ନ୍ତୁ

କୋଭିଡ ସଂକ୍ରମିତ ହେଲେ ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍‌

author img

By

Published : Jun 1, 2022, 10:29 PM IST

ମେଲବର୍ଣ୍ଣ: କୋଭିଡ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ଆଣ୍ଡ୍ର୍ୟୁ ମ୍ୟାକ୍‌ଡୋନାଲ୍ଡ । ଏଥିପାଇଁ ବୁଧବାର ଶ୍ରୀଲଙ୍କା ଗସ୍ତ କରିଥିବା ଅଷ୍ଟ୍ରେଲିଆ କ୍ରିକେଟ ଦଳ ସହ ଯାଇ ପାରିନାହାନ୍ତି ଆଣ୍ଡ୍ର୍ୟୁ ମ୍ୟାକ୍‌ଡୋନାଲ୍ଡ । ଜୁନ୍‌ ୭ ତାରିଖରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବ ।

ଏହାପରେ ଅଷ୍ଟ୍ରେଲିଆ ଅନ୍ୟ ଦେଶକୁ ଗସ୍ତ କରିବାର ଯୋଜନା ମଧ୍ୟ ରହିଛି । ୬ ବର୍ଷ ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଶ୍ରୀଲଙ୍କା ଗସ୍ତ କରିଛି । ବର୍ତ୍ତମାନ ଆଣ୍ଡ୍ର୍ୟୁ ମ୍ୟାକ୍‌ଡୋନାଲ୍ଡଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ ଦ୍ବିତୀୟ ଟି-୨୦ ମ୍ୟାଚ୍‌ ବେଳକୁ ଟିମ୍‌ ସହ ଯୋଗ ଦେବେ ବୋଲି ଆଶା କରାଯାଉଛି । ତାଙ୍କ ଅନୁପସ୍ଥିତିରେ ସହାୟକ କୋଚ୍‌ ମାଇକେଲ ଡି ବେନୁଟୋଙ୍କ ତତ୍ତ୍ବାବଧାନରେ ଅଷ୍ଟ୍ରେଲିଆ ଦଳ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳିବ ।

ଶ୍ରୀଲଙ୍କା ସହ ଅଷ୍ଟ୍ରେଲିଆ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ । ଏହାପରେ ୫ଟି ଦିନିକିଆ ମ୍ୟାଚ୍‌ ମଧ୍ୟ ଖେଳିବ । ଏହାପରେ ଜୁନ୍‌ ୨୯ ତାରିଖରୁ ଦୁଇ ଦଳ ମଧ୍ୟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ । ଜୁଲାଇ ୧୨ ତାରିଖରେ ଅଷ୍ଟ୍ରେଲିଆର ଶ୍ରୀଲଙ୍କା ଗସ୍ତ ଶେଷ ହେବ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.